*ଜୟ ମହାକାଳ ଫାଉଣ୍ଡେସନ ସମ୍ବର୍ଦ୍ଧିତ*

(ଯାଜପୁର ) ଓଡିଶାର ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ଜୟ ମହାକାଳ ଫାଉଣ୍ଡେସନକୁ ସମ୍ବାଦ ଓ ଓଡିଶା ଯୋଗ ସଂଘର ମିଳିତ ଆନୁକୂଲ୍ୟରେ ହୋଇଥିବା ଯୋଗାଥନ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି l ଯାଜପୁର ଜିଲ୍ଲା ବ୍ୟାସନଗରସ୍ଥିତ ଚୋରଦା କାଳୀମେଲଣ ପଡିଆରେ ଏହି ଯୋଗାଥନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ଏଥିରେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସହ ଜୟ ମହାକାଳ ଫାଉଣ୍ଡେସନକୁ ସମ୍ମାନୀତ କରାଯାଇଛି l ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଯୋଗ ଶିକ୍ଷକ ମାନେ ଯୋଗ ଦେଇ ପ୍ରଶିକ୍ଷଣ ଦେଇଥିଲେ l କୋରାଇ ବିଧାୟକ ଆକାଶ ଦାସ ନାୟକ ସମସ୍ତ ସ୍ଵେଚ୍ଛାସେବୀ ଅନୁଷ୍ଠାନକୁ ସମ୍ମାନିତ କରିବା ସହ ପ୍ରଂଶସା କରିଥିଲେ l ଅନ୍ୟପଟେ ଏହି ଅବସରରେ ଏକ ସ୍ଵାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଥିଲା l ତେବେ ସମାଜର ବିଭିନ୍ନ ଜନହିତକର କାର୍ଯ୍ୟ କରିବା, ସବୁବେଳେ ଅସହାୟଙ୍କୁ ସାହାଯ୍ୟ କରିବା ଏହା ସହ ଜରୁରୀକାଳୀନ ସମୟରେ ରକ୍ତ ଯେlଗାଡ କରିବାରେ ଜୟ ମହାକାଳ ଫାଉଣ୍ଡେସନ ସବୁଆଡେ ପରିଚିତ lଏହି ସମ୍ବର୍ଦ୍ଧନା ସମସ୍ତଙ୍କ ଭଲପାଇବା ଓ ଆଶୀର୍ବାଦ, ଏହା ଆମକୁ ଆଗକୁ ଆହୁରି ଭଲ କାମ କରିବାକୁ ପ୍ରୋତ୍ସାହନ ଯୋଗାଇବ ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସଭାପତି ମନୋଜ କୁମାର ଦାସ, କୋଷାଧକ୍ଷ ପ୍ରତାପ କେଶରୀ ମହାପାତ୍ର, ସଦସ୍ୟ ଗଣେଶ ତରାଇ, ତପନ କୁମାର ଜେନା, ତନୁଶ୍ରୀ ସାହୁ,ପ୍ରାର୍ଥନା ଦାସ୍ ଆଦି ଯୋଗଦେଇଥିଲେ l

*ଜୟ ମହାକାଳ ଫାଉଣ୍ଡେସନ ସମ୍ବର୍ଦ୍ଧିତ*