ବଅଁରପାଳରେ ବିଜେଡିର ଆଶୀର୍ବାଦ ସମାବେଶ: ଯୋଡ଼ିଶଙ୍ଖରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ କରିବାକୁ ନିବେଦନ

ଅନୁଗୁଳ : ସାଧାରଣ ନିର୍ବାଚନ ପାଇଁ ସବୁ ଦଳ ଜୋର ସୋରରେ ପ୍ରଚାରରେ ଲାଗି ପଡ଼ିଛନ୍ତି। ଏହି ଧାରାରେ ବଅଁରପାଳ ବ୍ଲକ୍‌ ସନ୍ତ୍ରୀ ପଡ଼ିଆରେ ଆଶୀର୍ବାଦ ସମାବେଶ କରି ଭୋଟ ଭିକ୍ଷା କରିଛି ବିଜେଡି। ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଡା. ଅବିନାଶ ସାମଲ ଓ ବିଧାୟକ ପ୍ରାର୍ଥୀ ସଂଯୁକ୍ତା ସିଂହ ଲୋକଙ୍କ ସହଯୋଗ କାମନା କରିବା ସହ ଯୋଡ଼ିଶଙ୍ଖରେ ଭୋଟ ଦେଇ ନବୀନ ବାବୁଙ୍କ ହାତମୁଠାକୁ ଟାଣ କରିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି। ଏ ଅବସରରେ […]

ବଅଁରପାଳରେ ବିଜେଡିର ଆଶୀର୍ବାଦ ସମାବେଶ: ଯୋଡ଼ିଶଙ୍ଖରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ କରିବାକୁ ନିବେଦନ
ଅନୁଗୁଳ : ସାଧାରଣ ନିର୍ବାଚନ ପାଇଁ ସବୁ ଦଳ ଜୋର ସୋରରେ ପ୍ରଚାରରେ ଲାଗି ପଡ଼ିଛନ୍ତି। ଏହି ଧାରାରେ ବଅଁରପାଳ ବ୍ଲକ୍‌ ସନ୍ତ୍ରୀ ପଡ଼ିଆରେ ଆଶୀର୍ବାଦ ସମାବେଶ କରି ଭୋଟ ଭିକ୍ଷା କରିଛି ବିଜେଡି। ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଡା. ଅବିନାଶ ସାମଲ ଓ ବିଧାୟକ ପ୍ରାର୍ଥୀ ସଂଯୁକ୍ତା ସିଂହ ଲୋକଙ୍କ ସହଯୋଗ କାମନା କରିବା ସହ ଯୋଡ଼ିଶଙ୍ଖରେ ଭୋଟ ଦେଇ ନବୀନ ବାବୁଙ୍କ ହାତମୁଠାକୁ ଟାଣ କରିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି। ଏ ଅବସରରେ ବିଧାୟକ ପ୍ରାର୍ଥୀ ସଂଯୁକ୍ତା ସିଂହ କହିଥିଲେ, ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳାଙ୍କୁ ଗୁରୁତ୍ବ ଦେଇ ଆସିଛନ୍ତି। ମହିଳାଙ୍କ ଉନ୍ନତି ପାଇଁ ଅନେକ ଜନହିତକର ଯୋଜନା କରିଛନ୍ତି। ଏଥିପାଇଁ ଆଜି ଗାଁ ଗାଁରେ ମହିଳା ସଶକ୍ତୀକରଣ ହୋଇପାରିଛି ବୋଲି ଶ୍ରୀମତି ସିଂହ କହିଥିଲେ। ସେହିପରି ସାଂସଦ ପ୍ରାର୍ଥୀ ଡା. ଅବିନାଶ ସାମଲ କହିଥିଲେ, ଅନୁଗୁଳ ହେଉଛି ସ୍ବାଭିମାନର ମାଟି। ଏଠାରେ ଜଣେ ମହିଳା ଓ ଜଣେ ଯୁବକଙ୍କୁ ଟିକେଟ ଦେଇ ନବୀନ ବାବୁ ଯେଉଁ ଧାରା ତିଆରି କରିଛନ୍ତି, ତାକୁ ଆମେ ସମସ୍ତେ ଆଗେଇ ନେବାକୁ ପଡ଼ିବ। ଏଥର ଯୋଡ଼ିଶଙ୍ଖରେ ଭୋଟ ଦେବାକୁ ସେ ଅନୁ‌ରୋଧ କରିବା ସହ ନବୀନ ବାବୁଙ୍କ ବିକାଶମୂଳକ କାମକୁ ଘରେ ଘରେ ପହଞ୍ଚାଇବା ପାଇଁ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ, ବିଧାନସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଚିନ୍ମୟ କୁମାର ସାହୁ, ବିଧାୟକ ରଜନୀକାନ୍ତ ସିଂହ, ବିପ୍ଳବ ଜେନା, ମୀନକେତନ ଅମାନ୍ତ, ବିଜୟ ନାଥ, ମହେନ୍ଦ୍ର ବସ୍ତିଆ, ମୁନା ସାମନ୍ତ, ଗୋପାଳ ନାୟକ, ଦୁର୍ଗାଚରଣ ପ୍ରଧାନ, ମନୋଜ ପ୍ରଧାନ, ବିଜୟ ନାଥ, ଅରୁଣାଭ ସିଂହ, ଅରୂପ ଶ୍ରୀଚନ୍ଦନଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।