ନୂଆଗାଁ ରେ ଏକ୍ସପାରୀ ତାରିଖ ନଥିବା ଅଟା ବିକ୍ରି କରି ଚାଲିଗଲେ ବେପାରୀ; ନଷ୍ଟ ଅଟା ଖାଇ ରୋଗ ହେଲେ ଦାୟୀ ରହିବେ କିଏ ?
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମା ରେ ଗତକାଲି କିଛି ବେପାରୀ ଏକ ଗାଡ଼ିରେ ବସ୍ତା ବସ୍ତା ଅଟା ପ୍ୟାକେଟ ଆଣି ବଜାର ମୂଲ୍ୟ ଠାରୁ ସ୍ୱଳ୍ପ ମୂଲ୍ୟରେ ବିକ୍ରି କରୁଥିବାର ଦେଖି ଅଞ୍ଚଳର ଅନେକ ଲୋକ ଅଟା କିଣି ନେଇଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଯେତେବେଳେ ଆମ ପ୍ରତିନିଧି ଜଣେ ବ୍ୟକ୍ତିଙ୍କ ପାଖରେ ଥିବା ସେହି ଅଟା ପ୍ୟାକେଟ କୁ ଦେଖିଥିଲେ ତାହା ଏକ୍ସପାରି ତାରିଖ ନଥିବା ଦେଖିବାକୁ ପାଇଥିଲେ ଓ ଲୋକମାନଙ୍କୁ ଅବଗତ କରିଥିଲେ । କିନ୍ତୁ ସେତେବେଳକୁ ସେହି ଧୂର୍ତ୍ତ ବେପାରୀ ନୂଆଗାଁ ଅଞ୍ଚଳରୁ ଚଂପଟ ମାରି ସାରିଥିଲେ। ତେବେ ପ୍ରଶ୍ନ ଉଠୁଛି କିପରି ଖୁଲମ ଖୋଲା ଭାବରେ ଏପରି ବ୍ୟବହାର ଅଯୋଗ୍ୟ ଅଟା କୁ ସର୍ବ ସାଧାରଣ ସ୍ଥାନରେ ବଜାରରେ ବିକ୍ରି କରୁଛନ୍ତି କାହାର ଦୃଷ୍ଟି ନାହିଁ କାହିଁକି ? ଯଦି ଏହି ଦୂଷିତ ଅଟା ଖାଇ କାହାର କିଛି କ୍ଷତି ଘଟେ ତେବେ ଏହାର ଉତ୍ତରଦାୟିତ୍ୱ ନେବ କିଏ ? ଏହି ବେପାର କରୁଥିବା ରାକେଟ କୁ ଧରିବା ପାଇଁ ପ୍ରଶାସନ କେବେ ନେବ କାର୍ଯ୍ୟନୁଷ୍ଠାନ ଏନେଇ ବିଭିନ୍ନ ଆଲୋଚନା କରୁଛନ୍ତି ଅଞ୍ଚଳବାସୀ । ଏନେଇ ଏହି ଅଟା ପ୍ୟାକେଟ ଦେଖି ଏକ୍ସପାରୀ ତାରିଖ ଦେଖି ଦ୍ରବ୍ୟ କ୍ରୟ କରିବା ପାଇଁ ବୁଦ୍ଧିଜୀବି ମାନେ ଅନୁରୋଧ କରିଛନ୍ତି ।
ନୟାଗଡ଼ ରୁ Senior Editor ସଞ୍ଜୟ ଦତ୍ତ ଆଚାର୍ଯ୍ୟ ଙ୍କ ରିପୋର୍ଟ୍ Dreams Rider News