ଅନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ, ସୁରକ୍ଷିତ ଓ ଆଇନଗତ ଗର୍ଭପାତ ସେବା ଉପରେ ଗୁରୁତ୍ୱାରୋପ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶନିବାର ଅନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ଡା.ପୂର୍ଣ୍ଣିମା ଉଦ୍‌ଗାତା ଅଧ୍ୟକ୍ଷତା କରି ସୁରକ୍ଷିତ ଓ ଆଇନଗତ ଗର୍ଭପାତ ସେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଗର୍ଭପାତ ଯେତେ ଶୀଘ୍ର ହେବ ସେତିକି ସହଜ, ସୁରକ୍ଷିତ ଓ ସରଳ ହେବ। ଏହା ସହିତ ଅନୁମୋଦିତ ସ୍ବାସ୍ଥ୍ୟ କେନ୍ଦ୍ରରେ ଗର୍ଭପାତ କରାଇବା ପାଇଁ ପରାମର୍ଶ ଦେଇଥିଲେ। ଡା. ସୁଜାତା ଦାସ ଗର୍ଭପାତକୁ ସୁରକ୍ଷିତ […]

ଅନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ, ସୁରକ୍ଷିତ ଓ ଆଇନଗତ ଗର୍ଭପାତ ସେବା ଉପରେ ଗୁରୁତ୍ୱାରୋପ
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶନିବାର ଅନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ଡା.ପୂର୍ଣ୍ଣିମା ଉଦ୍‌ଗାତା ଅଧ୍ୟକ୍ଷତା କରି ସୁରକ୍ଷିତ ଓ ଆଇନଗତ ଗର୍ଭପାତ ସେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଗର୍ଭପାତ ଯେତେ ଶୀଘ୍ର ହେବ ସେତିକି ସହଜ, ସୁରକ୍ଷିତ ଓ ସରଳ ହେବ। ଏହା ସହିତ ଅନୁମୋଦିତ ସ୍ବାସ୍ଥ୍ୟ କେନ୍ଦ୍ରରେ ଗର୍ଭପାତ କରାଇବା ପାଇଁ ପରାମର୍ଶ ଦେଇଥିଲେ। ଡା. ସୁଜାତା ଦାସ ଗର୍ଭପାତକୁ ସୁରକ୍ଷିତ କରାଇବା ପାଇଁ ଉପଯୁକ୍ତ ସମୟ ଓ ବିଧ‌ି ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଆଶା, ନର୍ସିଂ ଅଫିସର, ପାରାମେଡିକାଲ ଷ୍ଟାଫ, ମିଶନ ଶକ୍ତି ଓ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।