ଶୁଣିଲେନି ଏନଟିପିସି-ଟିଟିପିଏସ, ଗାଁ ରାସ୍ତା ମରାମତି କଲେ ଡାଇମଣ୍ଡ କ୍ଲବ ସଦସ୍ୟ

ଅନୁଗୁଳ: ଶୁଣିଲେନି ଏନଟିପିସି-ଟିଟିପିଏସ। ଗାଁ ରାସ୍ତା ମରାମତି କାର୍ଯ୍ୟ ହାତକୁ ନେଲେ ଡାଇମଣ୍ଡ କ୍ଲବ ସଦସ୍ୟ। ସୂଚନାଯୋଗ୍ୟ ଯେ ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅଧୀନସ୍ଥ ସନ୍ଥପଡା ଗ୍ରାମ ସୁନ୍ଦରପସି ସାହି ରାସ୍ତାର ଅବସ୍ଥା ଦୟନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ବହଳର କାଦୁଅ ଜମି ଯାଏ। ଫଳରେ ଲୋକେ ଯାତାୟାତ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ନ ଶୁଣିବାରୁ […]

ଶୁଣିଲେନି ଏନଟିପିସି-ଟିଟିପିଏସ, ଗାଁ ରାସ୍ତା ମରାମତି କଲେ ଡାଇମଣ୍ଡ କ୍ଲବ ସଦସ୍ୟ
ଅନୁଗୁଳ: ଶୁଣିଲେନି ଏନଟିପିସି-ଟିଟିପିଏସ। ଗାଁ ରାସ୍ତା ମରାମତି କାର୍ଯ୍ୟ ହାତକୁ ନେଲେ ଡାଇମଣ୍ଡ କ୍ଲବ ସଦସ୍ୟ। ସୂଚନାଯୋଗ୍ୟ ଯେ ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅଧୀନସ୍ଥ ସନ୍ଥପଡା ଗ୍ରାମ ସୁନ୍ଦରପସି ସାହି ରାସ୍ତାର ଅବସ୍ଥା ଦୟନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ବହଳର କାଦୁଅ ଜମି ଯାଏ। ଫଳରେ ଲୋକେ ଯାତାୟାତ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ନ ଶୁଣିବାରୁ ଗାଁର ଡାଇମଣ୍ଡ କ୍ଲବ ସଦସ୍ୟ ନିଜେ ନିଜେ ରାସ୍ତା କାମ କରାଇଛନ୍ତି। ତେବେ ଥର୍ମାଲ ପ୍ଲାଣ୍ଟ ପାଇଁ ଗ୍ରାମବାସୀ ନିଜର ଭିଟାମାଟି ଦେଇଥିବା ବେଳେ ଏନଟିପିସି-ଟିଟିପିଏସ ସାମାନ୍ୟ ରାସ୍ତା ମରାମତି ନ କରିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।