ଠିକାଦାର ପୂର୍ତ୍ତ ବିଭାଗର ମଧୁଚନ୍ଦ୍ରିକା! ବର୍ଷାରେ ଅନୁଗୁଳରେ ଚାଲିଛି ପିଚୁ କାମ, ଯନ୍ତ୍ରୀ କହିଲେ- ପିଚୁ ଉଠିଲେ ପୁଣି ପଡ଼ିବ

ଅନୁଗୁଳ: ଅନୁଗୁଳ ପୂର୍ତ୍ତ ବିଭାଗ ଅଧୀନରେ ହେଉଥିବା ଗାନ୍ଧୀ ରାସ୍ତାର ମରାମତି କାର୍ଯ୍ୟରେ ଚରମ ଅନିୟମିତତା। ଅନୁଗୁଳ ସହର ଗାନ୍ଧୀ ରାସ୍ତା ହେମସୁରପଡ଼ାଛକରେ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ଅଭିଯୋଗ ହୋଇଛି। ଗାନ୍ଧୀ ରାସ୍ତାର ହୁଳୁରୁସିଂହା ଛକ ଠାରୁ ରାଜ ହୋଟେଲ ଛକ ପର୍ଯ୍ୟନ୍ତ ବହୁ ସ୍ଥାନରେ ରାସ୍ତା ମରାମତି ଚାଲୁଛି। ଟେଣ୍ଡର ମାଧ୍ୟମରେ ପୂର୍ତ୍ତ ବିଭାଗ ଠାରୁ ଏକ ଘରୋଇ ଠିକା ସଂସ୍ଥା ଏହି କାମ ହାତକୁ ନେଇଥିଲା। ତେବେ ପାର୍ବଣ ସମୟରେ ଏହି ମରାମତି […]

ଠିକାଦାର ପୂର୍ତ୍ତ ବିଭାଗର ମଧୁଚନ୍ଦ୍ରିକା! ବର୍ଷାରେ ଅନୁଗୁଳରେ ଚାଲିଛି ପିଚୁ କାମ, ଯନ୍ତ୍ରୀ କହିଲେ- ପିଚୁ ଉଠିଲେ ପୁଣି ପଡ଼ିବ
ଅନୁଗୁଳ: ଅନୁଗୁଳ ପୂର୍ତ୍ତ ବିଭାଗ ଅଧୀନରେ ହେଉଥିବା ଗାନ୍ଧୀ ରାସ୍ତାର ମରାମତି କାର୍ଯ୍ୟରେ ଚରମ ଅନିୟମିତତା। ଅନୁଗୁଳ ସହର ଗାନ୍ଧୀ ରାସ୍ତା ହେମସୁରପଡ଼ାଛକରେ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ଅଭିଯୋଗ ହୋଇଛି। ଗାନ୍ଧୀ ରାସ୍ତାର ହୁଳୁରୁସିଂହା ଛକ ଠାରୁ ରାଜ ହୋଟେଲ ଛକ ପର୍ଯ୍ୟନ୍ତ ବହୁ ସ୍ଥାନରେ ରାସ୍ତା ମରାମତି ଚାଲୁଛି। ଟେଣ୍ଡର ମାଧ୍ୟମରେ ପୂର୍ତ୍ତ ବିଭାଗ ଠାରୁ ଏକ ଘରୋଇ ଠିକା ସଂସ୍ଥା ଏହି କାମ ହାତକୁ ନେଇଥିଲା। ତେବେ ପାର୍ବଣ ସମୟରେ ଏହି ମରାମତି ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ଏହି ଠିକାସଂସ୍ଥା ରାସ୍ତା ମରାମତି କାର୍ଯ୍ୟ କରିବାରେ ଠିକା ସଂସ୍ଥା ଅନିୟମିତତା କରୁଥିବା ଦେଖାଯାଇଛି। ଏବେ ବର୍ଷା ସମୟ ଚାଲିଥିବା ବେଳେ ରାସ୍ତାରେ ପିଚୁ ମିଶା ବଜୁରୀ ପକାଯାଉଛି। ଫଳରେ ଅସରାଏ ବର୍ଷା ହେଲେ ରାସ୍ତା ଧୋଇଯିବା ଆଶଙ୍କା ପ୍ରକାଶ ପାଇଛି। ରାସ୍ତା ନିର୍ମାଣ ସମୟରେ ପୂର୍ତ୍ତ ବିଭାଗର କର୍ମଚାରୀଙ୍କ ଉପସ୍ଥିତି ନ ଥିବାରୁ ଠିକାସଂସ୍ଥା  ବର୍ଷା ସମୟରେ ପିଚୁ ପକାଇ କାର୍ଯ୍ୟ କରିଛି।ତେବେ ଠିକାସଂସ୍ଥା ଓ ପୂର୍ତ୍ତ ବିଭାଗର ମଧୁଚନ୍ଦ୍ରିକା ଥିବାରୁ ଲକ୍ଷାଧିକ ଟଙ୍କାର ରାସ୍ତା ମରାମତି କାର୍ଯ୍ୟରେ ଅନିୟମିତତା ହେଉଥିବାର ଅଭିଯୋଗ ହେଉଛି। ଅବସରପ୍ରାପ୍ତ ସରକାରୀ କନିଷ୍ଠ ଯନ୍ତ୍ରୀ ଅଶ୍ୱିନୀ ବେହେରାଙ୍କ କହିବା ଅନୁଯାୟୀ, ବର୍ଷା ସମୟରେ ଗରମ ଥିବା ପିଚୁ ରାସ୍ତା ଉପରେ ପଡ଼ିବାର ନିୟମ ନାହିଁ। ବର୍ଷା ଜଳ ଉପରେ ପିଚୁ ପକାଇଲେ ରାସ୍ତାରେ ପିଚୁ ଲାଗିବ ନାହିଁ। ଫଳରେ ଅସରାଏ ବର୍ଷା ହେଲେ ରାସ୍ତା ଧୋଇଯିବ। ଅନ୍ୟପଟେ ଏହି ରାସ୍ତା କାମ କରାଉଥିବା ଅନୁଗୁଳ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଧନେଶ୍ୱର ମହାପାତ୍ର କୁହନ୍ତି, ବର୍ଷା ସମୟରେ ଏହି କାର୍ଯ୍ୟ ହୋଇଛି। ଅଳ୍ପ ଦିନରେ ପିଚୁ ଉଠିଲେ ପୁଣି ଥରେ ପିଚୁ କାମ ହେବ ବୋଲି ସେ କହିଛନ୍ତି। ତେବେ ସରକାରୀ ଅର୍ଥରେ ହୋଇଥିବା ଏହି ରାସ୍ତା ମରାମତି କାର୍ଯ୍ୟର ତଦାରଖ କରୁଥିବା ପୂର୍ତ୍ତ ବିଭାଗର ଅଧିକାରୀଙ୍କର ଏଭଳି ବେଖାତିର କଥା ଓ କାମ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ଠିକାଦାରଙ୍କ ପ୍ରତି ସରକାରୀ ବାବୁଙ୍କ ଏତେ ଅନୁକମ୍ପାର କାରଣ କଣ ସେ ନେଇ ଲୋକେ ପ୍ରଶ୍ନ କରିଛନ୍ତି।