ଡୁଙ୍ଗି ମନ୍ଦିର ରେ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳର ର ବିଭାଗ ବୈଠକ ଅନୁଷ୍ଠିତ l
ଟିକାବାଲି -କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ପଞ୍ଚଲିଙ୍ଗେଶ୍ଵର ମନ୍ଦିର ଡୁଙ୍ଗି ଠାରେ ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳର ବିଭାଗ ବୈଠକ ଅନୁଷ୍ଠିତ ହୋଇଯାଇଛି
ଉକ୍ତ ବୈଠକରେ ସଙ୍ଗଠନ ର ଅଭିବୃଦ୍ଧି ନିମନ୍ତେ ଆଲୋଚନା କରିବା ସହ ଅନେକ ଗୁରୁତତ୍ୱପୂର୍ଣ ବିଷୟବସ୍ତୁ ଉପରେ ଆଲୋଚନା ଓ ପର୍ଯ୍ୟାଆଲୋଚନା କରାଯାଇଥିଲା , ଉକ୍ତ ବୈଠକରେ , ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରାନ୍ତ ଗ୍ରାମ ବିକାଶ ଟୋଲି ସଦସ୍ୟ ଶ୍ରୀ ଗଣେଶ ନାୟକ, ଓଡ଼ିଶା ପୁର୍ବପ୍ରାନ୍ତ ବଜରଙ୍ଗ ଦଳର ସହ ସଂଯୋଜକ ଶ୍ରୀ ଯୁକ୍ତ ପ୍ରଭାତ ଭୂଷଣ ତ୍ରିପାଠୀ , ଶ୍ରୀଯୁକ୍ତ ରାଜୀବ ନେତ୍ର ଖାଡେଙ୍ଗା , କନ୍ଧମାଳ ବଜରଙ୍ଗ ଦଳ ବିଭାଗ ସଂଯୋଜକ ଥିବା ବେଳେ
ଶ୍ରୀ ଯୁକ୍ତ ରାକେଶ କୁମାର ମିଶ୍ର , କନ୍ଧମାଳ ବିଭାଗ ସମ୍ପାଦକ, ଓ ଶ୍ରୀ କାମଦେବ ପ୍ରଧାନ, କନ୍ଧମାଳ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ସଭାପତି,ଶ୍ରୀଯୁକ୍ତ ପ୍ରମୋଦ କୁମାର ପାଣିଗ୍ରାହୀ,
ସମ୍ପାଦକ, ଶ୍ରୀ ରବିନାରାୟଣ ପାତ୍ର , ବଜରଙ୍ଗ ଦଳ ବଳ ଉପାସନା କେନ୍ଦ୍ର ପ୍ରମୁଖ ଶ୍ରୀ ଫିରୋଜ ପୁରୁଣା ମାଝୀ , ଶ୍ରୀ ଅବିନାଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବିଶ୍ବହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।