ମଦ ଦୋକାନ କର୍ମଚାରୀଙ୍କ ଠାରୁ ଲୁଟ୍, ନେଇଗଲେ ୧ ଲକ୍ଷ ୨୪ ହଜାର ଟଙ୍କା
ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ନିକଟ ବଉଳି ପୋଲ ନିକଟରେ ସୋମବାର ସକାଳେ ମଦ ଦୋକାନର ଜଣେ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ, ମହୀଧରପୁର ସ୍ଥିତ ସରକାରୀ ସ୍ୱୀକୃତି ପ୍ରାପ୍ତ ବିଦେଶୀ ମଦ ଦୋକାନର ଜଣେ କର୍ମଚାରୀ ଦିନ ୧୦ ଟା ବେଳେ ବାଇକ ଯୋଗେ ୧ ଲକ୍ଷ ୨୪ ହଜାର ଟଙ୍କା ଅନୁଗୁଳ ସ୍ଥିତ ମାଲିକଙ୍କ ପାଖକୁ ନେଉଥିଲେ। ଏହି ସମୟରେ ପଛରୁ ଏକ […]
ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ନିକଟ ବଉଳି ପୋଲ ନିକଟରେ ସୋମବାର ସକାଳେ ମଦ ଦୋକାନର ଜଣେ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ସୂଚନା ମିଳିଛି।
ସୂଚନା ମୁତାବକ, ମହୀଧରପୁର ସ୍ଥିତ ସରକାରୀ ସ୍ୱୀକୃତି ପ୍ରାପ୍ତ ବିଦେଶୀ ମଦ ଦୋକାନର ଜଣେ କର୍ମଚାରୀ ଦିନ ୧୦ ଟା ବେଳେ ବାଇକ ଯୋଗେ ୧ ଲକ୍ଷ ୨୪ ହଜାର ଟଙ୍କା ଅନୁଗୁଳ ସ୍ଥିତ ମାଲିକଙ୍କ ପାଖକୁ ନେଉଥିଲେ। ଏହି ସମୟରେ ପଛରୁ ଏକ କାରରେ କିଛି ଦୁର୍ବୃତ୍ତ ଆସି ବାଇକ ଅଟକାଇବା ସହ ଆକ୍ରମଣ କରି ତାଙ୍କ ଠାରୁ ଏହି ଟଙ୍କା ଛଡ଼ାଇ ନେଇଥିଲେ। କୌଶଳ କ୍ରମେ କର୍ମଚାରୀ ସେଠାରୁ ପଳାୟନ କରି ମ୍ୟାନେଜରଙ୍କୁ ଏ ବିଷୟରେ ଜଣାଇଥିଲେ। ଏହା ପରେ ସଦର ଥାନାରେ ଏନେଇ ଏକ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।