୨୬ରେ ଅନୁଗୁଳ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଦେବେ ଯୋଗ

ଅନୁଗୁଳ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଆସନ୍ତା ସୋମବାର ଅଗଷ୍ଟ ୨୬ ରେ ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ଶ୍ରୀ ପ୍ରଧାନ ଅଗଷ୍ଟ ୨୫ ରବିବାର ରାତିରେ ତାଳଚେର ଦୀନଦୟାଲ ନଗରରେ ପହଞ୍ଚିବେ। ଅଗଷ୍ଟ ୨୬ ସୋମବାର ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକରେ ବନମାଳୀପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନୂତନ ବିଦ୍ୟାଳୟ ଗୃହ ଓ ଛାତ୍ରୀ ନିବାସର ଉଦଘାଟନ କରିବେ। ସେହିପରି ରାଣିଆକଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ନୂତନ ଗୃହର ଉଦଘାଟନ କରିବେ। […]

୨୬ରେ ଅନୁଗୁଳ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଦେବେ ଯୋଗ
ଅନୁଗୁଳ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଆସନ୍ତା ସୋମବାର ଅଗଷ୍ଟ ୨୬ ରେ ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ଶ୍ରୀ ପ୍ରଧାନ ଅଗଷ୍ଟ ୨୫ ରବିବାର ରାତିରେ ତାଳଚେର ଦୀନଦୟାଲ ନଗରରେ ପହଞ୍ଚିବେ। ଅଗଷ୍ଟ ୨୬ ସୋମବାର ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକରେ ବନମାଳୀପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନୂତନ ବିଦ୍ୟାଳୟ ଗୃହ ଓ ଛାତ୍ରୀ ନିବାସର ଉଦଘାଟନ କରିବେ। ସେହିପରି ରାଣିଆକଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ନୂତନ ଗୃହର ଉଦଘାଟନ କରିବେ। ବନମାଳୀପୁର ଓ କୃତିବାସପୁର ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ। ଆଠମଲ୍ଲିକ କିଶୋର ନଗର ଧରାପାଲି କଲ୍ୟାଣ ମଣ୍ଡପ ଠାରେ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବେ। ସେହିପରି ରେଢ଼ାଖୋଲ ହାଟପଦା କଲ୍ୟାଣ ମଣ୍ଡପ ଠାରେ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ସମ୍ବଲପୁର ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଅନୁଗୁଳ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।