ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସଚେତନତା ଅଭିଯାନର ଶୁଭାରମ୍ଭ, ୧୬ ଦିନ ବ୍ୟାପୀ ଚାଲିବ କାର୍ଯ୍ୟକ୍ରମ
ଅନୁଗୁଳ: ମହିଳା ଓ ବାଳିକାଙ୍କ ପ୍ରତି ହେଉଥିବା ହିଂସା ବିରୋଧରେ ଏକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଯୋଗ ଦେଇ ଲିଙ୍ଗଭିତ୍ତିକ ହିଂସା ବିରୁଦ୍ଧରେ ପ୍ରଣିତ ବିଭିନ୍ନ ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ଆୟୋଜିତ ଏହି ଅଭିଯାନରେ ୧୬ ଦିନ ବ୍ୟାପୀ ଲିଙ୍ଗଗତ ହିଂସା ବିରୁଦ୍ଧରେ ଜିଲ୍ଲାରେ ବିଭିନ୍ନ […]
ଅନୁଗୁଳ: ମହିଳା ଓ ବାଳିକାଙ୍କ ପ୍ରତି ହେଉଥିବା ହିଂସା ବିରୋଧରେ ଏକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଯୋଗ ଦେଇ ଲିଙ୍ଗଭିତ୍ତିକ ହିଂସା ବିରୁଦ୍ଧରେ ପ୍ରଣିତ ବିଭିନ୍ନ ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ଆୟୋଜିତ ଏହି ଅଭିଯାନରେ ୧୬ ଦିନ ବ୍ୟାପୀ ଲିଙ୍ଗଗତ ହିଂସା ବିରୁଦ୍ଧରେ ଜିଲ୍ଲାରେ ବିଭିନ୍ନ ଅଂଶୀଦାରଙ୍କ ସହିତ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ।
କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିରୁପମା ପାଣି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରି ଶଙ୍କର ବେହେରା, ମହିଳା ସୁରକ୍ଷା ପ୍ରଦାନ ଅଧିକାରୀ ଦ୍ରୌପଦୀ ମାରାଣ୍ଡି, ପିପୁଲ୍ସ ଫରୁମ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ସୁଦୀପ୍ତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, କ୍ଷେତ୍ର ପରିଦର୍ଶିକା, ସମାଜସେବୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।