*ଜିଲ୍ଲା ସ୍ତରୀୟ ବିଶ୍ୱ ବନ ଦିବସ ୨୦୨୫ ଅବସରରେ କୈରାଝୁଲି ବିଦ୍ୟାଳୟକୁ ଶ୍ରେଷ୍ଠ ପୁରସ୍କାର*
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଜିଲ୍ଲା ସ୍ତରୀୟ ବିଶ୍ୱ ବନ ଦିବସ ୨୦୨୫ ଅନୁଷ୍ଠିତ। ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ଅଧ୍ୟକ୍ଷ୍ୟତାରେ ଏକ ବନ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା ସଭାରେ ସଭାରେ ବୀରମହାରାଜପୁର ଏସିଏଫ ଶ୍ରୀଯୁକ୍ତ ଅବିନାଶ ବରିହା, ସୁବର୍ଣ୍ଣପୁର ଏସିଏଫ ଶ୍ରୀଯୁକ୍ତ ଗିରିଧାରୀ ନାଗ, ସୁବର୍ଣ୍ଣପୁର ବନାଞ୍ଚଳ ଅଧିକାରୀ, ବିନକା ବନାଞ୍ଚଳ ଅଧିକାରୀ, ଉଲୁଣ୍ଡା ବନାଞ୍ଚଳ ଅଧିକାରୀଙ୍କ ସମେତ ସମସ୍ତ ବନ କର୍ମଚାରୀ ସମସ୍ତ ବନ ସୁରକ୍ଷା ସମିତି କର୍ମଚାରୀ ପ୍ରମୂଖ ଯୋଗଦେଇ ସମସ୍ତଙ୍କୁ ବନ ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ସଚେତନ କରିଥିଲେ । ଏହି ପବିତ୍ର ସମାରୋହରେ ସର୍ବୋତ୍ତମ ଓ ସ୍ୱାସ୍ଥ୍ୟକର ପରିବେଶ ନିମନ୍ତେ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ, ଗୋଦାବରୀଶ ମିଶ୍ର ପୁରସ୍କାର ପ୍ରାପ୍ତ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ଯୋଜନାରେ ଅନ୍ତର୍ଭୁକ୍ତ କୈରାଝୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଶ୍ରେଷ୍ଠ ପୁରସ୍କାର ପ୍ରଦାନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା। କୈରାଝୁଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ ପଧାନ, ସହ ଶିକ୍ଷକ ଶ୍ରୀଯୁକ୍ତ ଜିତେନ୍ଦ୍ର ପର୍ଡିଆ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଲେଖରାଜ ସାଗର ପୁରସ୍କାର ଗ୍ରହଣ କରିଥିଲେ। ଉପସ୍ଥିତ ବନ ଅଧିକାରୀ ଗଣ ସମସ୍ତେ ମିଳିମିଶି ବନ ସୁରକ୍ଷା ଓ ବନ ସଂରକ୍ଷଣ କରିବାକୁ ନିବେଦନ କରିଥିଲେ।
ସୁବର୍ଣ୍ଣପୁର ରୁ ଗଙ୍ଗାଧର ଜାଲ ଙ୍କ ରିପୋର୍ଟ dreams rider ଓଡିଶା