ହିଙ୍ଗୁଳା ସେକ୍ଟର ପୁରୁଣା ଟ୍ରକ ମାଲିକ ସଂଘ ପକ୍ଷରୁ ମା’ ହିଙ୍ଗୁଳାଙ୍କ ମନ୍ଦିରକୁ ଜେନେରେଟର ଓ ଅର୍ଥଦାନ

ତାଳଚେର : ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଯାତ୍ରାର ଅବ୍ୟାହତି ପୂର୍ବରୁ ହିଙ୍ଗୁଳା ସେକ୍ଟର ପୁରୁଣା ଟ୍ରକ ମାଲିକ ସଂଘ ପକ୍ଷରୁ ମନ୍ଦିରକୁ ଏକ ନୂତନ ଜେନେରେଟର ପ୍ରଦାନ କରାଯାଇଛି। ମା’ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ତଥା ତାଳଚେର ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ ମନ୍ଦିର ପରିସରରେ ଲାଗିଥିବା ନୂତନ ୮୩ କେଭିଏ ଜେନେରେଟରକୁ ଲୋକାର୍ପଣ କରିଥିଲେ। ଏହି ଅବସରରେ ହିଙ୍ଗୁଳା ସେକ୍ସନର ପୁରୁଣା ଟ୍ରକ ମାଲିକ ସଂଘ ପକ୍ଷରୁ ଏକୋଇଶି […]

ହିଙ୍ଗୁଳା ସେକ୍ଟର ପୁରୁଣା ଟ୍ରକ ମାଲିକ ସଂଘ ପକ୍ଷରୁ ମା’ ହିଙ୍ଗୁଳାଙ୍କ ମନ୍ଦିରକୁ ଜେନେରେଟର ଓ ଅର୍ଥଦାନ
ତାଳଚେର : ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଯାତ୍ରାର ଅବ୍ୟାହତି ପୂର୍ବରୁ ହିଙ୍ଗୁଳା ସେକ୍ଟର ପୁରୁଣା ଟ୍ରକ ମାଲିକ ସଂଘ ପକ୍ଷରୁ ମନ୍ଦିରକୁ ଏକ ନୂତନ ଜେନେରେଟର ପ୍ରଦାନ କରାଯାଇଛି। ମା’ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ତଥା ତାଳଚେର ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ ମନ୍ଦିର ପରିସରରେ ଲାଗିଥିବା ନୂତନ ୮୩ କେଭିଏ ଜେନେରେଟରକୁ ଲୋକାର୍ପଣ କରିଥିଲେ। ଏହି ଅବସରରେ ହିଙ୍ଗୁଳା ସେକ୍ସନର ପୁରୁଣା ଟ୍ରକ ମାଲିକ ସଂଘ ପକ୍ଷରୁ ଏକୋଇଶି ଲକ୍ଷ ଚାଳିଶ ହଜାର ନଅଶହ ଟଙ୍କାର ଏକ ଚେକ୍ ମନ୍ଦିର ନିର୍ମାଣାର୍ଥେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ତା’ ସହିତ ନୂତନ ମନ୍ଦିର ନିର୍ମାଣ ନିମନ୍ତେ ଏକ ମିକ୍ସର ମେସିନ ଓ ଜେନେରେଟର ସେଡ୍ ମଧ୍ୟ ଟ୍ରକ ମାଲିକ ସଂଘ ପକ୍ଷରୁ ଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ହିଙ୍ଗୁଳା ସେକ୍ଟର ପୁରୁଣା ଟ୍ରକ ମାଲିକ ସଂଘର ସଭାପତି ଜନାର୍ଦ୍ଦନ ମହାନ୍ତି, ସଂପାଦକ ଉଗ୍ରସେନ ପ୍ରଧାନଙ୍କ ସମେତ ଟ୍ରଷ୍ଟ ବୋର୍ଡ ସଦସ୍ୟ ଜଗନ୍ ମୋହନ ଗଡନାୟକ, ମୂରଲୀଧର ସାହୁ, ରାଜେନ୍ଦ୍ର ସିଂହ, ଅରୁଣ ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ସଞ୍ଜୟ ସାହୁ, ଗଗନ ବିହାରୀ ସାହୁ ଓ ହିଙ୍ଗୁଳା କୋଇଲା ଖଣିର ପ୍ରକଳ୍ପ ଅଧିକାରୀ ଏସ.ଭି.ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ।