ସୁଭଦ୍ରା କ୍ରେଜ: ବ୍ୟାଙ୍କ ନ ଖୋଲୁଣୁ ଟଙ୍କା ଉଠାଣ ପାଇଁ ମହିଳାଙ୍କ ଲମ୍ବା ଧାଡ଼ି

ଅନୁଗୁଳ: ସୁଭଦ୍ରା ଯୋଜନାକୁ ନେଇ ଏବେ ରାଜ୍ୟ ରାଜନୀତି ଜୋର ଧରିଥିବା ବେଳେ ମହିଳାଙ୍କ ଭିତରେ ବି ଉତ୍ସାହ ପରିଲକ୍ଷିତ ହୋଇଛି। ଆକାଉଣ୍ଟକୁ ୫ ହଜାର ଟଙ୍କା ଆସୁ ଥିବାରୁ ମହିଳାମାନେ ଏବେ ଘର କାମ ଛାଡି ବ୍ୟାଙ୍କ ସାମ୍ନାରେ ରାତି ଅଧାରୁ ଲାଇନ ଲଗାଉଥିବା ଦେଖିବାକୁ ମିଳୁଛି। ଅନ୍ୟ ସବୁ ଜିଲ୍ଲା ଭଳି ଅନୁଗୁଳରେ ମଧ୍ୟ ସୁଭଦ୍ରା କ୍ରେଜ ବଢୁଛି। ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମହିଳାଙ୍କ ଖାତାକୁ ଆସିସାରିଛି। ଏଣୁ ବ୍ୟାଙ୍କ ଖାତାରୁ ଟଙ୍କା […]

ସୁଭଦ୍ରା କ୍ରେଜ: ବ୍ୟାଙ୍କ ନ ଖୋଲୁଣୁ ଟଙ୍କା ଉଠାଣ ପାଇଁ ମହିଳାଙ୍କ ଲମ୍ବା ଧାଡ଼ି
ଅନୁଗୁଳ: ସୁଭଦ୍ରା ଯୋଜନାକୁ ନେଇ ଏବେ ରାଜ୍ୟ ରାଜନୀତି ଜୋର ଧରିଥିବା ବେଳେ ମହିଳାଙ୍କ ଭିତରେ ବି ଉତ୍ସାହ ପରିଲକ୍ଷିତ ହୋଇଛି। ଆକାଉଣ୍ଟକୁ ୫ ହଜାର ଟଙ୍କା ଆସୁ ଥିବାରୁ ମହିଳାମାନେ ଏବେ ଘର କାମ ଛାଡି ବ୍ୟାଙ୍କ ସାମ୍ନାରେ ରାତି ଅଧାରୁ ଲାଇନ ଲଗାଉଥିବା ଦେଖିବାକୁ ମିଳୁଛି। ଅନ୍ୟ ସବୁ ଜିଲ୍ଲା ଭଳି ଅନୁଗୁଳରେ ମଧ୍ୟ ସୁଭଦ୍ରା କ୍ରେଜ ବଢୁଛି। ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମହିଳାଙ୍କ ଖାତାକୁ ଆସିସାରିଛି। ଏଣୁ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଇବାକୁ ବ୍ୟାଙ୍କ ସାମ୍ନାରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଥିବା ଦେଖାଯାଇଛି। ଅନୁଗୁଳ ବ୍ଲକ ଅନ୍ତର୍ଗତ ବନ୍ତଳା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ସମ୍ମୁଖରେ ସକାଳ ପ୍ରାୟ ୭ ଟା ବେଳକୁ ଶତାଧିକ ମହିଳା ଆସି ଧାଡି ବାନ୍ଧି ଛିଡା ହେଉଛନ୍ତି। ବ୍ୟାଙ୍କ ଖୋଲିବା ପୂର୍ବରୁ ହିଁ ଆଖପାଖ ଅଞ୍ଚଳର ଶହଶହ ମହିଳା ଆସି ବସିରହୁଛନ୍ତି। ଫଳରେ ଅନ୍ୟ କାର୍ଯ୍ୟରେ ବ୍ୟାଙ୍କ ଆସୁଥିବା ଲୋକେ ଫେରୁଥିବା ଦେଖାଯାଇଛି।