ଶାଗୁଆନ ପଟା ବୋଝୋଇ ପିକଅପ ଜବତ ଜଣେ ଗିରଫ
ଶାଗୁଆନ ପଟା ବୋଝୋଇ ପିକଅପ ଜବତ ଜଣେ ଗିରଫ
କରଞ୍ଜିଆ-( ଜିତେନ୍ଦ୍ର ରାଜ)କରଞ୍ଜିଆ ଫୋରେଷ୍ଟର ସୁରମୋହନ ବେହେରା ଙ୍କ ନେତୃତ୍ୱ ରେ ବନବିଭାଗ ର ଏକ ଟିମ କରଞ୍ଜିଆ ସହର ର ଘୋଡାଘାଗୁରି ଛକ ନିକଟରୁ ଏକ ଚୋରା ପିଆଶାଳ ପଟା ବୋଝୋଇ ପିକଅପ ଜବତ କରିବା ସହିତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି
ମିଳିଥିବା ସୂଚନା ଅନୁଯାୟୀ ଝାଡ଼ଖଣ୍ଡ ରାଜ୍ୟର ମଝିଗାଁ କୋଳପୋଷ ଅଞ୍ଚଳ ରୁ ଏକ ପିକଅପ ନମ୍ବର ଓଡି୦୯ ୟୁ ୭୮୫୭ ଯୋଗେ କରଞ୍ଜିଆ ଅଞ୍ଚଳ କୁ ଚୋରା କାଠ ଚାଲାଣ ହେଉଥିବା ବେଳେ ଅତର୍କିତ ଚଢ଼ାଉ କରି ୪୧ ଖଣ୍ଡ ଶାଗୁଆନ ପଟା ସହିତ ପିକଅପ କୁ ଜବତ କରାଯାଇଥିଲା ଗାଡିର ଚାଳକ ଓ ହେଲପର ଫେରାର ହୋଇଯାଇଥିବା ବେଳେ ଚୋରା କାଠ ଚାଲାଣ କାରୀ ଫାୟାଜ ହୁସେନ କୁ ଅଟକ ରଖି ପଚରାଉଚରା କରାଯିବା ପରେ କେଶ ନମ୍ବର ୬୭ ରେ ମାମଲା ରୁଜ୍ଜୁ କରି ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି
ଜବତ କାଠର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ଫରେଷ୍ଟର ସୁରମୋହନ ବେହେରା ସୂଚନା ଦେଇଛନ୍ତି
ଏହି ଚଢ଼ାଉ ରେ ଫୋରେଷ୍ଟ ଗାର୍ଡ ରଶ୍ମିତା ବାରିକ, ଝୁଲଣା ଦେଓ, ଟିପିଏଫ ଟିମ ର ସଦସ୍ୟ ସାମିଲ ହୋଇଥିଲେ
ମୟୁରଭଞ୍ଜ କରଞ୍ଜିଆ ରୁ ଜିତେନ୍ଦ୍ର ରାଜ ଙ୍କ ରିପୋର୍ଟ
Dreamsrider
Nov 24, 2025 - 19:18
Updated: Nov 24, 2025 - 19:30
541
0