ଚମ୍ପାନାଥ ଜୀଉଙ୍କ ନୀତି ଭଙ୍ଗ, ୪ ପରିବାର ବାସନ୍ଦ

 ଆଠଗଡ: ସଭ୍ୟ ସମାଜରେ ଅନ୍ଧାରୀ କଟକଣା। କଟକ ଜିଲ୍ଲା ନରସିଂହପୁର ବ୍ଲକ୍‌ର ଅଢ଼େଇଗୁଣ୍ଡି ଗ୍ରାମରେ ପ୍ରଭାବଶାଳୀ ଲୋକଙ୍କ ଇଙ୍ଗିତରେ ଦଣ୍ଡ ପରମ୍ପରାରେ କଳଙ୍କ ଲାଗିବା ସହ ଧାର୍ମିକ ବାସନ୍ଦ ଭଳି ନିନ୍ଦନୀୟ କାଣ୍ଡ ଘଟିଛି।ଅଢ଼େଇଗୁଣ୍ଡି ଓ ରଙ୍ଗଣୀପାଟଣା ଗ୍ରାମରେ  ବିଜେ ଶ୍ରୀଚମ୍ପାନାଥ ଜୀଉଙ୍କ ଶହ ଶହ ବର୍ଷର ପରମ୍ପରାକୁ ଭାଙ୍ଗିଛନ୍ତି ଦଣ୍ଡୁଆ। ଚୈତ୍ର ଦଣ୍ଡପର୍ବ ସମୟରେ ବହୁ ବର୍ଷ ଧରି ଚାଲି ଆସୁଥିବା ଶିବପାର୍ବତୀଙ୍କ ଗ୍ରାମ ପରିକ୍ରମା 'ଭୋଗଖିଆ' ନୀତିରୁ ଏବର୍ଷ ୪ ପରିବାରକୁ ବାସନ୍ଦ ରଖିଛନ୍ତି। ପ୍ରଥମ ଥର ପାଇଁଁ ପ୍ରଭୂ ଚମ୍ପାନାଥ ଓ ମା କାଳୀଙ୍କ ଚଳନ୍ତି ପ୍ରତିମା ଅପୂଜ୍ୟ ରହିଛନ୍ତି। ଶ୍ରଦ୍ଧାଳୁଙ୍କ ଧୂପ ଦୀପ ନୈବେଦ୍ୟ ଓ ଭୋଗସାମଗ୍ରୀ ନଷ୍ଟ ହୋଇଛି। ଦଣ୍ଡୁଆମାନେ ଠାକୁରଙ୍କ ନୀତିବିଭ୍ରାଟ କରିବା ପରେ ଦେବନୀତିରୁ ବାସନ୍ଦ ପରିବାରର  ସଦସ୍ୟ ଏହାର ପ୍ରତିବାଦ କରିଥିଲେ। ଦିଅଁଙ୍କ ଶୋଭାଯାତ୍ରାକୁ ଅଟକାଇ ଅନୀତିର କାରଣ  ପଚାରି ଥିଲେ। ପାଟ ଭୋକ୍ତା ନିଜନି ଦାସ କହିଥିଲେ ଯେ ମନ୍ଦିର ଚାନ୍ଦାକୁ ନେଇ ଏଭଳି ପଦକ୍ଷେପ ନେବାକୁ କମିଟି କହିଥିଲା। କମିଟି କର୍ମକର୍ତ୍ତା ପ୍ରଫୁଲ୍ଲ ପଣ୍ଡା, ବାମ ମହାରଣା, ଯଜ୍ଞ ବେହେରା ଓ ବିନୟ ମହାରଣାଙ୍କ ନିର୍ଦ୍ଦେଶରେ ୪ପରିବାରକୁ ସାମୂହିକ 'ଭୋଗଖିଆ'ରୁ ବାସନ୍ଦ କରାଯାଇଥିବା ନେଇ ପାଟଦଣ୍ଡୁଆ ମହେଶ୍ୱର ଓଝାଙ୍କ ପ୍ରତିନିଧି ସହଦେବ ଓଝା, ସଦା ସାହୁ ଓ ହେମନ୍ତ ପଣ୍ଡା କହିଛନ୍ତି। ତେବେ  ଠାକୁରଙ୍କ କାର୍ଯ୍ୟରୁ ବାସନ୍ଦ ଭଳି ଅନୀତି କାହିଁକି କଲେ ତାହାର ସନ୍ତୋଷଜନକ ଉତ୍ତର ନ ଦେଇ ଠାକୁରଙ୍କୁ ନେଇ ଚାଲି ଯାଇଥିଲେ। କମିଟି ମୁଖ୍ୟ ଏ ସଂପର୍କରେ ଗଣମାଧ୍ୟମକୁ କିଛି କହିବା ପାଇଁ ମନା କରିଥିଲେ।ସଭ୍ୟ ସମାଜରେ ଧାର୍ମିକ ବାସନ୍ଦ ଭଳି ନିନ୍ଦନୀୟ ଘଟଣାକୁ ସାଧାରଣ ଲୋକେ ନାପସନ୍ଦ କରିଛନ୍ତି। ଜାତୀୟ ମାନବିକ ଅଧିକାର ଆୟୋଗଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିବା ସୂଚନା ମିଳିଛି।