ବୋଇତ ବନ୍ଦାଣ ଉତ୍ସବ ପାଇଁ ‘କଳାକାର’ର ପ୍ରସ୍ତୁତି ବୈଠକ, ଚୟନ ହେଲେ ନୂତନ କର୍ମକର୍ତ୍ତା

ଅନୁଗୁଳ: ଅନୁଗୁଳର ସର୍ବ ପୁରାତନ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାରର ଏକ ସାଧାରଣ ବୈଠକ ସ୍ଥାନୀୟ ବାସନ୍ତି ଦୁର୍ଗା ମଣ୍ଡପରେ ଅନୁଷ୍ଠିତ ହୋଇଛି। ସଂଗଠନର ସଭାପତି ଭୂପେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଗତ ବର୍ଷର ଆୟ ବ୍ୟୟର ହିସାବ, ନୂତନ କର୍ମକର୍ତ୍ତା ଚୟନ ଓ ଆଗାମୀ ବୋଇତ ବନ୍ଦାଣ ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତିକୁ ନେଇ ଆଲୋଚନା ହୋଇଥିଲା। ସାଧାରଣ ସମ୍ପାଦକ ବିଭୂତି ମହାପାତ୍ର ଆୟ ବ୍ୟୟର ହିସାବ ଓ ଉପସଭାପତି ବୀରେନ୍ଦ୍ର […]

ବୋଇତ ବନ୍ଦାଣ ଉତ୍ସବ ପାଇଁ ‘କଳାକାର’ର ପ୍ରସ୍ତୁତି ବୈଠକ, ଚୟନ ହେଲେ ନୂତନ କର୍ମକର୍ତ୍ତା
ଅନୁଗୁଳ: ଅନୁଗୁଳର ସର୍ବ ପୁରାତନ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାରର ଏକ ସାଧାରଣ ବୈଠକ ସ୍ଥାନୀୟ ବାସନ୍ତି ଦୁର୍ଗା ମଣ୍ଡପରେ ଅନୁଷ୍ଠିତ ହୋଇଛି। ସଂଗଠନର ସଭାପତି ଭୂପେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଗତ ବର୍ଷର ଆୟ ବ୍ୟୟର ହିସାବ, ନୂତନ କର୍ମକର୍ତ୍ତା ଚୟନ ଓ ଆଗାମୀ ବୋଇତ ବନ୍ଦାଣ ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତିକୁ ନେଇ ଆଲୋଚନା ହୋଇଥିଲା। ସାଧାରଣ ସମ୍ପାଦକ ବିଭୂତି ମହାପାତ୍ର ଆୟ ବ୍ୟୟର ହିସାବ ଓ ଉପସଭାପତି ବୀରେନ୍ଦ୍ର ପ୍ରଧାନ ନାଟକ ପରିବେଷଣ କରିଥିଲେ। ଚଳିତ ବର୍ଷ ୩୯ ତମ ବୋଇତ ବନ୍ଦାଣ ଉତ୍ସବ ପାଳନ ପରିପ୍ରେକ୍ଷୀରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବରେ ବୀରେନ୍ଦ୍ର କୁମାର ପ୍ରଧାନ, ଉପ ସଭାପତି ଭାବରେ କାମାକ୍ଷା ପ୍ରସାଦ ଜେନା, ଉପ ଲୋକସମ୍ପର୍କ ସମ୍ପାଦକ ଭାବରେ ନିରୋଦ କୁମାର ସାହୁ ଏବଂ ଭୂପେଶ ଚନ୍ଦ୍ର ପ୍ରଧାନ ମୁଖ୍ୟ ପରାମର୍ଶଦାତା ଭାବେ ଚୟନିତ ହୋଇଛନ୍ତି। ଚଳିତ ବର୍ଷ ବୋଇତ ବନ୍ଦାଣ ମହୋତ୍ସବ ତଥା ରାଜ୍ୟସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ସ୍ଥାନୀୟ ସଭାଘର ଠାରେ ନଭେମ୍ବର ୧୩ ତାରିଖରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଆୟୋଜିତ ହେବ ବୋଲି ସ୍ଥିର ହୋଇଥିଲା। ଏହି ପରିପ୍ରେକ୍ଷୀରେ ପୂର୍ବ ବର୍ଷ ପରି ଚିତ୍ରାଙ୍କନ, ରଙ୍ଗଭର, ଏକକ ଓଡ଼ିଶୀ ନୃତ୍ୟ, ଏକକ ଲଘୁ ନୃତ୍ୟ, ଲଘୁ ଯନ୍ତ୍ରସଂଗୀତ, ଶାସ୍ତ୍ରୀୟ ତାଳ ବାଦ୍ୟ, ଦଳଗତ ଲୋକନୃତ୍ୟ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏ ବର୍ଷ ମଧ୍ୟ ଚଳିତ ବର୍ଷ ଉତ୍ସବ ବେଳେ ଏକ ସ୍ମରଣିକା ପ୍ରକାଶ ପାଇବ। ଦୁଇଦିନ ଧରି ପ୍ରତିଯୋଗିତା ଓ ଶେଷଦିନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ, ବୋଇତ ବନ୍ଦାଣ ନୃତ୍ୟନାଟିକା, ପୁରସ୍କାର ବିତରଣ, ପ୍ରତିଭା ସମ୍ମାନ ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି। ଶେଷରେ ଉପ ସଭାପତି ଦେବବ୍ରତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।