ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର: ୮୪ ଜଣ ଦେଲେ ରକ୍ତ

ଅନୁଗୁଳ: ଅନୁଗୁଳ ସାପ୍ତାହିକ ହାଟ ନିକଟସ୍ଥ ସାଇ ବିହାର ଠାରେ ଶ୍ରୀ ସତ୍ୟ ସାଇ ସେବା ସମିତି ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ରକ୍ତର ଅଭାବ ଦୂର କରିବା ପାଇଁ ଶ୍ରୀ ସତ୍ୟସାଇ ସେବା ସମିତିର ସେବାଦଳ ଭାଇ ଭଉଣୀଙ୍କ ସହଯୋଗରେ ଏହି ଗ୍ରୀଷ୍ମ କାଳୀନ ରକ୍ତଦାନ ଶିବିର (ଅମୃତ ବିନ୍ଦୁ) ଆୟୋଜିତ ହୋଇଥିଲା। ଶିବିରରେ ମୋଟ ୮୪ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ଅନୁଗୁଳ ରକ୍ତ ଭଣ୍ଡାରର କର୍ମଚାରୀ ମାନେ ରକ୍ତ ସଂଗ୍ରହ […]

ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର:  ୮୪ ଜଣ ଦେଲେ ରକ୍ତ
ଅନୁଗୁଳ: ଅନୁଗୁଳ ସାପ୍ତାହିକ ହାଟ ନିକଟସ୍ଥ ସାଇ ବିହାର ଠାରେ ଶ୍ରୀ ସତ୍ୟ ସାଇ ସେବା ସମିତି ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ରକ୍ତର ଅଭାବ ଦୂର କରିବା ପାଇଁ ଶ୍ରୀ ସତ୍ୟସାଇ ସେବା ସମିତିର ସେବାଦଳ ଭାଇ ଭଉଣୀଙ୍କ ସହଯୋଗରେ ଏହି ଗ୍ରୀଷ୍ମ କାଳୀନ ରକ୍ତଦାନ ଶିବିର (ଅମୃତ ବିନ୍ଦୁ) ଆୟୋଜିତ ହୋଇଥିଲା। ଶିବିରରେ ମୋଟ ୮୪ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ଅନୁଗୁଳ ରକ୍ତ ଭଣ୍ଡାରର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ। ଡ. ସତ୍ୟବ୍ରତ ପାଟ୍ଟଯୋଶୀ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏ ଅବସରରେ ରକ୍ତଦାତାଙ୍କୁ ବିଭିନ୍ନ ଉପହାର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସତ୍ୟ ସାଇ ସେବା ସଂଗଠନର ଜିଲ୍ଲା ସଭାପତି ଦୁର୍ଗା ପ୍ରସନ୍ନ ରଥ ଓ ଅନୁଗୁଳ ସମିତିର ଆବାହକ ବିଜୟ କୁମାର ପାଣିଗ୍ରାହୀ ତଥା ଅନେକ ସେବାଦଳ ଭାଇ ଭଉଣୀ ଉପସ୍ଥିତ ରହି ସହାୟତା କରିଥିଲେ।