ହୋଣ୍ଡା ଆକ୍ଟିଭାର ଇଲେକ୍‌ଟ୍ରିକ ଉପରୁ ଉଠିଲା ପରଦା, ଥରେ ଚାର୍ଜ ହେଲେ ଚାଲିବ ୧୦୨ରୁ ୧୦୪ କି.ମି

ଅନୁଗୁଳ: ହୋଣ୍ଡା ମୋଟର ସାଇକେଲ ଓ ସ୍କୁଟର ଇଣ୍ଡିଆ ପକ୍ଷରୁ ୨ଟି ଇଲେକ୍‌ଟ୍ରିକ୍‌ ସ୍କୁଟରର ଲଞ୍ଚ କରାଯାଇଛି। ଆକ୍ଟିଭା ଇଲେକ୍‌ଟ୍ରିକ ସ୍କୁଟର ସହିତ କମ୍ପାନୀ ଆଉ ଏକ ଇଲେକ୍‌ଟ୍ରିକ୍‌ ସ୍କୁଟର QC1 ବିଷୟରେ ମଧ୍ୟ ସୂଚନା ଦେଇଛି। ଏହି ଦୁଇ ଇଲେକ୍‌ଟ୍ରିକ ସ୍କୁଟରର ମୂଲ୍ୟ କେତେ ରହିବ ସେ ସମ୍ପର୍କରେ କମ୍ପାନୀ କୌଣସି ସୂଚନା ଦେଇନଥିବା ବେଳେ ଖୁବଶୀଘ୍ର ଏହା ବଜାରକୁ ଆସିବ। କମ୍ପାନୀ ଏହି ୨ ଇଲେକ୍‌ଟ୍ରିକ ସ୍କୁଟରର ବ୍ୟାଟେରୀ ଓ ରେଞ୍ଜ ସ୍ପଷ୍ଟ କରିଛି। […]

ହୋଣ୍ଡା ଆକ୍ଟିଭାର ଇଲେକ୍‌ଟ୍ରିକ ଉପରୁ ଉଠିଲା ପରଦା, ଥରେ ଚାର୍ଜ ହେଲେ ଚାଲିବ ୧୦୨ରୁ ୧୦୪ କି.ମି
ଅନୁଗୁଳ: ହୋଣ୍ଡା ମୋଟର ସାଇକେଲ ଓ ସ୍କୁଟର ଇଣ୍ଡିଆ ପକ୍ଷରୁ ୨ଟି ଇଲେକ୍‌ଟ୍ରିକ୍‌ ସ୍କୁଟରର ଲଞ୍ଚ କରାଯାଇଛି। ଆକ୍ଟିଭା ଇଲେକ୍‌ଟ୍ରିକ ସ୍କୁଟର ସହିତ କମ୍ପାନୀ ଆଉ ଏକ ଇଲେକ୍‌ଟ୍ରିକ୍‌ ସ୍କୁଟର QC1 ବିଷୟରେ ମଧ୍ୟ ସୂଚନା ଦେଇଛି। ଏହି ଦୁଇ ଇଲେକ୍‌ଟ୍ରିକ ସ୍କୁଟରର ମୂଲ୍ୟ କେତେ ରହିବ ସେ ସମ୍ପର୍କରେ କମ୍ପାନୀ କୌଣସି ସୂଚନା ଦେଇନଥିବା ବେଳେ ଖୁବଶୀଘ୍ର ଏହା ବଜାରକୁ ଆସିବ। କମ୍ପାନୀ ଏହି ୨ ଇଲେକ୍‌ଟ୍ରିକ ସ୍କୁଟରର ବ୍ୟାଟେରୀ ଓ ରେଞ୍ଜ ସ୍ପଷ୍ଟ କରିଛି। ଆସନ୍ତା ୨୦୨୫ ଫେବ୍ରୁଆରୀରୁ ଦେଶର କିଛି ନିର୍ଦ୍ଦିଷ୍ଟ ସହରରେ ଏହାର ବିକ୍ରି ଆରମ୍ଭ ହେବ। ହୋଣ୍ଡା ଆକ୍ଟିଭାର ଇଲେକ୍‌ଟ୍ରିକ ଭର୍ସନର ଅଫିସିଆଲ ନାଁ କଣ ରହିବ ସେ ସମ୍ପର୍କରେ କମ୍ପାନୀ ସ୍ପଷ୍ଟ କରିନାହିଁ। ଏହାକୁ ହୁଏତ ‘ହୋଣ୍ଡା ଆକ୍ଟିଭା ଇଲେକ୍‌ଟ୍ରିକ’ କିମ୍ବା ‘ଇ-ଆକ୍ଟିଭା’ ବୋଲି କୁହାଯାଉଛି। ଏଥିରେ ଡୁଆଲ ସ୍ପାପେବଲ ବ୍ୟାଟେରୀ ଦିଆଯିବ, ଯାହାକୁ ଖୁବଶୀଘ୍ର ଫୁଲ୍‌ ଚାର୍ଜ କରାଯାଇପାରିବ। ଏହା ଥରେ ଚାର୍ଜ ହେଲେ ୧୦୨ରୁ ୧୦୪ କିମି ପର୍ଯ୍ୟନ୍ତ ଚାଲିବ। ଏଥିରେ ସ୍ପୋର୍ଟସ ମୋଡ୍ ମଧ୍ୟ ରହିବ, ହେଲେ ଏହାର ରେଞ୍ଜ ସମ୍ପର୍କରେ କମ୍ପାନୀ ଖୁଲାସା କରିନାହିଁ।