ଅନୁଗୁଳଜିଲ୍ଲା କଂଗ୍ରେସ ର କାର୍ଯ୍ୟକାରିଣୀ ବୈଠକ

ଆଜି ନାଲକୋ ନେସ କାର୍ଯ୍ୟାଳୟ ରେ ଅନୁଗୁଳ ଜିଲ୍ଲା ରା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଜିଲ୍ଲା ସଭାପତି ସଂଗ୍ରାମ ମିଶ୍ର ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି ।ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା ଏବଂ ବନରପାଳ ଠାରେ ରାସ୍ତା ଦୁର୍ଘଟଣା ରେ ପ୍ରାଣ ହରାଇଥିବା ସ୍କୁଲ ଛାତ୍ରୀ ଙ୍କ ଆମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା। ଅନୁଗୁଳ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଶ୍ରୀ ବିମଳ ବେହେରା ପ୍ରଥମେ ଜିଲ୍ଲା କଂଗ୍ରେସ ଦ୍ଵାରା କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ।ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସଂଗ୍ରାମ ମିଶ୍ର ତାଙ୍କ ଅଭିଭାଷଣ ରେ କହିଥିଲେ ଅନୁଗୁଳ ଜିଲ୍ଲା ର ଅଧିବାସୀ ଆଜି ନବୀନ ସରକାର ଓ ମୋଦି ସରକାର ର ଉଦାସୀନତା ର ଶିକାର ହୋଇଛନ୍ତି। ତାଳଚେର ମେଡିକାଲ କଲେଜ କଂଗ୍ରେସ ସରକାର ସମୟରେ ଆରମ୍ଭ ହୋଇଥିଲାଓ 500 କୋଟି ଟଙ୍କା ପ୍ରାରମ୍ଭିକ ଭାବେ ଦେଇଥିଲେ ମାତ୍ର ଆଜିର ମୋଦି ସରକାର ଓ ନବୀନ ସରକାର ଏହି ମେଡିକାଲ କଲେଜ କୁ ଚାଲୁ କରିବାରେ ଅକ୍ଷମ ହେଇପଡିଛନ୍ତି | ଡ଼ି.ଏମ ଫଣ୍ଡ ଓ ସି.ଏସ.ଆର ରୁ ଆର.ଡବ୍ଲୁ.ଏସ ଏସ କୁ ୧୩୦୦ କୋଟି ଟଙ୍କା ଦିଆଯାଇଥିଲେ ମଧ୍ୟ ଲୋକ ଏ ପର୍ଯ୍ୟନ୍ତ ପିଇବା ପାଇଁ ପାଣି ପାଉ ନାହାଁନ୍ତି ।ଟ୍ରକ ରେ ଓଭର ଲୋଡିଙ୍ଗ କରି କୋଇଲା ମାଫିଆ ମାଲା ମାଲ ହେଉ ଥିବା ବେଳେ ସାରା ଅନୁଗୁଳ ଜିଲ୍ଲାର ରାସ୍ତା ର ଅବସ୍ଥା ଖୁବଶୀଘ୍ର ଖରାପ ହେଉଛି । ଅନୁଗୁଳ ଜିଲ୍ଲାରେ ଶିକ୍ଷା ,ସ୍ୱାସ୍ଥ୍ୟ ଓ ଗମନା ଗମନ ବ୍ୟବସ୍ଥା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ଏଠି ସରକାରୀ ସ୍କୁଲ କଲେଜ ରେ ଶିକ୍ଷକ ନାହାନ୍ତି ,ଡାକ୍ତର ଖାନା ରେ ଡାକ୍ତର ନାହାନ୍ତି ,ରାସ୍ତା ର ଦୂରାବସ୍ତା ପାଇଁ ପ୍ରତିଦିନ ଦୁର୍ଘଟଣା ଘଟୁଛି।