ଜମିରେ ଗାଈ ପଶିବାକୁ ନେଇ ତୁମୁଳକାଣ୍ଡ: ସ୍ୱାମୀ, ସ୍ତ୍ରୀ ଓ ଝିଅର ଆକ୍ରମଣରେ ମହିଳା ମୃତ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଭେଜିଡିହ ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ଝିଅ ମିଳିତ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି। ଏହି ଘଟଣାରେ ପୋଲିସ ଗତକାଲି ଆକ୍ରମଣ କରିଥିବା ଦମ୍ପତି ଓ ଝିଅକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ମୁତାବକ, ବୁଧବାର ଭୋର ୬ଟାରେ ବଗିଚାରୁ କାମ ସାରି ବରୁଣ ନାଏକ(୪୫) ଓ ତାଙ୍କ ପତ୍ନୀ […]

ଜମିରେ ଗାଈ ପଶିବାକୁ ନେଇ ତୁମୁଳକାଣ୍ଡ: ସ୍ୱାମୀ, ସ୍ତ୍ରୀ ଓ ଝିଅର ଆକ୍ରମଣରେ ମହିଳା ମୃତ
ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଭେଜିଡିହ ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ଝିଅ ମିଳିତ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି। ଏହି ଘଟଣାରେ ପୋଲିସ ଗତକାଲି ଆକ୍ରମଣ କରିଥିବା ଦମ୍ପତି ଓ ଝିଅକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ମୁତାବକ, ବୁଧବାର ଭୋର ୬ଟାରେ ବଗିଚାରୁ କାମ ସାରି ବରୁଣ ନାଏକ(୪୫) ଓ ତାଙ୍କ ପତ୍ନୀ ଜୟନ୍ତୀ(୪୦) ଘରକୁ ଫେରୁଥିଲେ। ବଗିଚାରେ ବାରମ୍ବାର ରବି ନାଏକ(୫୦)ଙ୍କ ଗୋରୁ ଫସଲ ନଷ୍ଟ କରୁଥିବାରୁ ପୂର୍ବରୁ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଥିଲା। ବରୁଣ ଓ ପତ୍ନୀ ଜୟନ୍ତୀ ଫେରିବା ବାଟରେ ପୂର୍ବଶତ୍ରୁତାକୁ ନେଇ ଗ୍ରାମର ରବି ନାଏକ, ତାଙ୍କ ପତ୍ନୀ ବାସନ୍ତୀ ନାଏକ(୪୫) ଓ ଝିଅ କାଜଲ ନାଏକ(୨୧) ଆସି ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରି ହଠାତ ମୁଣ୍ଡକୁ ଆକ୍ରମଣ କରିଥିଲେ। ଆକ୍ରମଣରେ ବରୁଣ ଓ ପତ୍ନୀ ଜୟନ୍ତୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଯିବା ପରେ ରବି, ବାସନ୍ତୀ ଓ କାଜଲ ଘଟଣାସ୍ଥଳରୁ ଫେରାର ହୋଇଥିଲେ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବରୁଣ ଓ ପତ୍ନୀ ଜୟନ୍ତୀ ଚିକିତ୍ସାଧୀନ ଥିଲାବେଳେ ଆଜି ସକାଳେ ଜୟନ୍ତୀ ପ୍ରାଣ ହରାଇଛନ୍ତି। ଥାନାରେ ବରୁଣଙ୍କ ଅଭିଯୋଗ ପରେ ପୋଲିସ ଗତକାଲି ରବି, ପତ୍ନୀ ବାସନ୍ତୀ ଓ ଝିଅ କାଜଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ତେବେ ଆଜି ଜୟନ୍ତୀଙ୍କ ମୃତ୍ୟୁ ପରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।