ଡିଏଭି ଜୋନାଲ ଏବଂ କ୍ଲଷ୍ଟର ସ୍ତରୀୟ ଯୋଗ କ୍ରୀଡ଼ା ସମ୍ମିଳନୀ
ଡିଏଭି ଜୋନାଲ ଏବଂ କ୍ଲଷ୍ଟର ସ୍ତରୀୟ ଯୋଗ କ୍ରୀଡ଼ା ସମ୍ମିଳନୀ
ତାଳଚେର ଥର୍ମାଲ ତା ୨୪-୧୦-୨୫ରିଖ ତାଳଚେର ଥର୍ମାଲ ସ୍ଥିତ ଡିଏଭି ହାୟର ସେକେଣ୍ଡାରୀ ସ୍କୁଲରେ ଡିଏଭି ସ୍କୁଲ ସମୂହର ଜୋନାଲ ଏବଂ କ୍ଲଷ୍ଟରସ୍ତରୀୟ ଯୋଗାସନ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛିି lଉକ୍ତ ଯୋଗାସନ ପ୍ରତିଯୋଗିତାକୁ ଏନଟିପିସି/ଟିଟିପିସିର ଜିଏମ୍ ଡ଼କ୍ଟର ଜେ.ପି.ରୟ ଉଦ୍ଘାଟନ କରିଥିଲେ l ଏନଟିପିସିର (ଏଜିଏମ୍ ) ରୋହିତ କୁମାର , ଶ୍ରୀଯୁକ୍ତ ସକିଲ ଅହମ୍ମଦ( ଡିଜିଏମ୍ ଆର୍ ଆର୍) ଯୋଗ ଦେଇଥିଲେ । ଉକ୍ତ ଉଦ୍ଘାଟନ ଉତ୍ସବରେ ଶ୍ରୀଯୁକ୍ତ ବିପିନି କୁ.ସାହୁ( ଜୋନ୍ ଏଫ୍ ର ଏବଂ କଷ୍ଟର -୧) ର କ୍ରିଡ଼ା ସଂଗଠକ ଯୋଗଦେଇଥିଲେ l ଏଥିସହିତ ଡିଏଭି ସ୍କୁଲ ସମୂହର ଅନେକ ଅଧ୍ୟକ୍ଷ/ ଅଧ୍ଯକ୍ଷା ଯଥାକ୍ରମ ଶ୍ରୀଯୁକ୍ତ ରଞ୍ଜନ କୁମାର ପଟେଲ, ଦେବବ୍ରତ ପ୍ରଧାନ, ଶ୍ରୀମତୀ ଚିନ୍ମୟୀ ଚିତ୍ରାଙ୍ଗଦା, ସୁଧାଂଶୁ ଭୂଷଣ ପଣ୍ଡାଙ୍କ ତତ୍ତ୍ଵାବଧାନରେ କ୍ରୀଡ଼ା ପ୍ରତିଯୋଗିତା ପରିଚାଳିତ ହୋଇଥିଲା l ସର୍ବୋପରି ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ ଡଃ. କେଶବ ଚନ୍ଦ୍ର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କ୍ରୀଡ଼ା ମହୋତ୍ସବ ପରିଚାଳିତ ହୋଇଥିଲା l ଦ୍ୱିତୀୟ ଦିବସରେ ଡିଏଭିର (ଆ ରୋ ) ସୁଜାତା ସାହୁ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ l ପରିଶେଷରେ ଏନଟିପିସିର ସିନିୟର୍ ମ୍ୟାନେଜର (ଏଚ ଆର୍) ଏସ.ବି. ମିଶ୍ର ଏବଂ ଡିଏଭିର (ଆରୋ - ଜୋନA)ର ଲୋକନାଥ ପ୍ରଧାନ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଉକ୍ତ ପ୍ରତଯୋଗିତାରେ (୧୪ ବର୍ଷରୁ କମ୍ ବାଳକ ବିଭାଗରେ ଡିଏଭି ପବ୍ଲିକ ସ୍କୁଲ ଗାନ୍ଧୀ ନଗର, ବ୍ରହ୍ମପୁର, ଏବଂ ବାଳିକା ବିଭାଗରେ ଡିଏଭି ପବ୍ଲିକ ଇବ୍ ଭ୍ୟାଲି, ବ୍ରଜରାଜନଗର),(୧୭ ବର୍ଷରୁ କମ୍ ବାଳକ ବିଭାଗରେ ଡିଏଭି ପବ୍ଲିକ ସ୍କୁଲ ସିଡିଏ , କଟକ, ଏବଂ ବାଳିକା ବିଭାଗରେ ଡିଏଭି ପବ୍ଲିକ ସ୍କୁଲ ଚନ୍ଦ୍ରଶେଖରପୁର, ଖୋର୍ଦ୍ଧା) ଏବଂ ଉଭୟ ୧୯ ବର୍ଷରୁ କମ୍ ବାଳକ ବାଳିକା ବିଭାଗରେ ପ୍ରତିଯୋଗିତାରେ ଡିଏଭି ପବ୍ଲିକ ସ୍କୁଲ କଳିଙ୍ଗ ନଗର, ଖୋର୍ଦ୍ଧା, ବିଜୟ ମଣ୍ଡିତ ହୋଇ ଅତିଥିମାନଙ୍କ ଠାରୁ ଟ୍ରଫି ହାସଲ କରିଥିଲେ ।ପ୍ରକାଶ ଥାଉକି ଥର୍ମାଲ ହାୟର ସେକାଣ୍ଡାରୀ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତି ମିଶ୍ର ଏବଂ ଡିଏଭି ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସଂଗୀତା ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉକ୍ତ ଯୋଗ କ୍ରିଡ଼ା ମହୋତ୍ସବରେ ସୁନ୍ଦର ଭାବରେ ପରିଚାଳିତ ହେବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ କର୍ମଚାରୀବୃନ୍ଦ ସହ ଯୋଗ କରିଥିଲେ l କ୍ରୀଡ଼ା ଶିକ୍ଷକ ସପନ କୁମାର ମିଶ୍ରଙ୍କ ସହଯୋଗରେ ସଫଳତାର ସହ ଯୋଗ କ୍ରୀଡ଼ା ସମ୍ମିଳନୀ ସମାହିତ ହୋଇଛି।
Dreamsrider
Oct 27, 2025 - 08:34
Updated: Oct 27, 2025 - 09:53
48
0