*ମହା ସମାରୋହରେ ରାଷ୍ଟ୍ରୀୟ ନାଟ୍ ମେଲା-୨୦୨୫ ଅନୁଷ୍ଠିତ ହେଲା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସାଂସ୍କୃତିକ ଭବନରେ ମହା ସମାରୋହରେ ରାଷ୍ଟ୍ରୀୟ ନାଟ୍ ମେଳା - ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି ମହା ସମାରୋହରେ ନାଟ୍ୟକାର ଓ ନିର୍ଦ୍ଦେଶକ ଡ଼ଃ. ଦ୍ୱାରିକାନାଥ ନାୟକଙ୍କୁ ରାଷ୍ଟ୍ରୀୟ ନାଟ୍ ସମ୍ମାନ ସହ ମଂଚ ଅଭିନେତ୍ରୀଙ୍କୁ ନାଟ୍ ସରସ୍ବତୀ ସମ୍ମାନ ଏବଂ କବିଙ୍କୁ ନାଟ୍ ଉଦୟ କବି ପ୍ରତିଭା ସମ୍ମାନରେ ସମ୍ମାନୀତ କରାଗଲା। ନାଟକ, ସାହିତ୍ୟ ଏବଂ ସମାଜସେବା ପ୍ରତି ସମର୍ପିତ ସୁବର୍ଣ୍ଣପୁରର ନୋଡ଼ାଲ ଏସୋସିଏସନ ଫର ଏମେଚ୍ୟୋର ଥିଏଟର (ନାଟ୍ ) ଦ୍ଵାରା ଆୟୋଜିତ ହୋଇଯାଇଛି ରାଷ୍ଟ୍ରୀୟ ନାଟ୍ ମେଳା। ସ୍ଥାନୀୟ ସଂସ୍କୃତି ଭବନରେ ସକାଳ ୯ ଘଣ୍ଟା ୩୦ ମିନିଟରୁ ଆରମ୍ଭ ହୋଇ ଏହି ଉତ୍ସବ ଅପରାହ୍ନ ୨ ଘଣ୍ଟା ୩୦ ମିନିଟରେ ସମାପନ ହେଲା । ନାଟ୍ ର କାର୍ଯ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ସିନେ କଳା ନିର୍ଦ୍ଦେଶକ ପ୍ରେମଚାନ୍ଦ ମଣ୍ଟୁ ମହାପାତ୍ର, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, କବି ଆର୍ତ୍ତତ୍ରାଣ ବାବୁ, ସାଂସଦ ପ୍ରତିନିଧି ଶରତ ଶତପଥୀ, ସାମାଜିକ କର୍ମୀ ଗୌରୀଶ୍ୟାମ ପଣ୍ଡାଙ୍କ ସହ ସାଧାରଣ ସମ୍ପାଦକ ବନମାଳି ପଣ୍ଡା ଏବଂ ସାହିତ୍ୟ ସଂପାଦକ କବି ନରେନ୍ଦ୍ର ଭୋଇ ସଂଚ଼ାସୀନ ଥିଲେ । ସଂସ୍କୃତି ସଂପାଦକ ଅବିନାଶ ହୋତା ମଂଚ ପରିଚାଳନା କରିଥିଲେ । ସୁବର୍ଣ୍ଣପୁରରେ ନାଟକ ଉପଯୋଗୀ ମଞ୍ଚଟିଏ ନଥିବାରୁ ସଭାରେ କ୍ଷୋଭ ପ୍ରକାଶ ପାଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ନାଟ୍ୟକାର ତଥା କବି ଡ. ପୁରୁଷୋତ୍ତମ ମିଶ୍ରଙ୍କ ଅଧ୍ୟକ୍ଷତାରେ 'କବିତା ସପ୍ତସ୍ବର' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସାତଜଣ କବି ତାଙ୍କର ସ୍ବରଚିତ କବିତା ପାଠ କରିଥିଲେ । ସାହିତ୍ୟ ସଂପାଦକ ନରେନ୍ଦ୍ର କୁମାର ଭୋଇ ସ୍ୱାଗତ ବକ୍ତବ୍ୟ ରଖିଥିବା ବେଳେ ପ୍ରଜ୍ଞା ପରିମିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ତୃତୀୟ ପର୍ଯ୍ୟାୟରେ 'ଆମ ଅଞ୍ଚଳର ରଙ୍ଗମଞ୍ଚ ଓ ଅଭିନେତ୍ରୀ ସମସ୍ୟା' ଶୀର୍ଷକ ଆଲୋଚ଼ନା ଚକ୍ର ଅନୁଷ୍ଠିତ ହୋଇଥିଲା । ଡ. ଦ୍ଵାରିକାନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚ଼ନା ଚକ୍ରରେ ନାଟ୍ୟକାର ପ୍ରଦ୍ୟୁମ୍ନ କୁମାର ସାହୁ ପ୍ରସଙ୍ଗ ଉପସ୍ଥାପନ କରିଥିବା ବେଳେ ନାଟ୍ୟକାର ଅଶୋକ ବହିଦାର, ନାଟ୍ୟକାର ପୁରୁଷୋତ୍ତମ ମିଶ୍ର, ନାଟ୍ୟ ନିର୍ଦ୍ଦେଶକ ଗଦାଧର ବାରିକ ଆଲୋଚନାରେ ଭାଗ ନେଇଥିଲେ । ଅଭିନେତ୍ରୀ ସମସ୍ୟା ଧିରେଧିରେ କମି