ଲଭ-ସେକ୍ସ-ଧୋକା: ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଓ ଧୋକା ଅଭିଯୋଗରେ ଜଣେ ଗିରଫ

ଅନୁଗୁଳ: ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଓ ପରେ ଛାଡ଼ିଦେବା ଅଭିଯୋଗରେ ଅନୁଗୁଳ ଥାନା ପୋଲିସ ଜ‌ଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କୁମଣ୍ଡର ଦୀପକ ସାହୁ(୨୯)। ସୂଚନା ଅନୁସାରେ, ଅନୁଗୁଳ ସହରର ଏକ ସୋ’ ରୁମ୍‌ରେ କାମ କରୁଥିବା ଜଣେ ମହିଳାଙ୍କୁ ସେ ପ୍ରେମ ନିବେଦନ କରିଥିଲେ। ପରେ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ବିବାହ କରିବାକୁ ବାଧ୍ୟ କରିବାରୁ ସେ ତାଙ୍କୁ […]

ଲଭ-ସେକ୍ସ-ଧୋକା: ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଓ ଧୋକା ଅଭିଯୋଗରେ ଜଣେ ଗିରଫ
ଅନୁଗୁଳ: ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଓ ପରେ ଛାଡ଼ିଦେବା ଅଭିଯୋଗରେ ଅନୁଗୁଳ ଥାନା ପୋଲିସ ଜ‌ଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କୁମଣ୍ଡର ଦୀପକ ସାହୁ(୨୯)। ସୂଚନା ଅନୁସାରେ, ଅନୁଗୁଳ ସହରର ଏକ ସୋ’ ରୁମ୍‌ରେ କାମ କରୁଥିବା ଜଣେ ମହିଳାଙ୍କୁ ସେ ପ୍ରେମ ନିବେଦନ କରିଥିଲେ। ପରେ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ବିବାହ କରିବାକୁ ବାଧ୍ୟ କରିବାରୁ ସେ ତାଙ୍କୁ ମାଳ ପିନ୍ଧାଇ ବିବାହ କରିଥିଲେ ମଧ୍ୟ ପରେ ଛାଡ଼ି ଦେଇଥିଲେ। ଏ ନେଇ ମହିଳା ଜଣଙ୍କ ଅଭିଯୋଗ କରିବାରୁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି।