ବନବିଭାଗ ଦ୍ୱାରା ପକ୍ଷୀ ଗଣନା ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼ ୧୭/୦୧: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମହିପୂର ବନଖଣ୍ଡ ତରଫରୁ ପକ୍ଷୀ ଗଣନା ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାରାରାଜ୍ୟ ରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବା ପାଇଁ ସରକାର ଙ୍କ ନିର୍ଦ୍ଦେଶକ୍ରମେ,ମହିପୁର ବନଖଣ୍ଡ ତରଫରୁ ପକ୍ଷୀ ଗଣନା ପାଇଁ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମହିପୁର ବନଖଣ୍ଡ ଅଧିକାରୀ ଅମ୍ରିତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଗୁମି ବନପାଳ ପବିତ୍ର କୁମାର ପରିଡା,ବନରକ୍ଷୀ ବିଗଣେଶ ବେହେରା , ବନରକ୍ଷୀ ରିନା ସେଠୀ , ସ୍ନିଗ୍ଧାରାଣୀ ସାହୁ ପ୍ରମୁଖ ଉପସ୍ଥିତି ରେ ରହି ନିକଟସ୍ଥ ଆଣ୍ଡିକିଆରୀ ବନ୍ଧ ଠାରେ ପକ୍ଷୀ ଗଣନାର ପ୍ରଶିକ୍ଷଣ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମହିପୁର ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଓ ମାଳିଶର ବିଦ୍ୟାଳୟର ୭ମ ଓ ୮ମ ଶ୍ରେଣୀ ର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ବନବିଭାଗ ଦ୍ୱାରା କିଭଳି ପକ୍ଷୀ ଗଣନା କାର୍ଯ୍ୟକ୍ରମ କରାଯାଉଛି ଏବଂ ଶୀତ ଦିନେ ଜଳାଶୟ ଗୁଡ଼ିକରେ ବିଦେଶାଗତ ପକ୍ଷୀଗୁଡ଼ିକର ସୁରକ୍ଷା ସଂପର୍କରେ ବନ ବିଭାଗ କର୍ମଚାରୀମାନଙ୍କ ଠାରୁ ଶିକ୍ଷାଲାଭ କରିଥିଲେ । ଆସନ୍ତା ୧୭ ଓ ୧୮ ତାରିଖରେ ଦୁଇ ଦିନ ଧରି ମହିପୁର ବନାଞ୍ଚଳର ବିଭିନ୍ନ ଜଳାଶୟ ଏବଂ ଜଙ୍ଗଲ ଗୁଡ଼ିକରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଜାରି ରହିବ ।
ନୟାଗଡ଼ ରୁ Senior Editor ସଞ୍ଜୟ ଦତ୍ତ ଆଚାର୍ଯ୍ୟ ଙ୍କ ରିପୋର୍ଟ୍ Dreams Rider News