ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଭାଙ୍ଗିଲା ଘର-ଚେକ ଡ୍ୟାମ୍‌, ଚାଷ ଜମି ବ୍ୟାପକ କ୍ଷତି

ମାଲକାନଗିରି: ବିଗତ ୪ ଦିନ ହେବ ମାଲକାନଗିରି ଜିଲ୍ଲାରେ ବର୍ଷା ଯୋଗୁଁ ର ବିତ୍ପାତ ଦେଖିବାକୁ ମିଳିଛି। ବର୍ଷା ଯୋଗୁଁ ଘର ଓ ଚେକ ଡ୍ୟାମ୍‌ ଭାଙ୍ଗିଥିବା ବେଳେ ଚାଷ ଜମି ବ୍ୟାପକ କ୍ଷୟକ୍ଷତି ହୋଇଛି। ବର୍ଷା ଯୋଗୁଁ ଜିଲ୍ଲା ଏକ ପ୍ରକାର ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି। ମାଲକାନଗିରି ଠାରୁ ଜାତୀୟ ରାଜପଥ ୩୨୬ରେ ପଡୁଥିବା ପାଙ୍ଗାମ ବ୍ରିଜରେ ତିନି ଫୁଟର ପାଣି ଚାଲୁଥିବାରୁ ଜୟପୁର ମାଲକାନଗିରି ବିଛିନ୍ନ ହୋଇପଡିଛି। ସେହିପରି ମାଲକାନଗିରି କାଲିମେଳା ମଧ୍ୟରେ […]

ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଭାଙ୍ଗିଲା ଘର-ଚେକ ଡ୍ୟାମ୍‌, ଚାଷ ଜମି ବ୍ୟାପକ କ୍ଷତି
ମାଲକାନଗିରି: ବିଗତ ୪ ଦିନ ହେବ ମାଲକାନଗିରି ଜିଲ୍ଲାରେ ବର୍ଷା ଯୋଗୁଁ ର ବିତ୍ପାତ ଦେଖିବାକୁ ମିଳିଛି। ବର୍ଷା ଯୋଗୁଁ ଘର ଓ ଚେକ ଡ୍ୟାମ୍‌ ଭାଙ୍ଗିଥିବା ବେଳେ ଚାଷ ଜମି ବ୍ୟାପକ କ୍ଷୟକ୍ଷତି ହୋଇଛି। ବର୍ଷା ଯୋଗୁଁ ଜିଲ୍ଲା ଏକ ପ୍ରକାର ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି। ମାଲକାନଗିରି ଠାରୁ ଜାତୀୟ ରାଜପଥ ୩୨୬ରେ ପଡୁଥିବା ପାଙ୍ଗାମ ବ୍ରିଜରେ ତିନି ଫୁଟର ପାଣି ଚାଲୁଥିବାରୁ ଜୟପୁର ମାଲକାନଗିରି ବିଛିନ୍ନ ହୋଇପଡିଛି। ସେହିପରି ମାଲକାନଗିରି କାଲିମେଳା ମଧ୍ୟରେ ଯାଇଥିବା ଜାତୀୟ ରାଜପଥ ୩୨୬ର ପୋଟେରୁ ବ୍ରିଜରେ ଚାରି ଫୁଟର ପାଣି ଚାଲୁଥିବାରୁ ଏହି ରାସ୍ତା ମଧ୍ୟ ବନ୍ଦ ହୋଇଛି। କାଲିମେଳା ଠାରୁ ମୋଟୁ, କାଲିମେଳା ଠାରୁ ପଡିଆ ମଧ୍ୟ ଯୋଗାଯୋଗ ବିଛିନ୍ନ ହୋଇଛି। କାଙ୍ଗୁରିକୋଣ୍ଡା,ଏମଭି-୯୦,ଏମଭି-୯୬, କନ୍ୟାଶ୍ରମ ବ୍ରିଜରେ ପାଣି ବ୍ରିଜ ଉପରେ ଚାରି ଫୁଟର ପ୍ରବାହିତ ହେଉଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ବିଛିନ୍ନ ହୋଇ ରହିଛି। ମାଲକାନଗିରି ଠାରୁ କାଲିମେଳା ଯାଉଥିବା ସମସ୍ତ ଯାନବାହାର ଗତ ଦୁଇ ଦିନ ହେଲା ଅଟକି ରହିଛି। ବହୁ ଯାତ୍ରୀ ନିଜ ଗନ୍ତବ୍ୟସ୍ଥଳକୁ ଯାଇନପାରି ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ଲଗାଣ ବର୍ଷା ଯୋଗୁଁ ସାବେରୀ, କୋଲାବ ଏବଂ ସିଲେରୁ ନଦୀରେ ପାଣି ଫୁଲିଛି। ଆସନ୍ତା ଦୁଇ ଦିନ ପୁଣି ବର୍ଷା ଲାଗି ରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ତରଫରୁ ସୂଚନା ମିଳୁଥିବା ବେଳେ ସ୍ଥିତି ଗମ୍ଭୀର ହେବ ବୋଲି କୁହାଯାଇଛି। ତେବେ ପ୍ରଶାସନ ତରଫରୁ ଫସିଥିବା ଯାତ୍ରୀଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯାଉଥିବା କୁହାଯାଇଛି। କାଲିମେଳା ବ୍ଲକର ବଦଲି ପଞ୍ଚାୟତର ପୋଟେରୁ ଠାରେ କିଛି ଲୋକଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଥିବା ବେଳେ ମାଥିଲି ବ୍ଲକର ୧୭୨ ଜଣଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯାଇଥିବା କୁହାଯାଇଛି। ମାଥିଲି ବ୍ଲକର କମଳା ପଦର ଠାରେ ତିନୋଟି ଗଛ ପଢିଯିବାରୁ ଯାତାୟତ ଠପ୍‌ ହୋଇଥିବା ସୂଚନା ମିଳିଛି। ସେହିପରି ମାଥିଲି ବ୍ଲକର ପାତ୍ରପୁଟ ଠାରେ ରହିଥିବା ଚେକ ଡ୍ୟାମ ମଧ୍ୟ ଲଗାଣ ବର୍ଷାରେ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ଯାହାଫଳରେ ହଜାର ହଜାର ହେକ୍ଟରରେ ପାଣି ମାଡିଯାଇଛି। ବହୁ ଚାଷୀଙ୍କ ଧାନ ଫସଲରେ ପାଣି ମାଡିଯିବା ଫଳରେ ବହୁ କ୍ଷତି ହୋଇଥିବା ଜଣାପଡିଛି।