ଏନଟିପିସି ତାଳଚେର ଥର୍ମାଲ୍‌ ଓଡ଼ିଶାର ପର୍ବତାରୋହିଣୀଙ୍କ ମାଉଣ୍ଟ ଏଲବ୍ରୁସ୍‌ ଅଭିଯାନର ପ୍ରାୟୋଜକ

*ଏନଟିପିସି ତାଳଚେର ଥର୍ମାଲ୍‌ ଓଡ଼ିଶାର ପର୍ବତାରୋହିଣୀଙ୍କ ମାଉଣ୍ଟ ଏଲବ୍ରୁସ୍‌ ଅଭିଯାନର ପ୍ରାୟୋଜକ.* ତାଳଚେର, ଓଡ଼ିଶା | [30.09.2024] – ଏନଟିପିସି ତାଳଚେର ଥର୍ମାଲ୍‌ ଦ୍ୱାରା ଓଡ଼ିଶାର ପର୍ବତାରୋହିଣୀ ଶ୍ରୀମତୀ ବିଭାରାଣୀ ପାତ୍ରଙ୍କ ମାଉଣ୍ଟ ଏଲବ୍ରୁସ୍‌ (ଯାହା ହେଉଛି ଇଉରୋପ୍ ଏବଂ ରୁଷିଆର ସବୁଠାରୁ ଉଚ୍ଚ ଚୂଡ଼ା) ଉପରେ ସଫଳ ଅଭିଯାନର ପ୍ରାୟୋଜନ କରିଛନ୍ତି । ଏହି ପ୍ରାୟୋଜନ ଏନଟିପିସି ତାଳଚେର ଥର୍ମାଲ୍‌ର ସମୁଦାୟ ଉନ୍ନୟନ ପ୍ରକଳ୍ପ ର ଏକ ଅଂଶ ଅଟେ, ଯାହା ଆଞ୍ଚଳିଳ ପ୍ରତିଭାକୁ ପ୍ରୋତ୍ସାହନ ଦେଇ ଏବଂ ବିଭିନ୍ନ କ୍ଷେତ୍ରରେ ସ୍ଵତନ୍ତ୍ରତା ଲାଭ କରିବାକୁ ପ୍ରେରିତ କରିବାରେ ଲକ୍ଷ୍ୟ ରଖିଛି। ମେରାମୁଣ୍ଡଳୀ, ତାଳଚେରରେ ଜନ୍ମ ନେଇଥିବା ବିଭାରାଣୀ, ଯିଏ ମାଉଣ୍ଟ ଷ୍ଟୋକ୍ କାଙ୍ଗ୍ରୀ (ଲାଦାଖ) ଓ ଆଫ୍ରିକାର ମାଉଣ୍ଟ କିଲିମାଞ୍ଜାରୋକୁ ଆଗରୁ ଅଭିଯାନ କରି ଥିଲେ, ମାଉଣ୍ଟ ଏଲବ୍ରୁସ୍‌ ଉପରେ ଏହି ଚାଲେଞ୍ଜିଂ ଅଭିଯାନକୁ ଆରମ୍ଭ କରିଥିଲେ। ଏନଟିପିସି ତାଳଚେର ଥର୍ମାଲ୍‌ର ନିରନ୍ତର ସମର୍ଥନ ସହିତ, ବିଭାରାଣୀଙ୍କ ଏହି ଉଦ୍ୟମ ଓଡ଼ିଶାକୁ ବିଶ୍ୱ ପର୍ବତାରୋହଣ ମାନଚିତ୍ରରେ ନୂତନ ପରିଚୟ ଦେଇଅଛି. ଏହି ପଦକ୍ଷେପ ବିଷୟରେ କଥାବାର୍ତ୍ତା ହୋଇଥିବାବେଳେ, ଶ୍ରୀ ବିଜୟ ଚାନ୍ଦ, ପ୍ରକଳ୍ପ ମୁଖ୍ୟ ଓ ସିଜିଏମ୍‌, ଏନଟିପିସି ତାଳଚେର ଥର୍ମାଲ୍‌, କହିଲେ, "ଆମକୁ ବିଭାରାଣୀଙ୍କ ଏହି ଉପଲବ୍ଧି ଅତ୍ୟନ୍ତ ଗର୍ବର ବିଷୟ । ଏଭଳି ଆଞ୍ଚଳିକ ପ୍ରତିଭାକୁ ସମର୍ଥନ ଦେବା ଆମ ସମାଜ ଉନ୍ନତି ଓ ସମଗ୍ର ଉନ୍ନୟନ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରକାଶ କରେ। ତାଙ୍କର ଦୃଢ଼ସଂକଳ୍ପ ଏକ ଅଭିନନ୍ଦନୀୟ ଦୃଷ୍ଟାନ୍ତ ଅଟେ, ଏବଂ ମାଉଣ୍ଟ ଏଲବ୍ରୁସ୍‌ ଯାତ୍ରାରେ ଆମେ ତାଙ୍କ ସଂଗରେ ଥିବାରୁ ଗର୍ବିତ ଅଟୁ।" ଏହା ଏନଟିପିସି ତାଳଚେର ଥର୍ମାଲ୍‌ର ସମୁଦାୟ ଉନ୍ନୟନ କାର୍ଯ୍ୟକ୍ରମ ଅଧିନରେ ଖେଳ, ଶିକ୍ଷା ଓ ପ୍ରତିଭା ବିକାଶକୁ ଉତ୍ସାହିତ କରିବା ପ୍ରତିର ଏକ ନିରନ୍ତର ପ୍ରୟାସର ଅଂଶ। ବିଭାରାଣୀ ଏନଟିପିସି ତାଳଚେର ଥର୍ମାଲ୍‌କୁ ସମର୍ଥନ ପାଇଁ ତାଙ୍କର କୃତଜ୍ଞତା ପ୍ରକାଶ କରି, କହିଲେ, "ମାଉଣ୍ଟ ଏଲବ୍ରୁସ୍‌ର ଏହି ଯାତ୍ରା ମୋ ପାଇଁ ଜୀବନର ସପନର ସଫଳତା ଭଳି ଥିଲା। ଏନଟିପିସି ତାଳଚେର ଥର୍ମାଲ୍‌ର ସମର୍ଥନ ବିନା ମୁଁ ଏହି ପଦକ୍ଷେପ ନେଇପାରୁ ନଥିଲି.ତାଙ୍କର ଆତ୍ମବିଶ୍ୱାସ ସାରା ଯାତ୍ରାରେ ମୋ ପାଇଁ ଗଭୀର ପ୍ରେରଣା ଥିଲା।" ଏହି ପଦକ୍ଷେପ ଏନଟିପିସି ତାଳଚେର ଥର୍ମାଲ୍‌ର ସ୍ଥାନୀୟ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଓ ସମୁଦାୟ ପାଇଁ ନୂତନ ସମ୍ଭାବନା ଉପଲବ୍ଧ କରିବାର ପ୍ରତିବଦ୍ଧତାରେ ଏକ ମହତ୍ତ୍ଵପୂର୍ଣ୍ଣ ପଦକ୍ଷେପ ଅଟେ। ଏନଟିପିସି ର ଏଭଳି ପ୍ରୟାସ ସେମାନଙ୍କୁ ଉତ୍ସାହିତ କରିଛି ଓ ଯାହା ଦ୍ୱାରା ସାଧାରଣରୁ ଅସାଧାରଣ କାମ କରିବାକୁ ସେମାନେ ଚେଷ୍ଟା କରୁଛନ୍ତି।

ଏନଟିପିସି ତାଳଚେର ଥର୍ମାଲ୍‌ ଓଡ଼ିଶାର ପର୍ବତାରୋହିଣୀଙ୍କ ମାଉଣ୍ଟ ଏଲବ୍ରୁସ୍‌ ଅଭିଯାନର ପ୍ରାୟୋଜକ