କାଠ ବୋଝୋଇ ଗାଡି ଜବତ ଜଣେ ଗିରଫ

କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ବନାଞ୍ଚଳ ର ଗୁଲାଡିହି ବସନ୍ତପୁର ରାସ୍ତାରେ ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରା ଙ୍କ ନେତୃତ୍ୱ ରେ ଫୋରେଷ୍ଟର ବିଦ୍ୟଧାର ମହାନ୍ତ, ଫୋରେଷ୍ଟ ଗାର୍ଡ ପ୍ରମାଦ କୁମାର ମହାନ୍ତ, ଅନ୍ୟ କର୍ମଚାରୀ ରାତି ପେଟ୍ରୋଲିଂ ସମୟରେ ଏକ ବେଆଇନ ଶାଳକାଠ କାଠ ବୋଝୋଇ ଟାଟା ଇଂଟ୍ରା --O.D-09S-1135 କୁ ଦେଖି ଅଟକାଇଥିଲେ ଗାଡି ଯାଞ୍ଚ ରୁ ଗାଡ଼ିରେ ବଡ଼ ସାଇଜ ର ୩୫ ଟି ଶାଳ କାଠ ଥିବା ଦେଖିବାକୁ ପାଇ ଗାଡିକୁ ଠାକୁରମୁଣ୍ଡା ବନାଞ୍ଚଳ କାର୍ଯ୍ୟାଳୟ କୁ ଆଣି ଅଟକ ରଖିବା ସହିତ ଗାଡ଼ିର ଡ୍ରାଇଭର କୁ ଅଟକ ରଖି ଅଧିକ ତଦନ୍ତ ଜାରିରଖିଥିବା କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ସୂଚନା ଦେଇଛନ୍ତି ମୟୁରଭଞ୍ଜ କରଞ୍ଜିଆ ରୁ ଜିତେନ୍ଦ୍ର ରାଜ ଙ୍କ ରିପୋର୍ଟ

କାଠ ବୋଝୋଇ ଗାଡି ଜବତ ଜଣେ ଗିରଫ