ଡିଏଭି ଟିଟି ହାଇସ୍କୁଲରେ ଏନ୍ .ସି.ସି. ଦିବସ ପାଳନ

ଡିଏଭି ଟିଟି ହାଇସ୍କୁଲରେ ଏନ୍ .ସି.ସି. ଦିବସ ପାଳନ ତାଳଚେର ଥର୍ମାଲ ତା ୨୩-୧୧-୨୫ରିଖ (ରବିବାର )ତାଳଚେର ଥର୍ମାଲ ସ୍ଥିତ ଡିଏଭି ହାଇସ୍କୁଲରେ ଏନ୍. ସି. ସି ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଡିଏଭି ହାୟର ସେକେଣ୍ଡାରୀ ହାଇସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତି ମିଶ୍ର ଉଦ୍ଘାଟନ କରିଥିଲେ। ଏଥି ସହିତ ଶ୍ରୀମତୀ ସଂଗୀତା ପଟ୍ଟନାୟକ, ଗୋପୀନାଥ ବେହେରା, ଦିଲ୍ଲୀପ ସ୍ୱାଇଁ ଉପସ୍ଥିତ ଥିଲେ। ଏହି ଉତ୍ସବରେ ଦିଲୀପ କୁମାର ସ୍ୱାଇଁ ଚଳିତ ବର୍ଷ ଏନ୍ .ସି. ସି . ବିଭାଗରେ ସମସ୍ତ ବିବରଣୀ ପାଠ କରିଥିଲେ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଦ୍ଵାରା ପୁରସ୍କାର ବିତରଣ କରିଥିଲେ। ପରିଶେଷରେ ଅଷ୍ଟମ ଶ୍ରେଣୀ ଛାତ୍ରୀମାନେ ସୁନ୍ଦର ଗୀତରେ ନୃତ୍ୟ ପରିବେଷଣ କରି ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରକାଶ ଥାଉକି ଡିଏଭି ଥର୍ମାଲ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସଂଗୀତା ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମଟି ସଫଳ ରୂପାୟିତ ହୋଇଥିଲା ।ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଏବଂ କର୍ମଚାରୀଗଣ ସକ୍ରିୟ ସହଯୋଗ କରିଥିଲେ ।

ଡିଏଭି  ଟିଟି  ହାଇସ୍କୁଲରେ ଏନ୍ .ସି.ସି. ଦିବସ ପାଳନ
ଡିଏଭି  ଟିଟି  ହାଇସ୍କୁଲରେ ଏନ୍ .ସି.ସି. ଦିବସ ପାଳନ