ମେରୁ ଉତ୍ସବରେ କୋଚିଲାଗଡ଼ ଦଣ୍ଡନୃତ୍ୟକୁ କଳାକାର ମହାସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

ମେରୁ ଉତ୍ସବରେ କୋଚିଲାଗଡ଼ ଦଣ୍ଡନୃତ୍ୟକୁ କଳାକାର ମହାସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ......................................... ଟିକାବାଲି -କନ୍ଧମାଳ ଜ଼ିଲ୍ଲା ଟିକାବାଲି ପଂଚାୟତ କୋଚିଲାଗଡ଼ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ଗାଁ ଦଣ୍ଡନୃତ୍ୟମେରୁ ଯାତ୍ରା ଉତ୍ସବ ଇତ୍ୟ ଅବସରରେ ଉକ୍ତ ଗାଁ ଦଣ୍ଡ ନୃତ୍ୟ ଉପଭୋଗ କରିବା ପାଇଁ ଅଞ୍ଚଳ ର ଜନସାଧାରଣଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ଏବଂ ପରିବେଷଣ ହେଇଥିବା ସମସ୍ତ ପ୍ରକାର ଅଭିନୟ କୁ ଉପଭୋଗ ମଧ୍ୟ କରିଥିବା ଜଣାଯାଇଛି ଅଞ୍ଚଳ ପାଇଁ ଦଣ୍ଡନୃତ୍ୟ ଶେଷଦିନ ହେବା ହେତୁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ଏହି ପରିପ୍ରେକ୍ଷୀରେ ଚେୟାରମ୍ୟାନ ଶ୍ରୀ ଯୁକ୍ତ ଦିଲୀପ କହଁର ମାର୍ଗ ଦର୍ଶନ କ୍ରମେ ପାରମ୍ପରିକ ଲୋକକଳାକାର ମହାସଂଘ, କନ୍ଧମାଳ, ଟିକାବାଲି କର୍ମ କର୍ତ୍ତା ଶ୍ରୀ ଯୁକ୍ତ କ୍ରିଷ୍ଣା ଚନ୍ଦ୍ର ଡିଗାଳ, କୁନା ଦିଗାଳ, ଜିନିମା ମଳିକ, ଅପସରି ଦିଗାଳ, ସବିତା ମଳିକ, ନରେଶ ନାୟକ ପ୍ରମୁଖ କଳାକାର ବୃନ୍ଦ ଦଣ୍ଡ ପରିଚାଳନା ନେତୃତ୍ୱଧୀନ ମହୋଦୟ ଯଥା କ୍ରମେ ପ୍ରଫୁଲ ବିଶୋଇ, ବିଭୁତି ଭୁକ୍ତା,ଶେଷଦେବ ବିଷୋଇ,କାଁହୁ ଚରଣ ମଳିକ, ଦିଲୀପ ବିଶୋଇ,ଅଧିକାରୀ ଉଗ୍ରେ ରଣା, ପୂଜାରୀ ରମା ବିଶୋଇ, ମାହାପୁରୁ ଉଭାଳି ରମେଶ ଭୁକ୍ତା, କାଶୀନାଥ ସାହୁ, ଭଦ୍ର ଲୋକେ ବିଶ୍ଵନାଥ ନାୟକ, ଖୁଣ୍ଟିଆ ଦେବରାଜ ବିଶୋଇ ଓ ବସନ୍ତ ବିଶୋଇ, ପାଟ ଦଣ୍ଡୁଆ ନାଗେଶ୍ୱର ନାୟକ, ପାଟ ଡୁଳିଆ ହରିଚନ୍ଦ୍ର ବେହେରା ପ୍ରମୁଖ ଙ୍କୁ ଉତ୍ତରୀୟ ଅର୍ପଣ କରିବା ସହିତ ଏକ ହଜାର ଟଙ୍କା ଦାନ ଅର୍ପଣ କରିଥିଲେ ଏବଂ କୋଚିଲା ଗଡ଼ ଗୋଟିଏ ଛୋଟ ଗାଁ ହୋଇଥିଲେ ସୁଦ୍ଧା ସମସ୍ତଙ୍କ ଶ୍ରେହ୍ନ, ପ୍ରେମରେ ନିଜକୁ ଆବଦ୍ଧ କରି କେଉଁ ଅନାଦି କାଳରୁ ପ୍ରଚଳିତ ହୋଇଆସୁଥିବା ଦଣ୍ଡନୃତ୍ୟ କୁ ଆଜି ପର୍ଯ୍ୟନ୍ତ ଜୀବିତ ରଖିପାରିଛନ୍ତି ବାସ୍ତବରେ ଏହା ଆମ ଅଞ୍ଚଳ ପାଇଁ ଗର୍ବ ଗୌରବ ବୋଲି ମହାସଂଘ ସଭାପତି ବାର୍ତା ରଖିଥିଲେ ଏବଂ କୋୖଣସି ପ୍ରକାର ମହିଳା ଯେମିତି ଅସମ୍ମlନ ନ ହୁଅନ୍ତି ସେ ଉପରେ ଧ୍ୟାନ ଦେବାକୁ ସତର୍କ କରାଇଥିଲେ ଏବଂ ସୁନ୍ଦର ନୃତ୍ୟ ପରିବେଷଣ ପାଇଁ ଉତ୍ସlହିତ କରିଥିବା ଦେଖିବାକୁ ମିଳିଛି ଏ ପରି ସୁନ୍ଦର କାର୍ଯ୍ୟ କରିଥିବାରୁ ଅଞ୍ଚଳ ବାସି କଳାକାର ମହାସଂଘ କୁ ସାଧୁବାଦ ଜଣେଇଥିବା ଜଣାଯାଇଅଛି

ମେରୁ ଉତ୍ସବରେ କୋଚିଲାଗଡ଼ ଦଣ୍ଡନୃତ୍ୟକୁ କଳାକାର ମହାସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା