କର୍କଟ ପୀଡିତଙ୍କ ପାଇଁ କେଶ ଦାନ
*କର୍କଟ ପୀଡିତଙ୍କ ପାଇଁ କେଶଦାନ*
ଯାଜପୁର : ବିଶ୍ୱ କର୍କଟ ଦିବସ ଅବସରରେ କର୍କଟ ପୀଡିତଙ୍କ ପାଇଁ କେଶଦାନ କରିଛନ୍ତି ପାଞ୍ଚଜଣ ଛାତ୍ରୀ l କର୍କଟ ପୀଡିତଙ୍କ ପାଇଁ ମାଗଣାରେ କେଶଦାନ କରିଆସୁଥିବା "ଶୋପଭା ସ୍ବେଚ୍ଛାସେବୀ ଅନୁଷ୍ଠାନ" ସହଯୋଗରେ "କେଶ ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ" ଅଭିଯାନରେ ସାମିଲ ହୋଇ ସ୍ମୃତିମୟୀ ବେହେରା, ରିଧିମା ଦାସ, ସବିତା ମୁର୍ମୁ, ଅଙ୍କିତା ପ୍ରିୟଦର୍ଶିନୀ ଓ ସାଗରିକା ପଣ୍ଡା କେଶଦାନ କରିଛନ୍ତି l ତେବେ ସ୍ମୃତିମୟୀ ବେହେରା ଯାଜପୁରରୁ ହୋଇଥିବା ବେଳେ ଓଡିଶାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଜୟ ମହାକାଳ ଫାଉଣ୍ଡେସନର ସେ ଜଣେ ସକ୍ରିୟ ସଦସ୍ୟା l ସେହିପରି ଯାଜପୁରରୁ ସାଗରିକା ପଣ୍ଡା, ଭୁବନେଶ୍ୱରରୁ ରିଧିମା ଦାସ, କେଉଁଝରରୁ ସବିତା ମୁର୍ମୁ, ଜଗତସିଂହପୁରରୁ ଅଙ୍କିତା ପ୍ରିୟଦର୍ଶିନୀ କର୍କଟ ପଡ଼ିତାଙ୍କ ପାଇଁ କେଶଦାନ କରିଛନ୍ତି l ଅନ୍ୟମାନେ ପ୍ରଥମ ଥର ପାଇଁ କେଶଦାନ କରିଥିବା ବେଳେ ରିଧିମା ଦାସ ଦ୍ବିତୀୟ ଥର ପାଇଁ କେଶଦାନ କରିଛନ୍ତି lଭିନ୍ନ ଭିନ୍ନ ସ୍ଥାନରୁ କେଶଦାନ କରିଛନ୍ତି ହେଲେ ଲକ୍ଷ୍ୟ ତାଙ୍କର ଗୋଟିଏ, ପୀଡିତଙ୍କ ମୁହଁରେ ହସ ଫୁଟାଇବା l ତେବେ ଏମାନଙ୍କର ଏହି ମହତ ଚିନ୍ତାଧାରା ପାଇଁ "ଶୋପଭା" ଅନୁଷ୍ଠାନ ପକ୍ଷରୁ ସମସ୍ତଙ୍କୁ ପ୍ରଶଂସା କରାଯିବା ସହ ଏକ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି l ସମାଜରେ ସମସ୍ତେ ସମସ୍ତଙ୍କର ସାହାଯ୍ୟ କରିବା ସହ ଯୁବପିଢ଼ି ମାନେ ଏଥି ପାଇଁ ଅଧିକରୁ ଅଧିକ ଆଗଭର ହେବା ଆବଶ୍ୟକ ବୋଲି ସମସ୍ତେ ମତ ପ୍ରକାଶ କରିଛନ୍ତି l ଏପରି ଏକ ମହତ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରିଥିବାରୁ ସମସ୍ତେ ଶୋପଭା ଟ୍ରଷ୍ଟର ମୁଖ୍ୟ ହରପ୍ରିୟା ନାୟକ ମ୍ୟାଡ଼ାମଙ୍କୁ ଧନ୍ୟବାଦ ଜଣାଇଛନ୍ତି l ଏହି କାର୍ଯ୍ୟପାଇଁ ସମସ୍ତଙ୍କୁ ପରିବାରବର୍ଗ, ସାଙ୍ଗସାଥି ଏବଂ ଗ୍ରାମବାସୀଙ୍କ ଠାରୁ ପ୍ରଶଂସାର ସୁଅ ଛୁଟୁଛି l