*ଏନ୍ ଟି ପି ସି ତାଳଚେର ଥର୍ମାଲ ରେ ବାଳିକା ସଶକ୍ତି କରଣ ଅଭିଯାନ 2025 ର ଶୁଭାରମ୍ଭ*
*ଏନ୍ ଟି ପି ସି ତାଳଚେର ଥର୍ମାଲ ରେ ବାଳିକା ସଶକ୍ତି କରଣ ଅଭିଯାନ 2025 ର ଶୁଭାରମ୍ଭ*
ସମ୍ପ୍ରତି ଏନ୍ ଟି ପି ସି ତାଳଚେର ଥର୍ମାଲ ତାର ବହୁ ପ୍ରତିକ୍ଷୀତ ବାଳିକା ସଶକ୍ତିକରଣ ଅଭିଯାନ 2025 ର ଶୁଭାରମ୍ଭ କରିଛି
ସ୍ଥାନୀୟ 4ଟି ପଞ୍ଚାୟତ ର 8 ଟି ସରକାରୀ ବିଦ୍ୟାଳୟ ରୁ 40 ଜଣ ବାଳିକା ମାନଙ୍କୁ ଏହି ଶିବିରରେ 4 ସପ୍ତାହର ବିଭିନ୍ନ କାର୍ଯକ୍ରମ ଓ ଶିକ୍ଷା ର ସୁଯୋଗ ଲାଭ କରିବେ
ଏହି କାର୍ଯ୍ୟ ଶାଳା ର ଶୁଭ ଉଦ୍ଘାଟନ କରିଥିଲେ ଏନ୍ ଟି ପି ସି ର ଆଞ୍ଚଳିକ କାର୍ଯକାରୀ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ସିହ୍ନ୍ନା
ସେ ତାଙ୍କର ଅଭିଭାଷଣ ରେ ଏହି କାର୍ଯ୍ୟ କ୍ରମ ର ପିଲାମାନଙ୍କ ଉପରେ ସୁଦୂର ପ୍ରସାରି ପ୍ରଭାବ ଓ ଉତ୍କର୍ଷତା ସମ୍ବନ୍ଧରେ ବ୍ୟାଖ୍ୟା କରିଥିଲେ
ଅନ୍ୟମାନଙ୍କ ମଧ୍ୟରେ ବସୁଧା ମହିଳା ମଣ୍ଡଳର ସଭାନେତ୍ରୀ,ସାଗରିକ ମହିଳା କ୍ଲବ ର ପ୍ରେସିଡେଣ୍ଟ ଏହି ବାଳିକା ସଶକ୍ତି କରଣ କାର୍ଯକ୍ରମ ର ସୁଦୂର ପ୍ରସାରି ପ୍ରଭାବ ଉପରେ ଆଲୋଚନା କରିଥିଲେ
ସ୍ଥାନୀୟ ସ୍କୁଲ ର ଶିକ୍ଷକ ଓ ପିଲାମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯକ୍ରମ କରି ସମସ୍ତଙ୍କ ମନ ମୋହି ନେଇଥିଲେ
ବିଗତ 5 ବର୍ଷ ଧରି ଏହି କାର୍ଯକ୍ରମ ଏନ୍ ଟି ପି ସି ଦ୍ଵାରା ପରିଚାଳିତ ହେଉଛି ଏବଂ ଏଥିରୁ 10,000 ରୁ ଉର୍ଦ୍ଧ୍ବ ବାଳିକା ଲlଭାନ୍ଵିତ ହୋଇଛନ୍ତି|