ଉଦ୍ଘାଟିତ ହେଲା ନୂଆଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା-୨୦୨୫ ; ପ୍ରଥମ ରାତ୍ରି ରେ କମେଡି କିଙ୍ଗ ପପୁ ପମ ପମ ଙ୍କ ଗୀତରେ ଝୁମିଲେ ଦର୍ଶକ
ଉଦ୍ଘାଟିତ ହେଲା ନୂଆଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା-୨୦୨୫ ; ପ୍ରଥମ ରାତ୍ରି ରେ କମେଡି କିଙ୍ଗ ପପୁ ପମ ପମ ଙ୍କ ଗୀତରେ ଝୁମିଲେ ଦର୍ଶକ ।
ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର କଳା, ସାହିତ୍ୟ ଓ ସଂସ୍କୃତିକୁ ନେଇ ନୂଆଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୫ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବ ର ଅପରାହ୍ନରେ ମଂଚ ପୂଜା କରାଯାଇ ସ୍ଥାନୀୟ କଳାକାର ଓ କୁନି କୁନି ପ୍ରତିଭାମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହାପରେ ସଂଧ୍ୟା ୬ ଘଟିକା ଭାବେ ସମୟରେ କନ୍ଧମାଳ ସାଂସଦ ତଥା ନୂଆଗାଁ ମହୋତ୍ସବ କମିଟି ଓ ପଲ୍ଲିଶ୍ରୀ ମେଳାର ଅଧ୍ୟକ୍ଷ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ବରେଣ୍ୟ ଅତିଥି ମାନ୍ୟବର ମନ୍ତ୍ରୀ (ରାଜସ୍ବ ବିପଜର୍ଯ୍ୟ ପରିଚାଳନା) ସୁରେଶ କୁମାର ପୂଜାରୀ, ମାନ୍ୟବର ମନ୍ତ୍ରୀ ( ସମବାୟ ହସ୍ତତନ୍ତ ଓ ହସ୍ତଶିଳ୍ପ) ପ୍ରଦୀପ ବଳ ସାମନ୍ତ, ଯାଜପୁର ସାଂସଦ ରବିନାରାୟଣ ବେହେରା, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ , ଦଶପଲ୍ଲା ପୂର୍ବତନ ବିଧାୟକ ପୂର୍ଣଚନ୍ଦ୍ର ନାୟକ, ବିଜେପି ଯୁବମୋର୍ଚ୍ଚା ଓଡ଼ିଶା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା , କମିଟିର ସମ୍ପାଦକ ଶିବରାମ ମହାପାତ୍ର , ବିଜେପି ନେତା ରାଘବ ମଲ୍ଲିକ , ଜିଲ୍ଲା ସଭାପତି ତାପସ ରଂଜନ ମାର୍ଥା , ବ୍ଲକ ଉପା୍ଦକ୍ଷ ପର୍ଶୁରାମ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥଲେ ନୟାଗଡ଼ ଜିଲ୍ଲା ର ଯୁବ ତଥା ଦକ୍ଷ ସାମ୍ୱାଦିକ ଜୟେନ୍ଦ୍ର ବେହେରା । ଅତିଥି ମାନେ ନୂଆଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖି ଥିଲେ । ପାହାଡ଼ ପର୍ବତ ଘେରା ପ୍ରକୃତିର ମନୋରମ ପରିବେଶ ଭିତରେ ଗଢ଼ି ଉଠିଥୁବା ନୂଆଗାଁର ଅପରୂପ ଶୋଭାରାଶିରେ ଅତିଥି ମାନଙ୍କୁ ବିମୋହିତ କରିଥିଲା । ସଭାକାର୍ଯ୍ୟ ଶେଷ ପରେ ଓଡ଼ିଶୀ ନୃତ୍ୟ ଓ ଆସାମର ବିହୁ ନୃତ୍ୟ ପରିବେଷଣ ହୋଇଥିଲା। ବିଶେଷ ଭାବେ କମେଡ଼ି କିଙ୍ଗ୍ ପପୁ ପମ୍ପମ୍ ଓ ସାଥୀଙ୍କୁ ନେଇ ମେଲୋଡ଼ି କାର୍ଯ୍ୟକ୍ରମ ହୋଇଥିଲା। ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ନୂଆଗାଁ ବ୍ଲକ ଅଧ୍ୟକ୍ଷା ତଥା ଦଶପଲ୍ଲା ବିଧାୟକ ଏମିତିକି ଅନେକ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ତଥା ସାମ୍ବାଦିକ ମାନଙ୍କୁ ଅଣଦେଖା ହୋଇଥିବା ନେଇ ନାନା ଆଲୋଚନା ହେଉଚି । ଅତୀତରେ ପଞ୍ଚୁପାଣ୍ଡବ ମହୋତ୍ସବ କୁ ବିଜେଡି ଦଳ ର ଦର୍ଶାଇ ବିଜେପି ସମର୍ଥିତ ନେତା ଓ କର୍ମୀ ମାନେ ଏହି ନୂଆଗାଁ ମହୋତ୍ସବ ଆୟୋଜନ କରିଛନ୍ତି । ଯାହା ମଞ୍ଚରେ ଥିବା ଅତିଥି ମାନଙ୍କ ଉପସ୍ଥିତି ରୁ ସ୍ପଷ୍ଟ ବାରି ହୋଇଯାଇଛି । ଅସହିଷ୍ଣୁତା ର ପରିଚୟ ଦେଇ ମହୋତ୍ସବ କମିଟି ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ନିମନ୍ତ୍ରଣ ମଧ୍ୟ କରିନଥିବା ନେଇ ଅନେକ ଜନ ପ୍ରତିନିଧି କ୍ଷୋଭ ପ୍ରକାଶ କରିଛନ୍ତି । ଏହି ମହୋତ୍ସବ ଆସନ୍ତା ୭ ଓ ୮ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ମିଳିଛି ।
ନୟାଗଡ଼ ରୁ Senior Editor ସଞ୍ଜୟ ଦତ୍ତ ଆଚାର୍ଯ୍ୟ ଙ୍କ ରିପୋର୍ଟ୍ Dreams Rider News