ଇତିହାସ ବିଭାଗର ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ଟିକାବାଲି, ଏ. ଏମ୍. ସି. ଏସ୍ ମହାବିଦ୍ୟାଳୟର ଇତିହାସ ବିଭାଗର ସ୍ନାତକ ଏବଂ ସ୍ନାତକତ୍ତୋରର ଛାତ୍ରଛାତ୍ରୀ ସ୍ନାତକ ଶେଷବର୍ଷ ଏବଂ ସ୍ନାତକୋତ୍ତର ଶେଷବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇତିହାସ ପୃଷ୍ଠଭୂମିରେ ଉପରେ ଛିଡ଼ାହୋଇ ବର୍ତ୍ତମାନର ସ୍ଥିତିକୁ ନେଇ ବଞ୍ଚିବାକୁ ପଡିବ ବୋଲି ପରାମର୍ଶ ଦେଇଥିଲେ । ବିଭାଗୀୟ ମୁଖ୍ୟ ବିଷ୍ଣୁପ୍ରସାଦ ରଥ ସଭାପତିତ୍ବ କରିଥିବା ବେଳେ ଅଧ୍ୟାପକ ଅଭୟ ପ୍ରଧାନ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ସୁଶ୍ରୀ ଜ୍ୟୋତିମା କହଁର ଅତିଥିମାନଙ୍କ ପରିଚୟ ପ୍ରଧାନ କରିଥିଲେ। ପ୍ରଦୀପ ପ୍ରଜ୍ବଳନ ସହିତ ପରମ୍ପରା ଓ ବିଧି ଅନୁସାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ଅଧ୍ୟାପକ ବନମାଳୀ ବେହେରା , ଅଧ୍ୟାପକ ବିରୂପାକ୍ଷ ତ୍ରିପାଠୀ, ଅଧ୍ୟାପକ ନରେନ୍ଦ୍ର ଦିଗଲ, ଅଧ୍ୟାପକ ଅମୂଲ୍ୟ ସାବତ, ଶ୍ରୀ ଶଙ୍କର ପାଢି, ଜ୍ଞାନରଞ୍ଜନ ଭୋଇ, ରବିନାରାୟଣ ପାଣିଗ୍ରାହୀ, ମନୋଜ ଭୋଇ, ଶ୍ରୀ ସୁମନ୍ତ କୁମାର ସାହୁ, ଶ୍ରୀ ରିଲୁ ପ୍ରଧାନ,ଶ୍ରୀ ସୁଶାନ୍ତ କୁମାର ଭୋଳ, ଅଧ୍ୟାପିକା ସଂଘମିତ୍ରା ଦାସ , ସ୍ମିତାରାଣୀ ସାହୁ, ସ୍ମୃତିରେଖା ନାୟକ ଯୋଗଦେଇ ବିଦାୟ ନେଉଥିବା ଛାତ୍ରଛାତ୍ରୀଙ୍କୁ ସମାଜରେ କିପରି ପ୍ରତିଷ୍ଠା ଲାଭ କରିବେ ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପିକା ଶ୍ରାବଣୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିବା ସହିତ ଅଧ୍ୟାପକ ରାହୁଲ ଦିଗଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଭାଗ ସ୍ନାତକ ଓ ସ୍ନାତକତ୍ତୋର ପ୍ରଥମବର୍ଷର ଛାତ୍ରଛାତ୍ରୀ ଶେଷବର୍ଷର ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଇତିହାସ ବିଭାଗର ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