ଥର୍ମାଲ ଡିଏଭି ସ୍କୁଲର ବାର୍ଷିକ ଉତ୍ସବ ପାଳିତ, କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଅନୁଗୁଳ: ସ୍ଥାନୀୟ ଥର୍ମାଲ ଡିଏଭି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏନଟିପିସି / ଟିଟି ପିଏସର ନିର୍ଦ୍ଦେଶକ ଅଧିକାରୀ ଗୌତମ ଦେବ, ସମ୍ମାନିତ ଅତିଥି ଭାବରେ ଏନଟିପିସି ସାଗରିକା ମହିଳା ମଣ୍ଡଳର ସଭାପତି ବିପାଶା ଦେବ, ଉପ-ମହାପ୍ରବନ୍ଧକ, ମାନବ ସମ୍ବଳ ରୋହିତ କୁମାର, ମାନବ ସମ୍ବଳ ଅଧିକାରୀ ସକିଲ ଅହମଦ, ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ ଡ ସୁରେନ୍ଦ୍ର କୁମାର ଭୋଇ, ଡିଏଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଡ. […]

ଥର୍ମାଲ ଡିଏଭି ସ୍କୁଲର ବାର୍ଷିକ ଉତ୍ସବ ପାଳିତ, କୃତି ଛାତ୍ରଛାତ୍ରୀ ପୁରସ୍କୃତ
ଅନୁଗୁଳ: ସ୍ଥାନୀୟ ଥର୍ମାଲ ଡିଏଭି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏନଟିପିସି / ଟିଟି ପିଏସର ନିର୍ଦ୍ଦେଶକ ଅଧିକାରୀ ଗୌତମ ଦେବ, ସମ୍ମାନିତ ଅତିଥି ଭାବରେ ଏନଟିପିସି ସାଗରିକା ମହିଳା ମଣ୍ଡଳର ସଭାପତି ବିପାଶା ଦେବ, ଉପ-ମହାପ୍ରବନ୍ଧକ, ମାନବ ସମ୍ବଳ ରୋହିତ କୁମାର, ମାନବ ସମ୍ବଳ ଅଧିକାରୀ ସକିଲ ଅହମଦ, ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ ଡ ସୁରେନ୍ଦ୍ର କୁମାର ଭୋଇ, ଡିଏଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଡ. ସମୀର କାନୁନଗୋ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ପରେ ପରେ ଛାତ୍ରଛାତ୍ରୀ ଚିତ୍ତାକର୍ଷକ ନୃତ୍ୟ ସହ ସଂଗୀତ ଓ ଏକକ ନାଟ୍ୟ ପରିବେଷଣ କରିଥିଲେ। ଏ ଅବସରରେ ବିଭିନ୍ନ କ୍ରୀଡ଼ା ଓ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା। ଶେଷରେ ସ୍କୁଲର ଶିକ୍ଷକ ରବୀନ୍ଦ୍ର କୁମାର ଗୌଡା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକ ସହଯୋଗ କରିଥିଲେ।