ନୂଆଗାଁ ବ୍ଲକ ପରିସରରେ ବ୍ଲକ୍ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ।

ନୂଆଗାଁ ୨୧/୦୨/୨୦୨୫ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ସଭା ଗୃହରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପଞ୍ଚଦଶ ଅର୍ଥ କମିଶନ ଯୋଜନା ଅନ୍ତର୍ଗତ ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଆଜି ୨୧.୦୨.୨୫ ତାରିଖ ଦିନ ଅନୁଷ୍ଠିତ ହୋଇ ଯାଇଛି। MGNREGS ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷର ୦୧ ଅପ୍ରେଲ ୨୦୨୪ ରୁ ୩୦ ସେପ୍ଟେମ୍ବର ୨୦୨୪ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଏବଂ ଉପରୋକ୍ତ ଯୋଜନା ଗୁଡିକ ଉପରେ ପଂଚାୟତ ସ୍ତରରେ ସାମାଜିକ ସମୀକ୍ଷା ଅନୁଷ୍ଠିତ ହୋଇଥିଲା। ସେହି ସାମାଜିକ ସମୀକ୍ଷା ର ତଥ୍ୟ ଓ ରିପୋର୍ଟ ଉପରେ ଆଜି ଏହି ବ୍ଲକ୍ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନୟାଗଡ଼ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲଗ୍ନଜିତ ରାଉତ ସଭାପତିତ୍ବ କରିଥିଲେ। ଜିଲ୍ଲା ସାମାଜିକ ସମୀକ୍ଷକ ବିଜୟ ବଳିଆର ସିଂ, ଯୋଗ ଦେଇ ଆଜିର କାର୍ଯ୍ୟକ୍ରମ ର ଉଦେଶ୍ୟ ସମ୍ପର୍କରେ କହିଥିଲେ। ନୂଆଗାଁ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ Dr ଅମୃତ କୁମାର ରାଉଳ ମନରେଗା ଯୋଜନା ର କାର୍ଯ୍ୟ କାରିତା ସମ୍ପର୍କରେ କହିବା ସହିତ , ଏହି ଯୋଜନା ରେ ସ୍ବଚ୍ଛତା ଓ ଉତ୍ତର ଦାୟିତ୍ଵ ରଖିବା ପାଇଁ ସାମାଜିକ ସମୀକ୍ଷା ଓ ଜନ ଶୁଣାଣୀ ର ଆବଶ୍ୟକତା ଥିବା କହିଥିଲେ। ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲଗ୍ନଜିତ ରାଉତ ନିଜ ବକ୍ତବ୍ୟରେ , ବୃକ୍ଷ ରୋପଣ ଠାରୁ ଆରମ୍ଭ କରି ରାସ୍ତା, ପୋଖରୀ, ଗୁହାଳ, ମୋ ବଗିଚା, କେନାଲ, ଡ୍ରେନ, ଖେଳ ପଡିଆ ଆଦି କାମ ଦ୍ଵାରା ପଞ୍ଚାୟତ ର ବିକାଶ କରିହେବ ବୋଲି କହିଥିଲେ। ଏଵଂ ଅଧିକ ରୁ ଅଧିକ ପରିବାର କୁ ୧୦୦ ଦିନର କାର୍ଯ୍ୟ ଯୋଗାଇ ଗରିବ ଲୋକଙ୍କ ଜୀବନ ଜୀବିକା ଏହି ଯୋଜନା ମାଧ୍ୟମରେ ସୁଦୃଢ଼ କରିବା ଉପରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଲଗ୍ନାଜିତ ରାଉତ ଗୁରୁତ୍ୱାରୋପ କରିଥିଲେ। ଏପିଓ ଅମରେନ୍ଦ୍ର ସାହୁ ମନରେଗା ଯୋଜନାରେ ଚଳିତ ବର୍ଷ ର ରିପୋର୍ଟ ଉପସ୍ଥାପନା କରିଥିଲେ। ଆର୍ଥିକ ବର୍ଷ ୨୦୨୪-୨୫ ରେ ବର୍ତ୍ତମାନ ସୁଦ୍ଧା ନୂଆଗାଁ ବ୍ଲକ୍ ରେ ୨୦୧୧୪ ପରିବାର MGNREGS ଯୋଜନା ଅଧୀନରେ ପଞ୍ଜୀକୃତ ଥିବା ଏପିଓ ଶ୍ରୀ ସାହୁ ସୂଚନା ଦେଇଥିଲେ। ଏହି ସମୟ ମଧ୍ୟରେ ୬୩୧୭ ପରିବାର କାର୍ଯ୍ୟ ପାଇଁ ଆବେଦନ କରିଥିଲେ ଏବଂ ସମସ୍ତଙ୍କୁ କାର୍ଯ୍ୟ ଯୋଗାଇ ଦିଆଯାଇଥିଲା। ୧୯୨୯ ଗୋଟି କାର୍ଯ୍ୟ ଆରମ୍ଭ କରା ଯାଇଥିଲା , ନୂଆ ପୁରୁଣା ମିଶାଇ ୧୨୧୧ ଗୋଟି କାର୍ଯ୍ୟ ସମ୍ପୂର୍ଣ କରା ଯାଇଥିଲା। ୬୨ ଟି ପରିବାର ୧୦୦ ଦିନର କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ। ଏଵଂ ୨୩୭୧୦୩ ଗୋଟି ଶ୍ରମ ଦିବସ ସୃଷ୍ଟି ହୋଇ ଥିବା ଓ ସବୁ ବିଭାଗ ମିଶାଇ ୯ କୋଟି ୧୫ ଲକ୍ଷ ୮୧ ହଜାର ଟଙ୍କା MGNREGS ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ଖର୍ଚ୍ଚ ହୋଇଥିବା ଏପିଓ ଶ୍ରୀ ସାହୂ ସୂଚନା ଦେଇଥିଲେ। ବ୍ଲକ୍ ସାମାଜିକ ସମୀକ୍ଷକ ସ୍ୱର୍ଣଲତା ଦଳ ବେହେରା ପଞ୍ଚାୟତ ସ୍ତରରୁ ଆସିଥିବା ସାମାଜିକ ସମୀକ୍ଷା ର ରିପୋର୍ଟ ପାଠ କରିଥିଲେ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମରେ ବେଳେ ଯାହା ଉପରେ ଯାହା ଫାଇନ ବା ରିକୋଭାରୀ ତଥ୍ୟ ଆସିଛି ସମସ୍ତେ ଠିକ୍ ସମୟରେ ସରକାର ଙ୍କ ଠାରେ ଦାଖଲ କରି ଅଡିଟ Compliance କରିଦେବା ପାଇଁ ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ଥର ସମୀକ୍ଷା ରିପୋର୍ଟ ରେ ବିଭିନ୍ନ ବିଭାଗର କାର୍ଯ୍ୟକାରିତା ରେ ଯାହା ସବୁ ତ୍ରୁଟି ଦୃଷ୍ଟି ଗୋଚର ହୋଇଛି, ଆସନ୍ତା ସାତ ଦିନ ମଧ୍ୟରେ ATR ଦାଖଲ କରିବା ପାଇଁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ।ବିଶେଷ କରି ଜଙ୍ଗଲ ବିଭାଗ ସାମାଜିକ ସମୀକ୍ଷା କାର୍ଯ୍ୟରେ ଆଦୌ ସହଯୋଗ କରୁ ନଥିବା ଏବଂ ଅଡିଟ କମ୍ପଲାଇନ୍ସ କରୁ ନଥିବା ଏବଂ ଆଜିର ବୈଠକ ରେ ଜଙ୍ଗଲ ବିଭାଗ ର କୌଣସି ଅଧିକାରୀ ଉପସ୍ଥିତ ନଥିବା ରୁ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରାଉତ ଅସନ୍ତୋଷ ପ୍ରକାଶ କରିଥିଲେ। ମୃତ୍ତିକା ସଂରକ୍ଷଣ ବିଭାଗ କାର୍ଯ୍ୟ ସ୍ଥଳ ରେ ସଠିକ୍ ଭାବେ ସୂଚନା ଫଳକ ନିର୍ମାଣ କରୁ ନାହିଁ ବୋଲି ସମୀକ୍ଷା ରିପୋର୍ଟ ରେ ପ୍ରକାଶ ପାଇଥିଲା। ଏଥି ପାଇଁ ସଂପୃକ୍ତ ବିଭାଗ କୁ ତାଗିଦ୍ କରା ଯାଇଥିଲା। ସାମାଜିକ ସମୀକ୍ଷା ରିପୋର୍ଟ କୁ ଗୁରୁତ୍ଵ କୁ ନେଇ MGNREGS ଓ ୧୫ ତମ CFC ଯୋଜନା ରେ ବାହାରୁଥିବା ତ୍ରୁଟି ବିଚ୍ୟୁତିକୁ ସୁଧାରିବା ଦିଗରେ ସମସ୍ତେ ଯତ୍ନବାନ ହେବା ପାଇଁ ବ୍ଲକ୍ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। MGNREGS ଯୋଜନା ମାଧ୍ୟମରେ ଗରିବ ଲୋକଙ୍କ ପାଇଁ କାମ କରି ସେମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ କରିବା ସହ ଗ୍ରାମାଞ୍ଚଳ ର ବିକାଶ କରିବା ଦିଗରେ କାମ କରିବା ପାଇଁ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଭୀମସେନ ସେଠୀ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏ ପି ଓ ଅମରେନ୍ଦ୍ର ସାହୁ କାର୍ଯକ୍ରମ ପରିଚାଳନା କରିଥିଲେ। ବୈଠକରେ ବିଭିନ୍ନ ପଞ୍ଚାୟତର ସରପଂଚ , ସମିତି ସଭ୍ୟ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏ ଡି ଇ ଓ ଗ୍ରାମ ରୋଜଗାର ସେବକ ମାନେ, ଉଦ୍ୟାନ ବିଭାଗ, ଜଙ୍ଗଲ ବିଭାଗ , ମୃତ୍ତିକା ସଂରକ୍ଷଣ ବିଭାଗ,ବ୍ଲକ୍ ସାମାଜିକ ସମୀକ୍ଷକ ଓ ସମସ୍ତ ଭି ଆର୍ ପି ମାନେ ଯୋଗ ଦେଇଥିଲେ। ଏସିପି ସୁମନ୍ତ ପରିଡ଼ା, ନରେଗା ସହାୟକ ଆଶୁତୋଷ ମିଶ୍ର , ବି ଆର୍ ସି କାହ୍ନୁ ଚରଣ ବେହେରା, ସନ୍ତୋଷ ପ୍ରଧାନ, ଜେଇ ନେତ୍ର ରଞ୍ଜନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ନୟାଗଡ଼ ରୁ Senior Editor ସଞ୍ଜୟ ଦତ୍ତ ଆଚାର୍ଯ୍ୟ ଙ୍କ ରିପୋର୍ଟ୍ Dreams Rider News

ନୂଆଗାଁ ବ୍ଲକ ପରିସରରେ ବ୍ଲକ୍ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ।