ଜିଲ୍ଲା ପ୍ରଶାସନ ଓ ନାଲକୋ ମଧ୍ୟରେ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଆୟୋଜିତ

ଜିଲ୍ଲା ପ୍ରଶାସନ ଓ ନାଲକୋ ମଧ୍ୟରେ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଆୟୋଜିତ ଅନୁଗୋଳ, ୧୪.୦୨ : ଅନୁଗୋଳ ଜିଲ୍ଲା ପ୍ରଶାସନ ଏବଂ ନାଲକୋ ଏସ୍ଏଣ୍ଡପି କମ୍ପ୍ଲେକ୍ସ ମଧ୍ୟରେ ଆଜି ବିଜୁ ପଟ୍ଟନାୟକ ସ୍ପୋର୍ଟସ୍ କମ୍ପ୍ଲେକ୍ସଠାରେ ଏକ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ର ଆୟୋଜନ କରାଯାଇଥିଲା। ଏହି ମ୍ୟାଚ୍ କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ଏବଂ ନାଲକୋ ଏସ୍‌ଏଣ୍ଡପିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସଚିଦାନନ୍ଦ ଜେନା ଉଦଘାଟନ କରିଥିଲେ। ଏହି ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚରେ ଜିଲ୍ଲା ପ୍ରଶାସନ ବିଜୟୀ ହୋଇ ଚ୍ୟାମ୍ପିୟନ୍ ହୋଇଥିବା ବେଳେ ନାଲକୋ (ଏସ୍‌ଏଣ୍ଡପି) ଦଳ ଉନ୍ନତ ପ୍ରଦର୍ଶନ କରି ରନର୍ସ-ଅପ୍ ହୋଇଥିଲା। ଏହି ଅବସରରେ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ନାଲକୋର କର୍ମକର୍ତ୍ତାପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ବନ୍ଧୁତା, ଦଳଗତ ସୁସମ୍ପର୍କ ସ୍ଥାପନ କରିବାରେ ଏହି ମ୍ୟାଚ୍ ବିଶେଷ ଭାବରେ ସହାୟକ ହୋଇଥିଲା।

ଜିଲ୍ଲା ପ୍ରଶାସନ ଓ ନାଲକୋ ମଧ୍ୟରେ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଆୟୋଜିତ
ଜିଲ୍ଲା ପ୍ରଶାସନ ଓ ନାଲକୋ ମଧ୍ୟରେ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଆୟୋଜିତ