*ୟୁଆଇଏଲ୍ ପକ୍ଷରୁ ଶିଶୁ ଦିବସ ପାଳିତ*

*ୟୁଆଇଏଲ୍ ପକ୍ଷରୁ ଶିଶୁ ଦିବସ ପାଳିତ* ଯାଜପୁର) ଶିଶୁ ହସିଲେ ଦୁନିଆ ହସେ , ଏକଥା ତ ଆପଣମାନେ ନିଶ୍ଚୟ ଶୁଣିଥିବେ ହେଲେ ଶିଶୁଙ୍କ ମୁହଁରେ ହସ ଫୁଟାଇବା କାମ ଆମର । ତେବେ ଏକଥାକୁ ବିଭିନ୍ନ ସମୟରେ ବାସ୍ତବତାର ରୂପ ଦେଇ ଶିଶୁ ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଯାଜପୁର ଶିଳ୍ପନଗର କୁହା ଯାଉଥିବା କଳିଙ୍ଗ ନଗରରେ ରେ ଥିବା ଟାଟା ଷ୍ଟିଲ ତଥା ନିଳାଚଳ ଇସ୍ପାତର ଭେଣ୍ଡର ପାର୍ଟନର *ୟୁନାଇଟେଡ ଇନ୍ଫ୍ରାକୋର୍ ଲିମିଟେଡ* ବିଭାଗ ତରଫରୁ ନିଆରା ଢଙ୍ଗରେ ଶିଶୁ ଦିବସ ପାଳନ କରାଯାଇଛି। ବିଭାଗର ବହୁଜଣ ଏକାଠି ହୋଇ ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ବ୍ଲକ ର ଚଣ୍ଡିଖୋଲ ନିକଟ ତାରଞ୍ଜିଆ (ନୂଆସାହି) *ଆଶିର୍ବାଦ ଆଦିବାସୀ/ହରିଜନ ସେବା ଆଶ୍ରମ* ରେ ପହଞ୍ଚି ସେମାନଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି । କୁନି କୁନି ଶିଶୁ ମାନଙ୍କୁ ବିଭିନ୍ନ ପାଠ୍ୟ ଉପକରଣ, ଅନ୍ୟାନ୍ୟ ଉପହାର ଦେବା ସହ କିଛି ମଜାଦାର ପ୍ରତିଯୋଗିତା କରି ପରି ଶେଷ ରେ କେକ୍ କାଟି ଶିଶୁ ଦିବସ ପାଳନ କରିଛନ୍ତି। ଏହା ସହ ଏହି ଆବାସିକ ସେବା ଆଶ୍ରମର ଜରୁରୀକାଳୀନ ସୁବିଧା ତଥା ଆଶ୍ରମ ର ବିକାଶ ପାଇଁ ବହୁ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏବଂ ସେମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା, ଶିକ୍ଷା ସମ୍ବନ୍ଧୀୟ ତଥ୍ୟ ପଚାରି ବୁଝିବା ସହ ସେମାନଙ୍କୁ ବିଭିନ୍ନ ବିଷୟରେ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଖୁବ୍ ସୁନ୍ଦର ଭାବେ ପରିଚାଳନା ଓ ସହଯୋଗ ର ହାତ ବଢ଼ାଇ ଥିଲେ ସେବାଶ୍ରମ ର ସେକ୍ରେଟାରୀ ମଞ୍ଜୁଲତା ସ୍ୱାଇଁ ଙ୍କ ତତ୍ବାବଧାନରେ ଅନ୍ୟାନ୍ୟ କର୍ମକର୍ତ୍ତା ଓ ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ ୟୁଆଇଏଲ୍ ର ଉଚ୍ଚ ପଦସ୍ଥ ଅଧିକାରୀ ତଥା ବିବେକ ଜେନ(GM),ସୂର୍ଯ୍ୟକାନ୍ତ ପଣ୍ଡା (ଏଚ ଆର୍ ମ୍ୟାନେଜର), ଆଲୋକ ମାଝୀ, ଅମର ବିଶ୍ଵାଳ, ଚକ୍ରଧର ବାରିକ୍, ସଇଦ ଅଲ୍ଲୀ, କୋରବାନ୍ ଖାନ୍ ,ପ୍ରତାପ କେଶରୀ ମହାପାତ୍ର, ଯଶୋବନ୍ତ, ସଞ୍ଜିବ, ଦୀପକ,ଆଦିତ୍ୟ, ପ୍ରଭୁଦତ୍ତ, ସୁନିଲ ଆଦି ବହୁ କର୍ମଚାରୀ ଉପସ୍ଥିତ ରହିଥିଲେ ।

*ୟୁଆଇଏଲ୍ ପକ୍ଷରୁ ଶିଶୁ ଦିବସ ପାଳିତ*
*ୟୁଆଇଏଲ୍ ପକ୍ଷରୁ ଶିଶୁ ଦିବସ ପାଳିତ*