ପ୍ରଧାନ ଶିକ୍ଷକଙ୍କ 'ପ୍ରଗତି'ତାଲିମ୍ ଉଦ୍ ଯାପିତ

ପ୍ରଧାନ ଶିକ୍ଷକଙ୍କ 'ପ୍ରଗତି'ତାଲିମ୍ ଉଦ୍ ଯାପିତ ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,, ଟିକାବାଲି/ ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଟିକାବାଲି ଠାରେ ଟିକାବାଲି ବ୍ଲକର 36 ଜଣ ପ୍ରଧାନ ଶିକ୍ଷକଙ୍କୁ ନେଇ ତ୍ରିଦିବସୀୟ 'ପ୍ରଗତି, ତାଲିମ୍ ଅନୁଷ୍ଠିତ ହୋଇ ଯାଇଛି। ଗତ 17 ତାରିଖରେ ଏହାର ଉଦଘାଟନୀ ଉତ୍ସବରେ ଯୋଗ ଦେଇ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ ଡ.ଶିବ ପ୍ରସାଦ ପଣ୍ଡା ଯୋଗ ଦେଇ ଦୀପ ପ୍ରଜ୍ବଳନ କରିବା ସହିତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ଏହି ତାଲିମ୍ କାର୍ଯ୍ୟକ୍ରମରେ ସମ୍ବଳ ଶିକ୍ଷକ ଭାବେ ଶ୍ରୀ ପ୍ରଦୀପ କୁମାର ମହାପାତ୍ର ଶ୍ରୀ ରମେଶ ଚନ୍ଦ୍ର ବରାଳ,ଶ୍ରୀ ପବିତ୍ର କୁମାର ସାହୁ ଏବଂ ଟିକାବାଲି ସହ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଗଣେଶ କହଁର ଶିକ୍ଷଣ କାର୍ଯ୍ୟକୁ ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ। ପ୍ରଶିକ୍ଷାର୍ଥୀ ମାନଙ୍କର ଉତ୍ସାହ,ଆଗ୍ରହ ଓ ସକ୍ରିୟ ଅଂଶଗ୍ରହଣ ତାଲିମ୍ କୁ ବେଶ୍ ଆନନ୍ଦମୟ କରିଥିଲା । ଏଥିରେ ନୂତନ ଶିକ୍ଷାନୀତି, ବିଦ୍ୟାଳୟର ସମସ୍ୟା, ସମ୍ବଳ ପରିଚାଳନା ନେତୃତ୍ବର ବିକାଶ ଆଦି ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା । ଆଜି ଏହାର ଉଦଯାପନୀ ଉତ୍ସବରେ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷିକା ସୁଶ୍ରୀ ରଶ୍ମିତା ଗିରି ପ୍ରଶିକ୍ଷାର୍ଥୀଙ୍କୁ ସେମାନଙ୍କ ଭୂମିକା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ । ଏଥିରେ ଅଂଶ ଗ୍ରହଣ କରିଥିବା ପ୍ରଶିକ୍ଷାର୍ଥୀମାନଙ୍କ ଉପରେ ନୂତନ ଶିକ୍ଷାନୀତି କାର୍ଯ୍ୟକାରିତାର ଗୁରୁ ଦାୟିତ୍ବ ରହିଥିବାରୁ ଅଧିକ ଉତ୍ସର୍ଗୀକୃତ ହୋଇ କାର୍ଯ୍ୟ କରିବା ପାଇଁ ସମ୍ବଳ ଶିକ୍ଷକ ମାନେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କୁ ଅଭିପ୍ରେରିତ କରିଥିଲେ ।

ପ୍ରଧାନ ଶିକ୍ଷକଙ୍କ 'ପ୍ରଗତି'ତାଲିମ୍ ଉଦ୍ ଯାପିତ