ବିଜେପିର ତ୍ରିରଙ୍ଗା ଶୋଭାଯାତ୍ରା।
ବିଜେପିର ତ୍ରିରଙ୍ଗା ଶୋଭାଯାତ୍ରା।
--------------------------------------------
କଣିହାଁ- କୃପାସିନ୍ଧୁ ସାହୁ
କଣିହାଁ ବ୍ଲକ୍ ରେଙ୍ଗାଳି ବିଜେପି ମଣ୍ଡଳ ପକ୍ଷରୁ ବରପଦା ଠାରୁ କୁଳୁମା ପର୍ଯ୍ୟନ୍ତ ଏକ ବିଶାଳ ତ୍ରିରଙ୍ଗା ଶୋଭଯାତ୍ରା ଆଜି ଅପରହ୍ନରେ ଅନୁଷ୍ଠିତ ହୋଇଯାଇଛି। ବାଲିପସି ପଞ୍ଚାୟତ ବାରପଦା ଗ୍ରାମର ମା ହିଙ୍ଗୁଳାଙ୍କ ମନ୍ଦିର ଠାରୁ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ଓ କୁଳୁମା ଗ୍ରାମ ପରିକ୍ରମା କରି ଗ୍ରାମର ଶିବ ମନ୍ଦିର ଠାରେ ପରିକ୍ରମା ଶେଷ ହୋଇଥିଲା। ମଣ୍ଡଳ ସଭାପତି ହରେକୃଷ୍ଣ ପ୍ରଧାନଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ଯୋଗଦେଇ ତ୍ରିରଙ୍ଗା ଯାତ୍ରାର ନେତୃତ୍ୱ ନେଇଥିଲେ। କାର୍ଯ୍ୟକ୍ରମରେ ବିଜେପି ନେତା ଜଗମୋହନ ପ୍ରଧାନ,ଜିଲ୍ଲା ଉପ ସଭାପତି ନୃସିଂହ ଚରଣ ବରାଳ,ପାଳଲହଡା ସଂଯୋଜକ ପ୍ରହ୍ଲାଦ ସାମଲ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଧୃବ ଚରଣ ଧୀର, ତ୍ରିପୁରାରୀ ପ୍ରଧାନ, ଟିକନ ପ୍ରଧାନ, ପୂର୍ବତନ ସରପଞ୍ଚ ନିଶାକର ପ୍ରଧାନ, ବିନୟ ପ୍ରଧାନ, ଗୌତମ ସାହୁ, ରମେଶ ଚନ୍ଦ୍ର ପ୍ରଧାନ, ମହିଳା ମୋର୍ଚ୍ଚା ସଭାପତି ମୀନା ସାମଲ, ତରୁଣ ସାହୁ, ବାମଦେବ ସାମଲ, ବିଷ୍ଣୁ ଶତପଥୀ, ହରିହର ସାହୁ ପ୍ରମୁଖଙ୍କ ସମେତ ଦଳର ଶକ୍ତି କେନ୍ଦ୍ର ପ୍ରମୁଖ, ବୁଥ ସଭାପତି, କାର୍ଯ୍ୟକର୍ତ୍ତା , ଆଶା , ଏମବିକେ, ସିଆରପି ଓ ବିଭିନ୍ନ ସ୍କୁଲ୍ ଓ କଲେଜର ଛାତ୍ରଛାତ୍ରୀ, ମହିଳା ବୁଦ୍ଧିଜୀବୀ ପ୍ରମୁଖ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
Dreamsrider
Aug 14, 2025 - 08:56
Updated: Aug 14, 2025 - 08:57
251
0