ଘରେ କେହି ନ ଥିବା ବେଳେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଶନିବାର ଜଣେ ଯୁବକକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ନାଲମ ଗ୍ରାମର କାର୍ତ୍ତିକା ଗୋଚ୍ଛାୟତ(୨୭)। ସୂଚନା ମୁତାବକ, ପୀଡ଼ିତା ଯୁବତୀଙ୍କ ବାପା, ମା’ ଘରେ ନ ଥିବାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଦୁଷ୍କର୍ମ ସହିତ ମାଡ଼ ପିଟ ମାମଲା ରୁଜୁ କରିଛି। ଏଭଳି ଅଭାବନୀୟ ଘଟଣା […]

ଘରେ କେହି ନ ଥିବା ବେଳେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଶନିବାର ଜଣେ ଯୁବକକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ନାଲମ ଗ୍ରାମର କାର୍ତ୍ତିକା ଗୋଚ୍ଛାୟତ(୨୭)। ସୂଚନା ମୁତାବକ, ପୀଡ଼ିତା ଯୁବତୀଙ୍କ ବାପା, ମା’ ଘରେ ନ ଥିବାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଦୁଷ୍କର୍ମ ସହିତ ମାଡ଼ ପିଟ ମାମଲା ରୁଜୁ କରିଛି। ଏଭଳି ଅଭାବନୀୟ ଘଟଣା ଘଟିବା ପରେ ଅଭିଯୁକ୍ତର ବାପା ଏକ ଟାଙ୍ଗିଆରେ ପୀଡ଼ିତାଙ୍କ ସମ୍ପର୍କୀୟଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୁକ୍ତ ଯୁବକର ବାପା ଫେରାର ଥିବା ବେଳେ ପୋଲିସ ଶନିବାର ଅଭିଯୁକ୍ତ କାର୍ତ୍ତିକାକୁ କୋର୍ଟଚାଲାଣ କରିଛି।