ରୋଟାରୀ ପବ୍ଲିକ ସ୍କୁଲରେ ସ୍ୱାଭିମାନ ଦିବସ

ଅନୁଗୁଳ: ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲ ପରିସରରେ ସ୍ବାଭିମାନ ଦିବସ ଓ ମଧୁ ଜୟନ୍ତୀ ପାଳିତ ହୋଇଯାଇଛି। ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଅନୁଗୁଳ କଲେଜ ଓଡ଼ିଆ ବିଭାଗର ମୁଖ୍ୟ କାହ୍ନୁ ଚରଣ ପାଢ଼ୀ,ଶିକ୍ଷାବିତ ଡ଼ା ପ୍ରସନ୍ନ କୁମାର ବରାଳ,ସମାଜସେବୀ ଅନୁକୂଳ ନନ୍ଦ,ଅନୁବାଦକ ଦିନେଶ ମାଲି ଏବଂ ଡେସ୍କ ଇନ୍ ଚାର୍ଜ ପ୍ରଦ୍ୟୁମ୍ନ ରାଉତ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ। ଲିପିକା ମହାପାତ୍ର ମଧୁବାବୁଙ୍କ […]

ରୋଟାରୀ ପବ୍ଲିକ ସ୍କୁଲରେ ସ୍ୱାଭିମାନ ଦିବସ
ଅନୁଗୁଳ: ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲ ପରିସରରେ ସ୍ବାଭିମାନ ଦିବସ ଓ ମଧୁ ଜୟନ୍ତୀ ପାଳିତ ହୋଇଯାଇଛି। ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଅନୁଗୁଳ କଲେଜ ଓଡ଼ିଆ ବିଭାଗର ମୁଖ୍ୟ କାହ୍ନୁ ଚରଣ ପାଢ଼ୀ,ଶିକ୍ଷାବିତ ଡ଼ା ପ୍ରସନ୍ନ କୁମାର ବରାଳ,ସମାଜସେବୀ ଅନୁକୂଳ ନନ୍ଦ,ଅନୁବାଦକ ଦିନେଶ ମାଲି ଏବଂ ଡେସ୍କ ଇନ୍ ଚାର୍ଜ ପ୍ରଦ୍ୟୁମ୍ନ ରାଉତ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ। ଲିପିକା ମହାପାତ୍ର ମଧୁବାବୁଙ୍କ କବିତା ଗାନ କରିଥିଲେ।ସମାରୋହରେ ଶ୍ରୀ ସର ମଧୁବାବୁଙ୍କ ଦେଶ ପ୍ରେମ,ଅସ୍ମିତା,ସ୍ୱାଭିମାନ ଏବଂ ଏକ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଆଦ୍ୟ ଉଦ୍ଘୋଷଣା ତଥା ନିରନ୍ତର ପ୍ରୟାସର ପଟାନ୍ତର ନାହିଁ ବୋଲି କହିଥିଲେ। ଡ଼ା ବରାଳ ଓଡ଼ିଶାର ସ୍ୱାଭିମାନ ଓ ମଧୁବାବୁଙ୍କ ଉପରେ ସ୍ଵତନ୍ତ୍ର ଆଲୋକପାତ କରିବା ସହ ତାଙ୍କ ସଙ୍ଘର୍ଷମୟ ଜୀବନର ସମୀକ୍ଷା କରିଥିଲେ। ଦିନେଶ ମାଲି ମଧୁବାବୁଙ୍କ କବିତା ର ହିନ୍ଦୀ ଅନୁବାଦ ପାଠ କରିଥିଲେ। ଶ୍ରୀ କାହ୍ନୁ ଚରଣ ପାଢ଼ୀ ଓଡ଼ିଆ ଇତିହାସରେ ମଧୁବାବୁଙ୍କ ସ୍ଥାନ ଅନନ୍ୟ ବୋଲି ପ୍ରକାଶ କରିଥିଲେ। ଯେତେବେଳେ ସମାଜରେ ଅଜ୍ଞତାର ଅମା ଅନ୍ଧକାର ଓ ଜଡ଼ତା ଭରି ରହିଥିଲା ସେତେବେଳେ ମଧୁବାବୁ ଓଡ଼ିଆ ମାନଙ୍କୁ ଜାଗ୍ରତ କରି ଏକତା ସୂତ୍ରରେ ବାନ୍ଧି ରାଜ୍ୟର ନିର୍ଦ୍ଦିଷ୍ଟ ଭୂଖଣ୍ଡ କିଭଳି ପାଇହେବ ଏବଂ ଜାତିର ଉନ୍ନତି କିଭଳି ସମ୍ଭବ ହେବ ସେଥିନେଇ ସେ ନିଜକୁ ସମର୍ପିତ କରିଥିଲେ ବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଥିଲେ ସମାରୋହରେ ବରିଷ୍ଠ ଆଇନଜୀବି ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଧିତ କରାଯାଇଥିଲା। ସାହିତ୍ୟ ଘର ସମ୍ପାଦକ ଅରୁଣ ସାହୁ,କୋଷାଧ୍ୟକ୍ଷ ସତ୍ୟ ସୁନ୍ଦର ଦାସ ଏବଂ ବଜରଙ୍ଗ ଲାଲ ଅଗ୍ରୱାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।