ମହାତ୍ମା ଗାନ୍ଧିଜୀଙ୍କ ୧୫୫ ତମ ଓ ଶାସ୍ତ୍ରୀଙ୍କର ୧୧୦ ତମ ଜୟନ୍ତୀ ପାଳିତ

ଅନୁଗୁଳ: ଗାନ୍ଧି ଶାନ୍ତି ପ୍ରତିଷ୍ଠାନ, ବାଜିରାଉତ ଛାତ୍ରବାସ, ଜିଲ୍ଲା ସର୍ବୋଦୟ ମଣ୍ଡଳ ର ମିଳିତ ଆନୁକୂଲ୍ୟରେ ଆୟୋଜିତ,ଗାନ୍ଧୀ ଜୟନ୍ତୀ ଅବସରରେ ଶୀମିଳିପଡ଼ା ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଗାନ୍ଧିଜୀଙ୍କ ବିଚାରକୁ ଛାତଛାତ୍ରୀ ମାନଙ୍କ ମଧ୍ୟ୍ୟରେ ପହଁଚେଇବା ପାଇଁ ଅନଗୁଳର ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସେହି କୃତି ପ୍ରତିଯୋଗୀ ମାନଙ୍କୁ ବାଜି ରାଉତ ଛାତ୍ରବାସର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା। ସଭା ଆରମ୍ଭରୁ ଅତିଥି […]

ମହାତ୍ମା ଗାନ୍ଧିଜୀଙ୍କ ୧୫୫ ତମ ଓ ଶାସ୍ତ୍ରୀଙ୍କର ୧୧୦ ତମ  ଜୟନ୍ତୀ ପାଳିତ
ଅନୁଗୁଳ: ଗାନ୍ଧି ଶାନ୍ତି ପ୍ରତିଷ୍ଠାନ, ବାଜିରାଉତ ଛାତ୍ରବାସ, ଜିଲ୍ଲା ସର୍ବୋଦୟ ମଣ୍ଡଳ ର ମିଳିତ ଆନୁକୂଲ୍ୟରେ ଆୟୋଜିତ,ଗାନ୍ଧୀ ଜୟନ୍ତୀ ଅବସରରେ ଶୀମିଳିପଡ଼ା ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଗାନ୍ଧିଜୀଙ୍କ ବିଚାରକୁ ଛାତଛାତ୍ରୀ ମାନଙ୍କ ମଧ୍ୟ୍ୟରେ ପହଁଚେଇବା ପାଇଁ ଅନଗୁଳର ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସେହି କୃତି ପ୍ରତିଯୋଗୀ ମାନଙ୍କୁ ବାଜି ରାଉତ ଛାତ୍ରବାସର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା। ସଭା ଆରମ୍ଭରୁ ଅତିଥି ମାନେ ବାପି-ନୁମା ସ୍ମୃତି ପିଠ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ,ଉକ୍ତ ସଭାରେ ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ ଶ୍ରୀମତୀ କୃଷ୍ନା ମହାନ୍ତି ମୁଖ୍ୟ ଅତିଥି,ପରିବେଶବିତ ସ୍ୱପ୍ନା ସଡ଼ଙ୍ଗି ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବେ ପୌରପାଳିକା ଉପାଧ୍ୟକ୍ଷ ଅନୁପମା ସାହୁ, ଯୋଗ ଦେଇଥିଲେ। ସଭାରେ ସଭାପତିତ୍ୱ କରିଥିଲେ ପ୍ରଫେସର ନନ୍ଦକିଶୋର ମହାକୁଡ଼ ସଭା ପରିଚାଳନା କରୁଥିଲେ ଡ଼ା ଇନ୍ଦିରା ଦାଶ। ଗାନ୍ଧିଜୀଙ୍କ ସ୍ଵପ୍ନର ଭାରତ ଆଜିବି ଅଧୁରା,ଆଗାମୀ ପିଢୀ ଏହାକୁ ପୂର୍ଣ୍ଣ କରିବେ ବୋଲି ମୁଖ୍ୟବକ୍ତା ନିଜ ବକ୍ତବ୍ୟ ରେ ଆଶା ପ୍ରକାଶ କରିଥିଲେ। ପୁରସ୍କାର ବିତରଣ ସଭାକୁ ସୁଜାତା ପ୍ରିତି ନନ୍ଦା ପାତ୍ର ପରିଚାଳନା କରିଥିଲେ ବାଜିରାଉତ ଛାତ୍ରବାସର ପରିଚାଳକ କୈଳାସ ଚନ୍ଦ୍ର ସାହୁ ଓ ଅନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ। ସାଥି ଲିପିକା ମହାପାତ୍ର ଓ ଅନ୍ୟ ସାଥି ମାନଙ୍କୁ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା। ବାଜି ରାଉତ ଛାତ୍ରାବାସର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଅଖଣ୍ଡ ସୂତ୍ର ଯଂଜ୍ଞକୁ ବାହାରୁ ଆସିଥିବା ପିଲାମାନେ ମନଭରି ଦେଖିଥିଲେ। କାଯ୍ୟକ୍ରମକୁ ସାଥି ଛୋଟ ରାୟ ମାଝୀ, ସୁବ୍ରତ ଦେହୁରୀ, ଲାଲକୃଷ୍ଣ ନାୟକ, କିଶୋର ଶତପଥି, ଶଙ୍କର ବେହେରା, ଆଦ୍ୟଶ୍ଳୋକ ମିଶ୍ର,ପ୍ରଦୁମ୍ନ ନାଏକ, ଦିଲ୍ଲୀପ ଦାସ,ଜଗଦାନନ୍ଦ ଜେନା,ପ୍ରତାପ ମହାପାତ୍ର, ବ୍ରହ୍ମଜ୍ୟୋତି ମିଶ୍ର ଆଦି ସହଯୋଗ କରିଥିଲେ। ସଭା ଶେଷରେ ରାଷ୍ଟ୍ରୀୟ ଯୁବା ସଂଗଠନ ରାଜ୍ୟ ସଂଯୋଜକ ସୂର୍ଯ୍ୟ ନାରାୟଣ ନାଥ ଧନ୍ୟବାଦ ଅର୍ପଣ କରିଥିଲେ।