ଅନୁଗୁଳରେ ବୁଲୁଛି ମାଳମାଳ ଚୋରା ବନ୍ଧୁକ, କଥା କଥାକେ ଫୁଟୁଛି ଗୁଳି; ପୋଲିସ ପ୍ରଶାସନ ସ୍ଥାଣୁ

ଅନୁଗୁଳ: ଅନୁଗୁଳରେ ବୁଲୁଛି ମାଳମାଳ ଚୋରା ବନ୍ଧୁକ, ମାଉଜର। କଥା କଥାକେ ଫୁଟୁଛି ଗୁଳି। ଛୋଟ ଛୋଟ କଥା ପାଇଁ ବି ଲୋକେ ପରସ୍ପରକୁ ମାରିବାକୁ ବନ୍ଧୁକ ଉଠାଉଛନ୍ତି। କ୍ରମେ ଅନୁଗୁଳରେ ବନ୍ଧୁକ କାରବାର ବଢ଼ୁଥିବା ସରକାରୀ ଅପରାଧ ତାଲିକା କହୁଛି।  ଦୁଇ ବର୍ଷ ତଳେ ରାଜ୍ୟ ବିଧାନସଭାରେ ତତ୍କାଳୀନ ମନ୍ତ୍ରୀ ତୁଷାରକାନ୍ତି ବେହେରା ଲାଇସେନ୍ସପ୍ରାପ୍ତ ବନ୍ଧୁକ କାରବାର ନେଇ ଏକ ରିପୋର୍ଟ ରଖିଥିଲେ। ସେହି ରିପୋର୍ଟ ଅନୁସାରେ ସେତେବେଳେ ରାଜ୍ୟରେ ୧୮ ହଜାରରୁ ଅଧିକ ବନ୍ଧୁକ ରହିଥିଲା। ରିପୋର୍ଟ ଅନୁସାରେ, କେଉଁଝରରେ ସର୍ବାଧିକ ୧୩୨୭ ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ଥିବା ବେଳେ ଅନୁଗୁଳରେ ଦ୍ଵିତୀୟ ସର୍ବାଧିକ ୧୨୦୩ ଟି ଓ ବାଲେଶ୍ୱରରେ ତୃତୀୟ ସର୍ବାଧିକ ୧୧୦୫ ଟି ବନ୍ଧୁକ ରହିଥିଲା। ସେହିପରି ଗଞ୍ଜାମରେ ୪୨୯, କଳାହାଣ୍ଡିରେ ୯୯୯, ଭଦ୍ରକରେ ୬୬୫, ନୟାଗଡ଼ରେ ୯୨୩, କଟକ ଭୁବନେଶ୍ୱର କମିଶନର ପୋଲିସ ଅଧୀନରେ ୩୨୫, ବ୍ରହ୍ମପୁର ପୋଲିସ ଜିଲ୍ଲାରେ ୩୦୯, ରାଉରକେଲା ସିଟିରେ ୪୧୧ ଟି ବନ୍ଧୁକ ରହିଥିଲା। ଅନ୍ୟ ଜିଲ୍ଲାରେ ଅପେକ୍ଷାକୃତ କମ୍ ବନ୍ଧୁକ ରହିଥିବା ମନ୍ତ୍ରୀ ପ୍ରକାଶ କରିଥିଲେ। ରିପୋର୍ଟରୁ ଜଣାଯାଇଛି ଖଣି ଖାଦାନ ଓ ଶିଳ୍ପଭରା ଜିଲ୍ଲା ମାନଙ୍କରେ ବ୍ୟାଙ୍କ ସୁରକ୍ଷା, ଶିଳ୍ପ ସୁରକ୍ଷା ସାଙ୍ଗକୁ ଆତ୍ମରକ୍ଷା ଏବଂ ଅନ୍ୟାନ୍ୟ କାରଣରୁ ବନ୍ଧୁକ କାରବାର ଅଧିକ ରହିଛି। କିନ୍ତୁ ଏବେ ଅନୁଗୁଳରେ ବନ୍ଧୁକ ସଂଖ୍ୟା ଚିନ୍ତା ବଢ଼ାଇଛି। ନିକଟରେ କେରଜଙ୍ଗ ଗାଁରେ ଗୁଳି ମାଡ଼ରେ ଜଣେ ନାବାଳକ ଆହତ ହୋଇଥିବା ବେଳେ ବନ୍ତଳାର ଧୋକୁଟା ଅଞ୍ଚଳରେ ଗତ ସୋମବାର ରାତିରେ ଗୁଳି ମାଡ଼ରେ ଶଳା ଭିଣୋଇ ଗୁରୁତର ଆହତ ହୋଇଛନ୍ତି। ଏବେ ଅନୁଗୁଳ, ଛେଣ୍ଡିପଦା, ତାଳଚେର, କଣିହାଁ ଆଦି ବ୍ଲକର ଏକାଧିକ ଗାଁରେ ଚୋରା ବନ୍ଧୁକ ଥିବା ଅଭିଯୋଗ ହେଉଛି। ନିୟମ ଅନୁସାରେ, ନିର୍ଦ୍ଦିଷ୍ଟ ସ୍ପୋର୍ଟିଂ ରାଇଫଲ, ସଟଗନ, ପିସ୍ତଲ ଆଦି କଡା କଟକଣା ମଧ୍ୟରେ କିଣିହେବ। ତେଣୁ ଦୁର୍ବୃତ୍ତ ଓ ଅପରାଧୀମାନେ ଚୋରାରେ ମାଉଜର, ସେମି ଅଟୋମେଟିକ ପିସ୍ତଲ କିଣି ବ୍ୟବହାର କରୁଥିବା ନେଇ ଅଭିଯୋଗ ହେଉଛି। ତେବେ ଏସବୁ ମାରଣାସ୍ତ୍ର ଆସୁଛି କେଉଁଠୁ ତାହା ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି। ଏ ନେଇ ପୋଲିସ କି ଗୁଇନ୍ଦା ବିଭାଗ ନିକଟରେ କୌଣସି ଖବର ନାହିଁ। ଏନେଇ ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।