ପୋଲିସ ଓ ଅବକାରୀ ବିଭାଗର ମିଳିତି ଚଢାଉ,ଜଣେ ଅଟକ,ବିପୁଳ ପରିମାଣ ରେ ପୋଚନଷ୍ଟ ସହ ଦେଶି ମଦ ଜବତ

  କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ପୋଲିସ,ଅବକାରୀ ବିଭାଗ ଓ ସ୍ୱତନ୍ତ୍ର ପୋଲିସ ଟିମର ମିଳିତ ଉଦ୍ୟମରେ ଶନିବାର ବେଆଇନ ମଦ କାରବାରକୁ ନେଇ ଚଢାଉ ହୋଇଥିଲା I ସାପକଟା ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ସହିତ ତାଳପଦା ପଞ୍ଚାୟତ କିଆଝାର ଗାଁ ଜଙ୍ଗଲରେ ଚଢାଉ ହୋଇଥିଲା I ବିଭିନ୍ନ ସ୍ଥାନରୁ ଅନେକ ପଳାଇଯାଇଥିବା ବେଳେ କିଆଝାର ଗାଁ ନିକଟ ଜଙ୍ଗଲରୁ ଦେଶି ମଦ ରନ୍ଧା ସ୍ଥଳ ସାମ୍ନାକୁ ଆସିଥିଲା I ଘଟଣା ସ୍ଥଳରୁ ଅନେକ ପଳାଇଥିବା […]

ପୋଲିସ ଓ ଅବକାରୀ ବିଭାଗର ମିଳିତି ଚଢାଉ,ଜଣେ ଅଟକ,ବିପୁଳ ପରିମାଣ ରେ ପୋଚନଷ୍ଟ ସହ ଦେଶି ମଦ ଜବତ
  କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ପୋଲିସ,ଅବକାରୀ ବିଭାଗ ଓ ସ୍ୱତନ୍ତ୍ର ପୋଲିସ ଟିମର ମିଳିତ ଉଦ୍ୟମରେ ଶନିବାର ବେଆଇନ ମଦ କାରବାରକୁ ନେଇ ଚଢାଉ ହୋଇଥିଲା I ସାପକଟା ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ସହିତ ତାଳପଦା ପଞ୍ଚାୟତ କିଆଝାର ଗାଁ ଜଙ୍ଗଲରେ ଚଢାଉ ହୋଇଥିଲା I ବିଭିନ୍ନ ସ୍ଥାନରୁ ଅନେକ ପଳାଇଯାଇଥିବା ବେଳେ କିଆଝାର ଗାଁ ନିକଟ ଜଙ୍ଗଲରୁ ଦେଶି ମଦ ରନ୍ଧା ସ୍ଥଳ ସାମ୍ନାକୁ ଆସିଥିଲା I ଘଟଣା ସ୍ଥଳରୁ ଅନେକ ପଳାଇଥିବା ବେଳେ ଜଣେ ବ୍ୟକ୍ତି ଧରାପଡିଥିଲା I କିଆଝାର ଜଙ୍ଗଲରେ ୬୫୦ ଲିଟର ଦେସି ରନ୍ଧା ମଦ ଜବତ ହୋଇଥିଲା ଏହାଛଡା ଅନେକ ପ୍ଲାଟିଷ୍କ ଡ୍ରମରେ ପାଞ୍ଚ ହଜାର କେଜିରୁ ଅଧିକ ପୋଚ ନଷ୍ଟ କରାଯିବା ସହିତ ରନ୍ଧା ସାମଗ୍ରୀ ଜବତ କରାଯାଇଛି I ଉକ୍ତ ଚଢାଉରେ ମାଜିଷ୍ଟେଟ୍ ଦାୟିତ୍ୱ ରେ କଣିହାଁ ଅତିରିକ୍ତ ତହସିଲଦାର ଅନୁପ କୁମାର ଗୁରୁଙ୍କ ଉପସ୍ଥିତିରେ ଆଇଆଇସି ମନୋଜ କୁମାର ପ୍ରଧାନ,ଜିଲ୍ଲା ଅବକାରୀ ଅଧିକାରୀ ଉମା ଶଙ୍କର ସ୍ୱାଇଁ,ଅନୁପ କୁମାର ପ୍ରମୁଖ ସହିତ ସ୍ୱତନ୍ତ୍ର ପୋଲିସି ଟିମ୍ ର ଅଧିକାରୀ ମାନସି ସାହୁ ଙ୍କ ସମେତ ଡେରେଙ୍ଗ ଫାଣ୍ଡି ଅଧିକାରୀ ଦୂର୍ଯ୍ୟ ମହାନନ୍ଦିଆ ପ୍ରମୁଖ ସାମିଲି ହୋଇଥିଲେ I ଏହାକୁ ନେଇ ଅଧିକ ତଦନ୍ତ ଚାଲିଥିବା ପୋଲିସ ଓ ଅବକାରୀ ବିଭାଗ ତରଫରୁ ସୂଚନା ମିଳିଛି I