ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ” ଓ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ସଭାଗୃହ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗଙ୍କ ସହଯୋଗରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ” ୨୦୨୪-୨୫ ଏବଂ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ଅନୁଗୁଳ ଜିଲ୍ଲାପାଳ ମହମ୍ମଦ ଅବଦୁଲ ଅଖତାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ। ଗତ ଅକ୍ଟୋବର ୬ ରେ ଶିଶୁ ସୁରକ୍ଷା ଅଧିକାରୀ ଗୌରୀ […]

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ” ଓ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ
ଅନୁଗୁଳ: ଅନୁଗୁଳ ଜିଲ୍ଲାର ସଭାଗୃହ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗଙ୍କ ସହଯୋଗରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ” ୨୦୨୪-୨୫ ଏବଂ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ଅନୁଗୁଳ ଜିଲ୍ଲାପାଳ ମହମ୍ମଦ ଅବଦୁଲ ଅଖତାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ। ଗତ ଅକ୍ଟୋବର ୬ ରେ ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସାହ କାର୍ଯ୍ୟକ୍ରମରେ ହୋଇଥ‌ିବା ୧୦୦ ମି ଦୌଡ଼, ୨୦୦ ମି ଦୌଡ଼, ଉଚ୍ଚ ଡିଆଁ, ଲମ୍ବ ଡିଆଁ, କ୍ୟାରମ, ଚେସ ଆଦି ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଉକ୍ତ ଉଦ୍ଘାଟନୀ ଉତ୍ସବରେ ଜିଲ୍ଲାପାଳ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ। ଗତବର୍ଷ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଜିଲ୍ଲା ସ୍ତରରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି କୃତିତ୍ୱ ହାସଲ କରିଥିବା ଶିଶୁମାନଙ୍କୁ ମଧ୍ୟ ଉଦ୍ଘାଟନୀ ଉତ୍ସବରେ ପୁରସ୍କୃତ କରାଯାଇଥିଲା। ଦେବସ୍ମିତା ଦଳବେହେରା ଜାତୀୟ ସ୍ତରରେ କରାଟେ ଚାମ୍ପିଆନ, ଅଙ୍କିତା ନାୟକ ଜାତୀୟସ୍ତରୀୟ ୟୁସୁ ଖେଳାଳି, ଶ୍ରୀୟାଶ୍ରୀ ପ୍ରଧାନ ଜାତୀୟସ୍ତରୀୟ ସ୍କୁଆ ଖେଳାଳି, ବର୍ଷା ଶୁଭଦର୍ଶିନୀ ସାହୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ବାର୍ଷିକ ପରୀକ୍ଷା ୨୦୨୪ ରେ ବାଳିକାଙ୍କ ମଧ୍ୟରେ ପ୍ରଥମ, ଆର୍ଜୁ ନାୟକ ସି.ବି.ଏସ.ଇ.ରେ ଏବଂ ସୃଷ୍ଟି ଅଗ୍ରୱାଲ ଆଇ.ସି.ଏସ.ଇ ବାର୍ଷିକ ପରୀକ୍ଷା ୨୦୨୪ରେ ବାଳିକାଙ୍କ ମଧ୍ୟରେ ଜିଲ୍ଲାରେ କୃତିତ୍ୱ ହାସଲ କରିଥିବା ୬ ଜଣ ଶିଶୁ କନ୍ୟାଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନଙ୍କ ମଧ୍ୟରେ ବକ୍ତୃତା, ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ଏକକ ସଙ୍ଗୀତ ଏବଂ ଦଳଗତ ନୃତ୍ୟ ପ୍ରତିଯୋଗିତା ହୋଇଥିଲା। କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ପ୍ରତାପ ପ୍ରୀତିମୟ ଅତିରିକ୍ତ ଜିଲ୍ଲାପାଳ ଅନୁଗୁଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମହକ କାର୍ଯ୍ୟକ୍ରମରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ସେ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ। ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ମାନେ ନିକଟରେ ଅନୁଷ୍ଠିତ ହେବାକୁ ଥ‌ିବା ରାଜ୍ୟ ସ୍ତରୀୟ “ମହକ ଓ ଉତ୍ସାହ” କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ବେହେରା କହିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାନନ୍ଦ ମହାନ୍ତି, ଅନୁଗୁଳ ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ, ଉନ୍ନୟନ ଅଧିକାରୀ ଡଃ ବିଶ୍ବଭୂଷଣ ଗୋଷ୍ଠୀ, ଜିଲ୍ଲା ଏମ ପ୍ଲୟମେନ୍ଟ ଅଧିକାରୀ ଦେବାଶିଷ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିରୂପମା ପାଣି, କ୍ରୀଡ଼ା ଅଧିକାରୀ ଅକ୍ଷୟ ଶିଠ, ଅଧ୍ୟକ୍ଷ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଦୀପ୍ତି ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅସ୍ଵୀକାରୀ ଗୌରୀଶଙ୍କର ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଡାଃ କୁଳମଣି ନାୟକ, ପିଓଆଇସି ଅମରେଶ ଝାଲୀ, ପିଓଏନଆଇସି ଝରଣା ନାୟକ, ଏଲପିଓ ପ୍ରଦୀପ ନାୟକ, ଡାଟା ଆନାଲିଷ୍ଟ ଦିଲ୍ଲୀପ ନାୟକ, ଛଇଳ ମଲ୍ଲିକ, ସତ୍ୟାନନ୍ଦ ସାହୁ, ୟୁନିସେଫ ଓ ଆକ୍ସନଏଡର ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ।