ଡିଏଭି ତାଳଚେର ଥର୍ମାଲ ହାୟର ସେକେଣ୍ଡାରୀ ସ୍କୁଲରେ ଆଞ୍ଚଳିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଡିଏଭି ତାଳଚେର ଥର୍ମାଲ ହାୟର ସେକେଣ୍ଡାରୀ ସ୍କୁଲରେ ଆଞ୍ଚଳିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ତାଳଚେର ଥର୍ମାଲ ତା. ୦୮-୦୫-୨୫ ରିଖ ତାଳଚେର ଥର୍ମାଲରେ ଥିବା ଡିଏଭି ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ଓଡିଆ ମାଧ୍ୟମିକ ବିଦ୍ୟାଳୟ ସମୂହରେ ମଧ୍ୟମ ଓ ମାଧ୍ୟମିକ ସ୍ତରୀୟ ତ୍ରି ଦିବସୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଚଳିତ ମଇ ମାସ ୫,୬ ଓ ୭ ତାରିଖ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଡିଏଭିର ଉପ ଆଞ୍ଚଳିକ ନିର୍ଦ୍ଦେଶକ (ARO କ୍ଲଷ୍ଟର- ୬୦ ର ଶ୍ରୀମତୀ ଜ୍ୟୋତି ମିଶ୍ର ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଅନୁଗୁଳ ବି. ଇଡି. କଲେଜର ପ୍ରଫେସର ଅଜୟ ସ୍ୱାଇଁ ଶିକ୍ଷକ ସଶକ୍ତିକରଣ କାର୍ଯ୍ୟଦକ୍ଷତା ଓ ଆତ୍ମବିଶ୍ବାସ ଉପରେ ଆଲୋକପାତ କରିଥିଲେ। ଦ୍ୱିତୀୟ ଦିବସରେ ବଳରାମ ପ୍ରସାଦ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ହେମନ୍ତ କୁମାର ଧର କୈଶୋର ଅବସ୍ଥାରେ ଛାତ୍ରମାନଙ୍କ ଚରିତ୍ର ଗଠନରେ ଶିକ୍ଷକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ତୃତୀୟ ଦିବସରେ ପ୍ରାରମ୍ଭରେ ଡିଏଭି ଉପଆଞ୍ଚଳିକା ନିର୍ଦ୍ଦେଶିକା ଶ୍ରୀମତୀ ଜ୍ୟୋତି ମିଶ୍ର ପାଠ୍ୟ ଖସଡ଼ା ଓ ପରୀକ୍ଷା ପରିଚାଳନା ସଂପର୍କରେ ଉଦବୋଧନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ସମୂହ ଅଧ୍ୟକ୍ଷ ଯଥା ସାବିତ୍ରୀ ଜିନ୍ଦଲ ହାଇ ସ୍କୁଲ ଅଧ୍ୟକ୍ଷ ଫକିର ମୋହନ ସାହୁ, ଡିଏଭି ବନହରପାଲି ଅଧ୍ୟକ୍ଷ ପ୍ରଭାକର ମହାନ୍ତି, ଭଞ୍ଜନଗର ଡିଏଭି ହାଇ ସ୍କୁଲର ଅଧ୍ୟକ୍ଷ ମାନସ ରଞ୍ଜନ ପୃଷ୍ଠି, ସି ଡବ୍ଲୁ ହାଇ ସ୍କୁଲର ଅଧ୍ୟକ୍ଷ ସୁଜାତା ସାମଲ,ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଡିଏଭି ଅନନ୍ତ ବିହାର, ଡିଏଭି ତାଳଚେର ଥର୍ମାଲ , ଡିଏଭି ସାବିତ୍ରୀ ଜିନ୍ଦଲ, ଡିଏଭି ବାଲାଣି ଡିଏଭି ବନହରପାଲି ଡିଏଭି ପିପିଏଲ, ମୋଟ ୬୦ ଜଣ ଶିକ୍ଷକ ଯୋଗ ଦେଇଥିଲେ। ଉକ୍ତ ତ୍ରୀ ଦିବସୀୟ କର୍ମଶାଳାର ଆୟୋଜକ ଥିଲେ ଡିଏଭି ତାଳଚେର ଥର୍ମାଲ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶୁଭେନ୍ଦୁ ଶେଖର ବୋଷ।

ଡିଏଭି ତାଳଚେର ଥର୍ମାଲ ହାୟର ସେକେଣ୍ଡାରୀ ସ୍କୁଲରେ ଆଞ୍ଚଳିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