ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ରକ୍ତଦାନ ଭବନ ପରିସରରେ ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି। ଅନୁଗୋଳ ରକ୍ତଭଣ୍ଡାର ଅଧିକାରୀ ଡ଼ା ସତ୍ୟବ୍ରତ ପାଟଯୋଷିଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହକୁ ପ୍ରଦୀପ ଜାଳି ଉଦଘାଟନ କରିଥିଲେ ସିଡିଏମଓ ଡ଼ା ଶିବାନନ୍ଦ ମହାନ୍ତି।ମୁଖ୍ୟ ଅତିଥି ଡ଼ା ମହାନ୍ତି ନିଜ ଅଭିଭାଷଣରେ ରକ୍ତ ହେଉଛି ଅମୃତ,ତାର ବିକଳ୍ପ ନାହିଁ ଏଣୁ ଜନ ସାଧାରଣ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ରକ୍ତଦାନ ପାଇଁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ରୂପେ […]

ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ପାଳିତ
ଅନୁଗୁଳ: ଅନୁଗୁଳ ରକ୍ତଦାନ ଭବନ ପରିସରରେ ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି। ଅନୁଗୋଳ ରକ୍ତଭଣ୍ଡାର ଅଧିକାରୀ ଡ଼ା ସତ୍ୟବ୍ରତ ପାଟଯୋଷିଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହକୁ ପ୍ରଦୀପ ଜାଳି ଉଦଘାଟନ କରିଥିଲେ ସିଡିଏମଓ ଡ଼ା ଶିବାନନ୍ଦ ମହାନ୍ତି।ମୁଖ୍ୟ ଅତିଥି ଡ଼ା ମହାନ୍ତି ନିଜ ଅଭିଭାଷଣରେ ରକ୍ତ ହେଉଛି ଅମୃତ,ତାର ବିକଳ୍ପ ନାହିଁ ଏଣୁ ଜନ ସାଧାରଣ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ରକ୍ତଦାନ ପାଇଁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ଓମ୍ସା ରାଜ୍ୟ ସମ୍ପାଦକ ଡ଼ା ବିଶ୍ୱଜିତ୍ ସାମଲ, ଏଡିଏମ୍ଓ ପରିବାର କଲ୍ୟାଣ ଡ଼ା ଅନ୍ତର୍ଯ୍ୟାମୀ ମିଶ୍ର,ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା ଧନଞ୍ଜୟ ବେହେରା, ଡିପିଏମ ଦୀପକ ମହାନ୍ତି ପ୍ରମୁଖ ଯୋଗ ଦେଇ ରକ୍ତଦାନ କ୍ଷେତ୍ର ରେ ରକ୍ତ ଦାତା ଏବଂ ରକ୍ତଦାତା ପ୍ରବର୍ତ୍ତକଙ୍କ ଗୁରୁ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ରକ୍ତଦାନର ମହତ୍ତ୍ଵ ଗ୍ରାମାଞ୍ଚଳକୁ ପରିବ୍ୟାପ୍ତ ହେଲେ ଅଧିକ ରକ୍ତ ସଂଗୃହିତ ହୋଇ ପାରିବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ସମାରୋହରେ ଅନୁଗୁଳ ଜିଲ୍ଲାର ବିଶିଷ୍ଟ ରକ୍ତଦାତା ଏବଂ ଶିବିର ଆୟୋଜନ କରୁଥିବା ଅନୁଷ୍ଠାନ ମାନଙ୍କୁ ସମ୍ବର୍ଧିତ କରାଯାଇଥିଲା।ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ସଂଗଠନ,ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ସହିତ ବିଭିନ୍ନ ମିଡ଼ିଆ ସଂଗଠନ ଗୁଡ଼ିକୁ ମୁଖ୍ୟ ଅତିଥି ସମ୍ବର୍ଧିତ କରିଥିଲେ ।