ଟିକାବାଲି ହାଇସ୍କୁଲ ଠାରେ ନବ ସ୍ଵାକ୍ଷର ଭାରତ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଆଲୋଚନା ଚକ୍ର ଅନୁଷ୍ଠିତ

ଟିକାବାଲି ବ୍ଲକ ର ସରକାରୀ ଉଚ୍ଚ ବିଦ୍ୟାଳୟ ଟିକାବାଲି ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ ଙ୍କ ଅଧକ୍ଷତା ରେ ଟିକାବାଲି ବ୍ଲକ ର ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ସି ଆର ସି ସି ଓ ସମସ୍ତ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନେଇ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଆଲଚନାଚକ୍ର ଅନୁଷ୍ଠିତ ହୋଇଅଛି I ଏହି ଆଲୋଚନାଚକ୍ରରେ ଗଦଗୁଡା ସି ଆର ସି ସି ପବିତ୍ର କୁମାର ସାହୁ ବୈଠକ କୁ ବହୁତ ସୁନ୍ଦର ଭାବେ ପରିଚାଳନା କରିଥିଲେ I ସେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ବାବଦରେ ସମସ୍ତ ଙ୍କୁ ବୁଝାଇଥିଲେ I ଏହାପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଯେପରି ସରକାରୀ ନିୟମ ଅନୁସାରେ ପ୍ରତ୍ୟେକ ବିଦ୍ୟାଳୟ ରେ କାର୍ଯ୍ୟକ୍ରମ କରାଯିବ, ସମସ୍ତ ଶିକ୍ଷାର୍ଥୀ ଙ୍କ ପାଇଁ ଅପାର ଆଇ ଡି ପୋର୍ଟାଲ ରେ ସଂଯୋଗ ହେବ, ୟୁ ଡାଇସ ପ୍ଲସ ରେ ପିଲାଙ୍କ ସମସ୍ତ ଡାଟା ପଞ୍ଜିକରଣ ହୋଇପାରିବ ସେଥିପ୍ରତି ସମସ୍ତ ହେଡମାଷ୍ଟର, ସି ଆର ସି ସି ଓ ଏମ ଆଇ ସି ଙ୍କୁ ଯତ୍ନବାନ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ I

ଟିକାବାଲି ହାଇସ୍କୁଲ ଠାରେ ନବ ସ୍ଵାକ୍ଷର ଭାରତ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଆଲୋଚନା ଚକ୍ର ଅନୁଷ୍ଠିତ