ଜିଲ୍ଲା ସଭାପତି ଶ୍ରୀ ମିଶ୍ର ବନରପାଳ ପି.ବି.କେ ହାଇସ୍କୁଲ ର ମୃତ ଛାତ୍ରୀ ର ପରିବାର କୁ ନ୍ୟାୟ ଦାବି ରେ ବିପଯ୍ୟସ୍ତ ରାସ୍ତାର ସୁଧାର ପାଇଁ ଆନ୍ଦୋଳନ କରୁ ଥିବା ସ୍ଥାନୀୟ ଅଧିବାସୀ ଙ୍କ ଉପରେ ଲାଗୁ ହୋଇଥିବା ମିଥ୍ୟା କେସ ର ପ୍ରତ୍ୟାହାର ପାଇଁ ଦାବି ଜଣାଇଥିଲେ ।ଏହି ସମସ୍ୟା ର ସମାଧାନ ପାଇଁ ଅନୁଗୁଳ ଜିଲ୍ଲା କଂଗ୍ରେସ ପୁନର୍ବାର ଆନ୍ଦୋଳନ କରିବ ବୋଲି ସେ କହିଥିଲେ। ପି.ସି.ସି ସାଧାରଣ ସମ୍ପାଦକ ତଥା ଅନୁଗୁଳ ପ୍ରଭାରି ଶ୍ରୀ ପ୍ରକାଶ ମିଶ୍ର କହିଥିଲେ ଯେ ଜିଲ୍ଲା କଂଗ୍ରେସ ର କର୍ମକର୍ତ୍ତା ଓ ବ୍ଲକ କଂଗ୍ରେସ ର କର୍ମକର୍ତ୍ତା ମୋଦି ସରକାର ଓ ନବୀନ ସରକାର ର କୁଶାସନ ଆଧାରିତ ଲିଫ୍ଲେଟ ଅନୁଗୁଳ ଜିଲ୍ଲାର ଘରେ ଘରେ ନେଇ ପହଁଚିବେ।ଅନୁଗୁଳ ଜିଲ୍ଲା ର ସାଧାରଣ ଜନତାଙ୍କୁ ନ୍ୟାୟ ଦେବାପାଇଁ ଜିଲ୍ଲା କଂଗ୍ରେସ ପୁନର୍ବାର ଆନ୍ଦୋଳନ କରିବ ବୋଲି ସେ ଅଶାପ୍ରକାଶ କରିଥିଲେ । କାର୍ଯ୍ୟକାରିଣୀ ଆଲୋଚନା ରେ ଅନୁଗୁଳ ବ୍ଲକ ସଭାପତି ଅମୂଲ୍ୟ ବେହେରା, କଣିଆଁ ବ୍ଲକ ସଭାପତି ସୁଶାନ୍ତ ଶସିକାନ୍ତ ସାମଲ,ତାଳଚେର ବ୍ଲକ ସଭାପତି ଜ୍ଞାନରଞ୍ଜନ ପାଣି, ଜିଲ୍ଲା କଂଗ୍ରେସ ଉପ-ସଭାପତି ଉମେଶ ସାହୁ,କେଶବ ଭୁତିଆ, ବଲବୀର ସିଂ,ରାଜକିଶୋର ସାହୁ,ପ୍ରଫୁଲ ଦାସ,ପ୍ରବୋଧ ସ୍ୱାଇଁ ,ଦିଲୀପ ମିଶ୍ର,ସତ୍ୟଜିତ ସାହୁ,ଚିତ୍ତରଞ୍ଜନ ନାୟକ ,ମହିଳା କଂଗ୍ରେସ ସଭାପତି ତପସ୍ୱିନୀ ବିଶ୍ୱାଳ,ରମେଶ ଚନ୍ଦ୍ର ପ୍ରଧାନ,ଅକ୍ଷୟ କୁମାର ବିଶ୍ବାଳ,ବିମଳ ପ୍ରଧାନ, ସହଦେଵ ବେହେରା, ସନ୍ତୋଷ ପଟ୍ଟନାୟକ,ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ,ଛାତ୍ର ନେତା ପ୍ରଦ୍ୟୁମ୍ନ ସାହୁ, ପ୍ରମୁଖ ଅଂଶଗ୍ରହଣ କରି ଥିଲେ । ଜିଲ୍ଲା ଉପସଭାପତି ଦୁଷ୍ମନ୍ତ ଦଳବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଅନୁଗୁଳଜିଲ୍ଲା କଂଗ୍ରେସ ର କାର୍ଯ୍ୟକାରିଣୀ ବୈଠକ