ମୀନକେତନ ସ୍ମାରକୀ ସଂସ୍କୃତ ମହା ବିଦ୍ୟାଳୟ ମଧ୍ୟରେ ଦିବଂଗତ ଅଧ୍ୟାପକ ଗୋକୁଳ ସାରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସୋରଡ଼ା ଗ୍ରାମ ପଞ୍ଚାୟତ ଅଧୀନ ଜଗନ୍ନାଥ ପ୍ରସାଦ ଗ୍ରାମରେ ଥିବା ମୀନକେତନ ସ୍ମାରକୀ ସଂସ୍କୃତ ମହା ବିଦ୍ୟାଳୟ ମଧ୍ୟରେ ଦିବଂଗତ ଆତ୍ମା ଗୋକୁଳ ସାରଙ୍କ ସମ୍ମାନାର୍ଥେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କବି ଯଦୁମଣି ସଂସ୍କୃତ ମହାବିଦ୍ୟାଳୟ, ନୟାଗଡ଼ର ପ୍ରତିଷ୍ଠାତା ଗୋକୁଳ ଚଂପତି ସାର ୧୫.୦୨.୨୦୨୫ ରିଖ ପ୍ରାତଃ ସମୟରେ ଈଶ୍ବରଙ୍କ ଶରଣାଗତ ହୋଇଛନ୍ତି । କେବଳ ଅଧ୍ୟାପନା କରିବା ବୃତ୍ତି ନଥିଲା, ସାମାଜିକ ମେଳରେ ସହଯୋଗ ପ୍ରଦାନ, ଅସହାୟ ଛାତ୍ରଙ୍କୁ ଉଚ୍ଚ ଶିକ୍ଷାର ମାର୍ଗ ପ୍ରଦର୍ଶନ କରୁଥିଲେ । ଗୁରୁ ହୋଇ ମଧ୍ୟ ଆତ୍ମୀୟ ଜନ ସଦୃଶ ଛାତ୍ର ଛାତ୍ରୀଙ୍କ ନିକଟରେ ଉପସ୍ଥିତ ରହୁଥିଲେ । ମୀନକେତନ ସ୍ମାରକୀ ସଂସ୍କୃତ ମହା ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପ୍ରତିଷ୍ଠାତା ଲଷ୍ମୀ ନାରାୟଣ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଆଜି ଏକ ଶୋକ ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧକ୍ଷ ପଦ୍ମଚରଣ ସାହୁ, ଅଧ୍ୟାପକ ଶଙ୍କର୍ଷଣ ପାତ୍ର, ଚିନ୍ମୟ କୁମାର ପ୍ରଧାନ, ସଞ୍ଜୟ ଦତ୍ତ ଆଚାର୍ଯ୍ୟ ସମେତ ସମସ୍ତ ଅଧ୍ୟାପକ ଓ ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥିତିରେ ଶୋକ ସଭା ସହ ନୀରବ ପ୍ରାର୍ଥନା କରାଯାଇଛି । ଆଧୁନିକ ଯୁଗର ପଦାର୍ପଣ ରେ ସଂସ୍କୃତ ଭାଷାକୁ ପ୍ରାଧାନ୍ୟ ଦେଉନଥିବା ସମାଜରେ ନିଜ ନିରବଚ୍ଛିନ୍ନ ଅଧ୍ୟବସାୟ ଫଳରେ ଏକ ସଂସ୍କୃତ ମହାବିଦ୍ୟାଳୟ ପ୍ରତିଷ୍ଠା କରି ସଂସ୍କୃତ ଭାଷାର ପ୍ରଚାର ପ୍ରସାର ଦିଗରେ ତାଙ୍କର ମହନୀୟତା କୁ ଶୋକ ସଭାରେ ମୀନକେତନ ସ୍ମାରକୀ ସଂସ୍କୃତ ମହାବିଦ୍ୟାଳୟ ପ୍ରତିଷ୍ଠାତା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଆଲୋକପାତ କରିଥିଲେ ।
ନୟାଗଡ଼ ରୁ Senior Editor ସଞ୍ଜୟ ଦତ୍ତ ଆଚାର୍ଯ୍ୟ ଙ୍କ ରିପୋର୍ଟ୍ Dreams Rider News