ଆସୁଥିବା ବେଳେ ମଞ୍ଚ ଅଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ପ୍ରୟାସର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଥିଲା । ସମୀର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରବର୍ତ୍ତୀ ପର୍ଯାୟରେ ଡ଼ଃ. ଦ୍ୱାରିକାନାଥ ନାୟକଙ୍କୁ ରାଷ୍ଟ୍ରୀୟ ନାଟ ସମ୍ମାନରେ ସମ୍ମାନିତ କରାଯାଇଥିଲା ଏବଂ ନାଟର କାର୍ଯ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ କୁମାର ସାହୁ ତାଙ୍କୁ ଆଗାମୀ ଏକ ବର୍ଷ ପାଇଁ ନାଟର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଅଭିଷିକ୍ତ କରିଥିଲେ । ରଂଗମଞ୍ଚ ପ୍ରତି ଦଶ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସମର୍ପିତ ଥିବା ରାଉରକେଲାର ନୀତା ଗୋସ୍ୱାମୀ, ପ୍ରିୟଦର୍ଶିନୀ ସ୍ୱାଇଁ, ପ୍ରମିଳା ଜେନା, ସୁନ୍ଦରଗଡ଼ର ଲକ୍ଷ୍ମୀପ୍ରଭା ପତି, ଲତିକା ପଟ୍ଟନାୟକ, ସମ୍ବଲପୁରର ପୁଷ୍ପାଞ୍ଜଳି ବେହେରା,  ମୀନା ବୋଷ ମିଶ୍ର,  ମମତା ପଣ୍ଡା, ତୃପ୍ତି ପଣ୍ଡା, ଟିଟିଲାଗଡ଼ର ଶୋଭାରାଣୀ ସିହ୍ନା, ଭବାନୀପାଟନାର ବନିତା ଦୁର୍ଗା, ଚାରୁଲତା ଛତ୍ରିଆ , ବରଗଡ଼ର କନକ ଦଣ୍ଡସେନା, ମମତା ଦୀପ, ସୁଶୀଳା ନାୟର, ଅଞ୍ଜଳି ମହତ୍ତମ, ବଲାଙ୍ଗିରର ଶ୍ରୀରାଧା, ଶୁଭ୍ରାଂଶୀ ପାଣିଗ୍ରାହୀ ଏବଂ ସୁବର୍ଣ୍ଣପୁରର ଶ୍ରଦ୍ଧାଞ୍ଜଳି ମିଶ୍ରଙ୍କୁ ନାଟ୍ ସରସ୍ବତୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। କବିତା ସପ୍ତସ୍ୱରରେ ଭାଗନେଇଥିବା କବି ଲକ୍ଷ୍ମଣ ମିଶ୍ର, ଚନ୍ଦନ ନାଗ, ବଳବନ୍ତ ସାହୁ, ଜଗନ୍ନାଥ ସାହୁ, ଆଶିଷ କୁମାର ମିଶ୍ର, ସୁଜିତ କୁମାର ସତପଥି ଏବଂ ମୃଗେଶ ବୈଷ୍ଣବ ପାଣିଗ୍ରାହୀଙ୍କୁ ନାଟ୍ ଉଦୟ କବି ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହା ସହିତ ମଂଚ ଅଭିନେତ୍ରୀ ସଂଧ୍ୟା ମଲ୍ଲିକ ଏବଂ ପ୍ରିତୀ ପ୍ରତ୍ୟାଶା ପାଣିଗ୍ରାହୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ମଂଚରେ ଡ. ଦ୍ୱାରିକାନାଥ ନାୟକ, ନାଟ୍ୟ ନିର୍ଦ୍ଦେଶକ ପ୍ରସନ୍ନ ଦାଶ, କଳା ନିର୍ଦେଶକ ପ୍ରେମଚାନ୍ଦ ମଣ୍ଟୁ ମହାପାତ୍ର, କାର୍ଯ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ କୁମାର ସାହୁ, ଉପସଭାପତି ଶୈଳେନ୍ଦ୍ର ବସ୍ତିଆ, ସାହିତ୍ୟ ସମ୍ପାଦକ ନରେନ୍ଦ୍ର ଭୋଇ , ସଂସ୍କୃତି ସମ୍ପାଦକ ଅବିନାଶ ହୋତା ପ୍ରମୁଖ ଉପସ୍ଥିତ ଥିଲେ। ସାଧାରଣ ସମ୍ପାଦକ ବନମାଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସୁବର୍ଣ୍ଣପୁର ରୁ ଗଙ୍ଗାଧର ଜାଲ ଙ୍କ ରିପୋର୍ଟ dreams rider odisha

*ମହା ସମାରୋହରେ ରାଷ୍ଟ୍ରୀୟ ନାଟ୍ ମେଲା-୨୦୨୫ ଅନୁଷ୍ଠିତ ହେଲା