ଆମେ ବି କମ୍ ନୁହେଁ
(ଯାଜପୁର ) ମହିଳାଙ୍କ ଉଦ୍ଦେଶ୍ୟରେ ସାରା ଦେଶ ପାଳୁଛି ଅନ୍ତର୍ଜାତୀୟ ମହିଳା ଦିବସ l ଖୁବ ଧୁମଧାମରେ ବିଭିନ୍ନ ସ୍ଥାନରେ ମହିଳା ଦିବସ ପାଳିତ ହେଉଥିବା ବେଳେ ଜୟ ମହାକାଳ ଫାଉଣ୍ଡେସନ ଓଡିଶା ପକ୍ଷରୁ ମଧ୍ୟ ମହିଳା ଦିବସ ପାଳିତ ହୋଇଛି l ଯାଜପୁର ଜିଲ୍ଲା କୋରାଇ ବ୍ଲକ ବନ୍ଦାଳୋ ଗ୍ରାମ ପଂଚାୟତ ଅନ୍ତର୍ଗତ ଚୌଧୁରିପାଟଣା ଠାରେ ଥିବା ଗ୍ରାମଦେବୀ ମା ଶୀତଳା ମନ୍ଦିର ପ୍ରାଙ୍ଗଣରେ ଫାଉଣ୍ଡେସନ ତରଫରୁ ମହିଳା ଦିବସ ନିମନ୍ତେ ଏକ ସଭା ଆୟୋଜିତ ହୋଇଥିଲା l ଏହି ସଭାରେ ମହିଳାଙ୍କୁ ନେଇ ବିଭିନ୍ନ ଆଲୋଚନା କରାଯାଇଥିବା ସହ ସଚେତନ କରାଯାଇଛି l ବର୍ତମାନ ସମୟରେ ନାରୀ ମାନେ କୋୖଣସି ଗୁଣରେ କମ ନୁହନ୍ତି ଏବଂ ପ୍ରତ୍ୟେକ କାର୍ଯ୍ୟରେ ଆଗୁଆ ବୋଲି ପ୍ରମାଣିତ କରିସାରିଛନ୍ତି l ନାରୀଙ୍କୁ ସମ୍ମାନ ଦେବା ସହ ସମାନ ଅଧିକାର ପାଇବା ପାଇଁ ଗୁରୁତ୍ୱ ଦେବା ଉଚିତ l ଏଥିପାଇଁ ଆମେ ଦରକାର ପଡିଲେ ଲଢ଼ିବା ଆବଶ୍ୟକ ମଧ୍ୟ l ଆମେ ସଭିଏଁ ପ୍ରଥମେ ନିଜକୁ ଭଲପାଇବା ସହ ନିଜକୁ ଚିହ୍ନି ଆମେ କେଉଁଥିରେ କମ ନୁହନ୍ତି ବୋଲି ଜଣେଇ ଦେବା ଦରକାର l ଅନ୍ୟପଟେ ନିଜେ କିପରି ନିଜର ସୁରକ୍ଷା କରିବା, ଘରୋଇ ହିଂସାକୁ ରୋକି ନିଜର ସୁରକ୍ଷା କବଚ ହେବା, ସମାଜରେ ହିଂସାକୁ ପ୍ରତିରୋଧ କରିବା ଆଦି ବିଷୟରେ ଆଲୋଚନା ଓ ସଚେତନତ କରାଯାଇଛି l ତେବେ ଆଗ ଅପେକ୍ଷା ଗାଁରେ ଏବେ ପ୍ରତ୍ୟେକ କାର୍ଯ୍ୟରେ ମହିଳାଙ୍କ ସକ୍ରିୟତା ଦେଖି ନିଜେ ମହିଳା ମାନେ ଖୁବ ଖୁସି ଅଛନ୍ତି ବୋଲି କହିଛନ୍ତି l କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସଦସ୍ୟଙ୍କ ସହ ଗାଆଁର ବହୁ ମହିଳା ଯୋଗଦେଇ ଥିଲେ l